ଓଡିଶା

odisha

By ETV Bharat Odisha Team

Published : Jan 29, 2024, 9:51 PM IST

ETV Bharat / bharat

ଆମେରିକାରେ ଭାରତୀୟ ଛାତ୍ରଙ୍କୁ ହତ୍ୟା କଲା ଘରେ ଆଶ୍ରୟ ଦେଇଥିବା ଯୁବକ

On Camera, MBA Student From India Brutally Killed Inside US Store: ଆମେରିକାରେ ଭାରତୀୟ ଛାତ୍ରଙ୍କୁ ନିର୍ମମ ହତ୍ୟା, କ୍ୟାମେରାରେ କଏଦ ହେଲା ଘଟଣା । ଅଧିକ ପଢନ୍ତୁ

ଆମେରିକାରେ ଭାରତୀୟ ଛାତ୍ରଙ୍କୁ ନିର୍ମମ ହତ୍ୟା, କ୍ୟାମେରାରେ କଏଦ ହେଲା ଘଟଣା
ଆମେରିକାରେ ଭାରତୀୟ ଛାତ୍ରଙ୍କୁ ନିର୍ମମ ହତ୍ୟା, କ୍ୟାମେରାରେ କଏଦ ହେଲା ଘଟଣା

ହାଇଦ୍ରାବାଦ: ଆମେରିକାରେ ଜଣେ ଭାରତୀୟ ଛାତ୍ର ନିର୍ମମ ହତ୍ୟାର ଶିକାର ହୋଇଛନ୍ତି । ଏହି ଛାତ୍ର ଜଣକ ଆମେରିକାର ଜର୍ଜିଆ-ଲିଥୋନିଆରେ ଏମବିଏ ପଢୁଥିଲେ । ତାଙ୍କୁ ଏକ ଷ୍ଟୋରରେ ଗତ 16 ତାରିଖରେ ନିର୍ମମ ଭାବେ ହତ୍ୟା କରାଯାଇଛି । ଆକ୍ରମଣ ବେଳର ଭିଡିଓ ନିକଟରେ ଲାଗିଥିବା ସିସିଟିଭିରେ କଏଦ ମଧ୍ୟ ହୋଇଛି । ଏହି 25 ବର୍ଷୀୟ ଭାରତୀୟ ଛାତ୍ରଙ୍କ ନାମ ବିବେକ ସାଇନି ଓ ସେ ହରିୟାଣାର ପଞ୍ଚକୁଲାର ବାସିନ୍ଦା । ତେବେ ତାଙ୍କୁ ହାତୁଡିରେ ଆକ୍ରମଣ କରି ହତ୍ୟା କରିଥିବା ଯୁବକକୁ ବିବେକ ନିଜ ଘରେ ଆଶ୍ରୟ ଦେଇଥିଲେ । ପରେ ସେ ଆଶ୍ରୟ ଦେବାକୁ ମନା କରିବାରୁ ଏହି ବ୍ୟକ୍ତିଜଣକ ତାଙ୍କୁ ଆକ୍ରମଣ କରି ହତ୍ୟା କରିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

ତେବେ ଆମେରିକା ପୋଲିସର ପ୍ରାଥମିକ ତଦନ୍ତରେ ମିଳିଥିବା ଅନୁସାରେ, ହତ୍ୟାର ଶିକାର ହୋଇଥିବା ବିବେକ ପାଠ ପଢିବା ସହ ସ୍ଥାନୀୟ ଏକ ଷ୍ଟୋରରେ କ୍ଲର୍କ ଭାବେ ମଧ୍ୟ କାମ କରୁଥିଲେ । ସ୍ଥାନୀୟ ଜୁଲିଆନ ଫୌଲକନେର ନାମକ ଜଣେ ନିରାଶ୍ରୟ ବ୍ୟକ୍ତିଙ୍କ ସହ ତାଙ୍କ ପରିଚୟ ହୋଇଥିଲା । ସେ ରହିବା ପାଇଁ ଏହି ବ୍ୟକ୍ତିଜଣକୁ ନିଜ ଘରେ କିଛି ଦିନ ଆଶ୍ରୟ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ :- ଆମେରିକା ମିଲିଟାରୀ ପୋଷ୍ଟ ଉପରେ ଡ୍ରୋନ ଆଟାକ, 3 ସେନା ମୃତ 25ରୁ ଅଧିକ ଆହତ

ତେବେ ଜାନୁଆରୀ 26 ରେ ବିବେକ ଭାରତ ଫରିବାର ଥିଲା । ଏହା ପୂର୍ବରୁ ସେ ଏହି ବ୍ୟକ୍ତିଙ୍କୁ ନିଜ ଘର ଛାଡିବା ପାଇଁ କହିଥିଲେ । ଜାନୁଆରୀ 16 ତାରିଖରେ ଏହି କାରଣରୁ ଉଭୟଙ୍କ ମଧ୍ୟରେ ବଚସା ମଧ୍ୟ ହୋଇଥିଲା । ତେବେ ସେହିଦିନ ସେ କାମ କରୁଥିବା ଷ୍ଟୋରରୁ ବାହାରୁ ଥିବା ବେଳେ ଅଭିଯୁକ୍ତ ତାଙ୍କୁ ଏକ ହାତୁଡିରେ ଅତର୍କିତ ଆକ୍ରମଣ କରିଥିଲା । ବାରମ୍ବାର ତାଙ୍କ ମୁଣ୍ଡ ଓ ମୁଁହକୁ ସେ ହାତୁଡିରେ ପ୍ରହାର କରିବା ଫଳରେ ବିବେକ ଚଟାଣରେ ଚେତାଶୂନ୍ୟ ହୋଇ ପଡିଯାଇଥିଲେ । ହେଲେ ଅଭିଯୁକ୍ତ ତାଙ୍କୁ ପିଟିପିଟି ହତ୍ୟା କରିଥିଲା । ପୋଲିସ ପହଞ୍ଚି ମୃତଦେହ ଜବତ କରବା ସହ ପରବର୍ତ୍ତୀ ସମୟରେ ଅଭିଯୁକ୍ତକୁ ମଧ୍ୟ ଗିରଫ କରିଛି । ଅଭିଯୁକ୍ତ ଯୁବକ ଜଣେ ନିରାଶ୍ରୟ ଓ ନିଶାଖୋର ମଧ୍ୟ । ହତ୍ୟାକାଣ୍ଡର ଏହାହିଁ କାରଣ ବୋଲି ଆମେରିକା ପୋଲିସ କହିଛି । ନିକଟରେ ଲାଗିଥିବା ସିସିଟିଭିରେ ଏହି ହତ୍ୟାକାଣ୍ଡର ସମ୍ପୂର୍ଣ୍ଣ ଦୃଶ୍ୟ କଏଦ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details