ନୂଆଦିଲ୍ଲୀ: ଯୋଗ ଗୁରୁ ବାବା ରାମଦେବ ବାବାଙ୍କ ପତଞ୍ଜଳି ଆୟୁର୍ବେଦର ବିଭ୍ରାନ୍ତିକର ବିଜ୍ଞାପନ ମାମଲା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ କ୍ଷମା ମାଗିଲେ ପତଞ୍ଜଳି ଆୟୁର୍ବେଦର ପରିଚାଳନା ନିର୍ଦ୍ଦେଶକ ଆଚାର୍ଯ୍ୟ ବାଳକୃଷ୍ଣ । ତାଙ୍କ କମ୍ପାନୀ ବିଭ୍ରାନ୍ତିକର ବିଜ୍ଞାପନ ଦେଉଥିବା ନେଇ ପତଞ୍ଜଳିକୁ ବୁଧବାର ନୋଟିସ ପଠାଇଥିଲେ ସୁପ୍ରିମକୋର୍ଟ । ସତ୍ୟପାଠରେ ଆଚାର୍ଯ୍ୟ ବାଳକୃଷ୍ଣ କହିଛନ୍ତି ଯେ, ନଭେମ୍ବର 21, 2023ର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶ କପିରେ ଲିପିବଦ୍ଧ ହୋଇଥିବା ବିବୃତ୍ତି ଉଲ୍ଲଂଘନ ପାଇଁ ମୁଁ ସର୍ବୋଚ୍ଚ ଅଦାଲତଙ୍କୁ କ୍ଷମା ପ୍ରାର୍ଥନା କରୁଛି ।
ଏହା ମଧ୍ୟ ପଢନ୍ତୁ-ନେପାଳକୁ ଅଣ ବାସୁମତି ଚାଉଳ ପଠାଇବ ପତଞ୍ଜଳୀ; ଅନୁମତି ଦେଲେ ସରକାର
ସେ ଆହୁରି ମଧ୍ୟ କହିଛନ୍ତି, "ଆଇନ ଶୃଙ୍ଖଳା ପ୍ରତି ମୋର ଯଥେଷ୍ଟ ସମ୍ମାନ ରହିଛି । ଭବିଷ୍ୟତରେ ଏପରି ବିଜ୍ଞାପନ ଦିଆଯିବ ନାହିଁ । ମୋର ଉଦ୍ଦେଶ୍ୟ କେବଳ ଦେଶର ନାଗରିକଙ୍କ ଜୀବନଶୈଳୀ ସମ୍ବନ୍ଧିତ ରୋଗ ଦୂର ପାଇଁ ଆମ କମ୍ପାନୀର ଔଷଧ ସେବନ କରି ସୁସ୍ଥ ଜୀବନ ପାଇଁ ଉତ୍ସାହିତ କରିବା । ଏଥିସହ ଆୟୁର୍ବେଦିକ ଅନୁସନ୍ଧାନରେ ପ୍ରସ୍ତୁତ ସାମଗ୍ରୀର ବ୍ୟବହାରକୁ ଗୁରୁତ୍ୱ ଦେବା ।" ସୁପ୍ରିମକୋର୍ଟଙ୍କ ନିକଟରେ ଆଜି ଏହି ସତ୍ୟପାଠ ଦାଖଲ ହୋଇଛି ।