ହାଇଦ୍ରାବାଦ:ସ୍ବାଧୀନତା ସଂଗ୍ରମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ଆଜି ଜନ୍ମ ବାର୍ଷିକୀ । 127 ତମ ଜୟନ୍ତୀ ପାଳୁଛି ଦେଶ । ଆଜିର ପବିତ୍ର ଦିନରେ ତାଙ୍କ ଜନ୍ମ ଦିବସକୁ ସ୍ମରଣ କରୁଛନ୍ତି ଦେଶବାସୀ । ନେତାଜୀଙ୍କ ଜୀବନୀ, ସାହସ ଏବଂ ପରାକ୍ରମ ସହିତ ଜଡିତ । ଦେଶକୁ ସ୍ବାଧୀନତା କରାଇବାଇରେ ନେତାଜୀଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିଲା । ତେଣୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ଜୟନ୍ତୀକୁ ପରାକ୍ରମ ଦିବସ ଭାବେ ମଧ୍ୟ ପାଳନ କରାଯାଏ ।
ସୁଭାଷ ଚନ୍ଦ୍ର ବୋଷଙ୍କ ଜୀବନର ଗୋଟିଏ ପାର୍ଶ୍ୱ ରାଜନୀତି ଏବଂ ସ୍ୱାଧୀନତା ସଂଗ୍ରାମ ସହ ଜଡ଼ିତ ଥିବାବେଳେ ଅନ୍ୟ ପାର୍ଶ୍ୱ ଆଧ୍ୟାତ୍ମିକତା ସହ ଜଡିତ ରହିଥିଲା । ଭାଗବତ୍ ଗୀତାକୁ ସର୍ବଦା ନିଜ ପାଖେ ରଖୁଥିଲେ ସୁଭାଷ ବୋଷ । ଏହାକୁ ପ୍ରତିଦିନ ପାଠ କରିବା ସହିତ ତଦନୁଯାୟୀ କାର୍ଯ୍ୟ କରୁଥିଲେ।
1897 ମସିହା ଜାନୁଆରୀ 23 ତାରିଖରେ କଟକରେ ଜନ୍ମ ଗ୍ରହଣ କରିଥିଲେ ସୁଭାଷ ବୋଷ । ତାଙ୍କ ପିତାଙ୍କ ନାମ ଜାନକୀ ନାଥ ବୋଷ ଏବଂ ମାତାଙ୍କ ନାମ ପ୍ରଭାବତୀ ଦିବସ । ସ୍ବାମା ବିବେକାନନନ୍ଦଙ୍କୁ ନିଜ ଆଦର୍ଶ ଭାବୁଥିଲେ ସୁଭାଷ । 1920 ମସିହାରେ ଆଇସିଏସ ପରୀକ୍ଷାରେ ଚତୁର୍ଥ ସ୍ଥାନ ହାସଲ କରିଥିଲେ ହେଁ ବ୍ରିଟିଶଙ୍କ ଅତ୍ୟାତାର ଦେଖି ସେ ଚାକିରି ପ୍ରତି ବିମୁଖ ଭାବ ପ୍ରକାଶ କରିଥିଲେ । ଏହା ପରେ ସେ ଚାକିରି ମଧ୍ୟ ଛାଡି ଦେଇଥିଲେ ।
1939 ମସିହାରେ ଫରଓ୍ବାର୍ଡ ବ୍ଲକ ନାମକ ଏକ ରାଜନୈତିକ ଦଳ ଗଠନ କରି ଇଂରେଜ ବିରୋଧରେ ବିଦ୍ରୋହ ଆରମ୍ଭ କରିଥିଲେ। ଦେଶ ସ୍ବାଧୀନ ହେବା ପାଇଁ ସୁଭାଷ ବୋଷଙ୍କ ଭୂମିକା ଅତୁଳନୀୟ । ତୁମେ ମୋତେ ରକ୍ତ ଦିଅ ମୁଁ ତୁମକୁ ସ୍ବାଧୀନତା ଦେବି ଆହ୍ବାନ ଦେଇଥିଲେ ସୁଭାଷ ଚନ୍ଦ୍ର ବୋଷ । 1941 ମସିହାରେ ବର୍ଲିନ ଯାଇଥିଲେ ସେ । ସେଠାରେ ଆଜାଦ ହିନ୍ଦ ରେଡିଓ ଦ୍ବାରା ଭାରତବାସୀଙ୍କୁ ସଂଗ୍ରାମ ପାଇଁ ଆହ୍ବାନ ଦେଇଥିଲେ । ଏହାପରେ ସେ ଆଜାଦ ହିନ୍ଦ ଫୌଜ ଗଠନ କରି ଏହାର ଦାୟିତ୍ବ ନେଇଥିଲେ । ଦେଶକୁ ସ୍ବାଧୀନତା ଫେରାଇ ଆଣିବା ପାଇଁ ସେ ଦିଲ୍ଲୀ ଚଲୋ ଆହ୍ବାନ ଦେଇଥିଲେ । ତେବେ 1945 ମସିହାରେ ନେତାଜୀଙ୍କ ଦେହାନ୍ତ ହୋଇଥିଲା । ଏକ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ସୁଭାଷ ବୋଷ ।