ଓଡିଶା

odisha

ETV Bharat / bharat

ଯାଞ୍ଚରେ ପତଞ୍ଜଳି ସୋନ ପାମ୍ପୁଡି ଫେଲ୍‌, କର୍ମଚାରୀଙ୍କ ସମେତ 3ଜଣଙ୍କୁ ଜେଲ୍‌ - Patanjali soan papdi sample failed - PATANJALI SOAN PAPDI SAMPLE FAILED

PATANJALI SOAN PAPDI SAMPLE FAILED: ପୁଣି ବଢିଲା ଯୋଗଗୁରୁ ବାବା ରାମଦେବଙ୍କ ସ୍ଥିତି । ଏବେ ପତଞ୍ଜଳି ସୋନ ପାମ୍ପୁଡି ଯାଞ୍ଚ ବେଳେ ମାରିଲା ଫେଲ୍‌ । ଅଧିକ ପଢନ୍ତୁ

PATANJALI
PATANJALI (ଫଟୋ- X@Patanjali_foods)

By ETV Bharat Odisha Team

Published : May 19, 2024, 3:44 PM IST

ଡେରାଡୁନ:ଯୋଗଗୁରୁ ବାବା ରାମଦେବଙ୍କ ପ୍ରତିଷ୍ଠିତ ଆୟୁର୍ବେଦିକ କମ୍ପାନୀ ପତଞ୍ଜଳି ସାରା ଦେଶରେ ଆଦର ଲାଭ କରିଛି । କିନ୍ତୁ ବିଭ୍ରାନ୍ତିକର ବିଜ୍ଞାପନ ମାମଲା ସାମ୍ନାକୁ ଆସିବା ପରେ କମ୍ପାନୀ ପାଇଁ ସ୍ଥିତି ଆହୁରି ଜଟିଳ ହେବାରେ ଲାଗିଛି । ଏବେ ପତଞ୍ଜଳିର ଆଉ ଏକ ପ୍ରଡକ୍ଟ ସୋନ ପାମ୍ପୁଡି ଯାଞ୍ଚରେ ଫେଲ୍‌ ହୋଇଛି । ଉତ୍ତରାଖଣ୍ଡ ପିଥୌରଗଡ଼ରେ ପତଞ୍ଜଳି ସୋନ ପାମ୍ପୁଡିର ନମୁନା ଫେଲ୍‌ ହେବା ପରେ କର୍ମଚାରୀଙ୍କ ସମେତ 3ଜଣଙ୍କୁ ଜେଲ ଦଣ୍ଡ ମିଳିଛି ।

ମେ 18 ତାରିଖରେ ପତଞ୍ଜଳି ଆୟୁର୍ବେଦ ଲିମିଟେଡର ଆସିଷ୍ଟାଣ୍ଟ ଜେନେରାଲ ମ୍ୟାନେଜର ଅଭିଷେକ କୁମାର, କାହ୍ନାଜୀ ଡିଷ୍ଟ୍ରିବ୍ୟୁଟର ପ୍ରାଇଭେଟ ଲିମିଟେଜ ରାମନଗରର ଆସିଷ୍ଟାଣ୍ଟ ମ୍ୟାନେଜର ଅଜୟ ଯୋଶୀ ଓ ଦୋକାନୀ ଲିଲାଧର ପାଠକଙ୍କୁ 6 ମାସ ଜେଲ ଦଣ୍ଡ ଭୋଗିବାକୁ ପଡିବ । ଏହାସହିତ 3ଜଣଙ୍କ ଉପରେ ଜୋରିମାନା ମଧ୍ୟ ଲାଗିଛି । ଖାଦ୍ୟ ସୁରକ୍ଷା ଓ ମାନକ ଅଧିନିୟମ ସମ୍ବଦ୍ଧିତ ଧାରା ଅନୁସାରେ ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି ।

ଏହା ବି ପଢନ୍ତୁ- ଉତ୍ତରାଖଣ୍ଡରେ ବ୍ୟାନ ହେଲା ୧୪ ପତଞ୍ଜଳି ପ୍ରଡକ୍ଟ

ପିଥୌରଗଡ଼ର ଖାଦ୍ୟ ସୁରକ୍ଷା ଅଧିକାର ରାଜେଶ ଶର୍ମା ଏନେଇ କହିଛନ୍ତି, "2019 ସେପ୍ଟେମ୍ବର 17 ତାରିଖରେ ବେରିନାଗ ବଜାର ସ୍ଥିତ ଲିଲାଧର ପାଠକଙ୍କ ଦୋକାନରୁ ପତଞ୍ଜଳି ନବରତ୍ନ ଇଲାଇଚି ସୋନ ପାମ୍ପୁଡିର ଏକ ନମୁନା ସଂଗ୍ରହ କରାଯାଇଥିଲା । ଏହାପରେ ନମୁନାକୁ ଉଧମସିଂ ନଗର ସ୍ଥିତ ରାଜକୀୟ କାର୍ଯ୍ୟଶାଳାକୁ ଯାଞ୍ଚ ପାଇଁ ପଠାଯାଇଥିଲା । 2020 ଯାଞ୍ଚ ସମୟରେ ଏହି ସୋନ ପାମ୍ପୁଡି ଶରୀର ପ୍ରତି ହାନିକାରକ ବୋଲି ଜଣାପଡ଼ିଥିଲା । ଏହାପରେ କମ୍ପାନୀର ସାମ୍ପଲ୍‌କୁ ଗାଜିଆବାଦ ସ୍ଥିତ ସେଣ୍ଟ୍ରାଲ ଲ୍ୟାବରେ ପୁଣି ଥରେ ଯାଞ୍ଚ କରାଯାଇଥିଲା । ଏଠାରେ ମଧ୍ୟ ଏହା ଅସୁରକ୍ଷିତ ଜଣାପଡ଼ିଥିଲା । ଏହାପରେ ବେରିନାଗ ଦୋକାନ ମାଲିକ ଲିଲାଧର ପାଠକ, ଡିଷ୍ଟ୍ରିବ୍ୟୁଟର ଅଜୟ ଯୋଶୀ ଓ ପତଞ୍ଜଳି ଆସିଷ୍ଟାଣ୍ଟ ମ୍ୟାନେଜର ଅଭିଷେକ କୁମାରଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ।"

ପୁରା ମାମଲାରେ ପିଥୌରଗଡ଼ ମୁଖ୍ୟ ମାଜିଷ୍ଟ୍ରେଟ ପିଥୋରାଗ ସଞ୍ଜୟ ସିଂ ଶୁଣାଣି ସମୟରେ, ଖାଦ୍ୟ ସୁରକ୍ଷା ଏବଂ ମାନକ ଅଧିନିୟମ 2006 ର ଧାରା 59 ଅନୁଯାୟୀ 3 ଅଭିଯୁକ୍ତଙ୍କୁ 6 ମାସ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଦୋକାନୀ ଲୀଲାଧର ପାଠକଙ୍କୁ 5000 ଟଙ୍କା ଜୋରିମାନା ଏବଂ ରାମନଗରର କାହ୍ନାଜୀ ଡିଷ୍ଟ୍ରିବ୍ୟୁଟର ପ୍ରାଇଭେଟ ଲିମିଟେଡର ସହକାରୀ ପରିଚାଳକ ଅଜୟ ଯୋଶୀଙ୍କୁ 10ହଜାର ଟଙ୍କା ଜୋରିମାନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ବ୍ୟତୀତ ପତଞ୍ଜଳି ଫୁଡ ଆଣ୍ଡ ହର୍ବାଲ ପାର୍କର ସହକାରୀ ଜେନେରାଲ ମ୍ୟାନେଜର ଅଭିଷେକ କୁମାରଙ୍କୁ 25 ହଜାର ଟଙ୍କା ଜୋରିମାନା କରାଯାଇଛି । ଯଦି ଜରିମାନା ଆଦାୟ କରା ନ ଯାଏ, ତେବେ 7 ଦିନର ଅତିରିକ୍ତ ଦଣ୍ଡର ସମ୍ମୁଖୀନ ହେବାକୁ ପଡ଼ିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details