ଓଡିଶା

odisha

ଦିଲ୍ଲୀ ରେଷ୍ଟୁରାଣ୍ଟରେ ଦୁବୃର୍ତ୍ତଙ୍କ ଗୁଳିକାଣ୍ଡ, ଜଣେ ମୃତ - Rajouri Garden Firing

By ETV Bharat Odisha Team

Published : Jun 19, 2024, 4:22 PM IST

Rajouri Garden Firing: ରେଷ୍ଟୁରାଣ୍ଟରେ ପଶି ଅତର୍କିତ ଗୁଳିଚାଳନା କଲେ ଦୁବୃର୍ତ୍ତ । ଗୁଳିମାଡ଼ ଯୋଗୁ ଜଣଙ୍କ ଜୀବନ ଯାଇଛି । ଅଧିକ ପଢନ୍ତୁ

Rajouri Garden Firing
Rajouri Garden Firing (ETV Bharat)

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଭୟଙ୍କର ଗୁଳିକାଣ୍ଡ । ରେଷ୍ଟୁରାଣ୍ଟରେ ପଶି ଗୁଳିଚାଳନା କଲେ ଦୁବୃର୍ତ୍ତ । ରଜୌରୀ ଗାର୍ଡେନରେ ଥିବା ଏକ ବର୍ଗର ଆଉଟଲେଟ(Burger King) ରେ ଏଭଳି ଗୁଳିକାଣ୍ଡ ହୋଇଛି । ଫଳରେ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ବର୍ତ୍ତମାନସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନଥିବାବେଳେ ପୋଲିସ ମାମଲାର ଛାନଭିନ ଚଳାଇଛି । ରାଜଧାନୀ ଦିଲ୍ଲୀରେ ଦିନକୁ ଦିନ ଅପରାଧ ବଢିବାରେ ଲାଗିଛି । ଆଉ ଏହାରି ଭିତରେ ମଙ୍ଗଳବାର ଘଟିଥିବା ଏଭଳି ଗୁଳିକାଣ୍ଡ ରାଜଧାନୀରେ ଆତଙ୍କ ରଚିଛି । କେହି କିଛି ଭାବିବା ପୂର୍ବରୁ ଅତର୍କିତ ୧୦ ରାଉଣ୍ଡରୁ ଉର୍ଦ୍ଧ୍ବ ଗୁଳି ଚାଳନା କରିଥିଲେ ଦୁବୃର୍ତ୍ତ । ଆଉ ଆଖପାଖ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।

ପଶ୍ଚିମାଞ୍ଚଳ ଡିସିପି ବିଚିତ୍ର ବୀର ସୂଚନା ଦେଇଛନ୍ତି, "ରଜୌରୀ ଗାର୍ଡେନ ଥାନାରେ ରାତି ପାଖାପାଖି ୯ ଟା ୪୫ମିନିଟରେ ବର୍ଗର କିଙ୍ଗରେ ଗୁଳିକାଣ୍ଡ ହୋଇଥିବା ନେଇ ଖବର ଆସିଥିଲା । ଘଟଣାର ସତ୍ୟାସତ୍ୟ ଯାଞ୍ଚ ପାଇଁ ସ୍ପେଶାଲ ଫୋର୍ସ, ଆଣ୍ଟି ନାର୍କୋଟିକ୍ସ, AATS ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହାସହ ଅଭିଯୁକ୍ତଙ୍କୁ କାବୁ କରିବାକୁ ଏକ ସ୍ପେଶାଲ ଟିମ ଗଠନ କରାଯାଇଛି । ରେଷ୍ଟୁରାଣ୍ଟର ସିସିଟିଭି ଯାଞ୍ଚ କରୁଛି ପୋଲିସ ।" ତେବେ ସିସିଟିଭି ଯାଞ୍ଚ ପରେ ଅଭିଯୁକ୍ତଙ୍କ ସମ୍ପର୍କରେ ତଥ୍ୟ ମିଳିପାରିବ ବୋଲି ଆଶା ରହିଛି ।

ଏହା ବି ପଢନ୍ତୁ...ରେମୁଣାରେ ଯୁବକଙ୍କୁ ଗୁଳିମାଡ଼, କାରଣ ଅସ୍ପଷ୍ଟ - Balasore Firing

ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ପାଖାପାଖି ୧୦ ରାଉଣ୍ଡରୁ ଉର୍ଦ୍ଧ୍ବ ଗୁଳିଚାଳନା କରାଯାଇଥିଲା । ଯାହାଦ୍ବାରା ସେଠାରେ ଉପସ୍ଥିତ ଥିବା ବ୍ୟକ୍ତିଙ୍କ ଜୀବନ ଯାଇଛି । ମୃତ ବ୍ୟକ୍ତିଙ୍କୁ ଚିହ୍ନଟ କରିବାରୁ ପ୍ରକ୍ରିୟା ଜାରି ରଖିଛି ପୋଲିସ । ଏହାସହ ଗୁଳିଚାଳନା କରିଥିବା ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ ତଦନ୍ତ ଚଳାଇଛି । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ଲଗାତାର ଗୁଳିଚାଳନା ଯୋଗୁ ସେଠାରେ ଉପସ୍ଥିତ ଥିବା ଆଉ କେତେକ ଲୋକ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି । କୁହାଯାଉଛି ଯେ, ଗୁଳିଚାଳନା କରିଥିବା ବ୍ୟକ୍ତି ପୂର୍ବରୁ ସେହି ରେଷ୍ଟୁରାଣ୍ଟରେ ଉପସ୍ଥିତ ଥିଲେ । ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଓ ସିସିଟିଭି ଆଧାରରେ ପୋଲିସ ତଦନ୍ତ ଜୋରଦାର ଚଳାଇଛି । ସେପଟେ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।

ଏହା ବି ପଢନ୍ତୁ...ସୀତାପୁରରେ ଚାଞ୍ଚଲ୍ୟ; ପରିବାରର ୫ ଜଣଙ୍କୁ ଗୁଳି କରି ହତ୍ୟା କଲା ଯୁବକ, ପରେ ହାରିଲେ ଜୀବନ - Sitapur Murder

ABOUT THE AUTHOR

...view details