ହାଇଦ୍ରାବାଦ: ନାଇଜେରିଆ ଜି-20 ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି(ସୋମବାର) ବ୍ରାଜିଲରେ ପହଞ୍ଚିଛନ୍ତି । ରିଓ ଡି ଜେନେରିଓ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ ପରେ ଆୟୋଜକ ବ୍ରାଜିଲ ସରକାରଙ୍କ ପକ୍ଷରୁ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି । ମୋଦିଙ୍କ ଗସ୍ତ ସମ୍ପର୍କରେ ବିଦେଶ ମନ୍ତ୍ରଣାଳୟ ଟ୍ବିଟ୍ କରି ସୂଚନା ଦେଇଛି । ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ନିଜେ ଏ ସମ୍ପର୍କରେ ଟ୍ବିଟ କରିଛନ୍ତି । ସେ ଏହି ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରି ଏକ ଫଳପ୍ରଦ ଆଲୋଚନା ପାଇଁ ଉତ୍ସାହୀ ଥିବା ମୋଦି କହିଛନ୍ତି ।
- 19ତମ ଜି-20 ସମ୍ମିଳନୀ
ବ୍ରାଜିଲରେ ଚଳିତଥର 19ତମ ଜି-20 ସମ୍ମିଳନୀରେ ବିଭିନ୍ନ ରାଷ୍ଟ୍ରମୁଖ୍ୟମାନେ ଅଂଶଗ୍ରହଣ କରିବେ । ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଚୀନ୍ ରାଷ୍ଟ୍ରପତି ସି.ଜିନପିଙ୍ଗ ଏବଂ ଆମେରିକା ରାଷ୍ଟ୍ରପତି ଜୋ.ବାଇଡେନ ମଧ୍ୟ ଯୋଗ ଦେଉଛନ୍ତି । ମୁଖ୍ୟ କାର୍ଯ୍ୟକ୍ରମ ବ୍ୟତୀତ ବିଭିନ୍ନ ରାଷ୍ଟ୍ରମୁଖ୍ୟଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି ପାର୍ଶ୍ବ କାର୍ଯ୍ୟକ୍ରମ ଭାବେ ସାକ୍ଷାତ ଓ ଆଲୋଚନା ମଧ୍ୟ କରିବେ । ଦୁଇ ଦେଶର ସାମୂହିକ ତଥା ମିଳିତ ପ୍ରସଙ୍ଗରେ ଆଲୋଚନା ହେବ । ପରେ ସେଠାରୁ ମୋଦି ଗୁଆନା ଅଭିମୁଖେ ଯାତ୍ରା କରିବେ । ପ୍ରଧାନମନ୍ତ୍ରୀ ଚଳିତଥର 5 ଦିବିସୀୟ ଗସ୍ତରେ 3ଦେଶରେ ଏକାଧିକ କାର୍ଯ୍ୟକ୍ରମରେ ସାମିଲ ହେବେ । ସେ ଗତକାଲି (ରବିବାର) ନାଇଜେରିଆରେ ପହଞ୍ଚିଥିବା ବେଳେ ଆଜି ବ୍ରାଜିଲରେ ପହଞ୍ଚିଛନ୍ତି । ଗୁଆନା ଗସ୍ତ ସାରିବା ପରେ ସେ ଦିଲ୍ଲୀ ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିବେ ।
- ଗତ ଜି-20 ସମ୍ମିଳନୀର ଆୟୋଜକ ଥିଲା ଭାରତ