ଓଡିଶା

odisha

ETV Bharat / bharat

ଶେଷ ହେଲା 'ଓଡ଼ିଆ ଫୁଡ୍ ଓ କ୍ରାଫ୍ଟ ଫେଷ୍ଟିଭାଲ', ଓଡିଆ ଖାଦ୍ୟର ସ୍ବାଦ ଚାଖିଲା ହାଇଦ୍ରାବାଦ - ଓଡ଼ିଆ ଫୁଡ୍ ଓ କ୍ରାଫ୍ଟ ଫେଷ୍ଟିଭାଲ

Odisha Food and Craft Festival: ୩ ଧରି ହ୍ରାଇଦ୍ରାବାଦରେ ଚାଲିଥିବା 'ଓଡ଼ିଆ ଫୁଡ୍ ଓ କ୍ରାଫ୍ଟ ଫେଷ୍ଟିଭାଲ' ରବିବାର ଶେଷ ହୋଇଛି । 'ସ୍ବାଭିମାନୀ ଓଡ଼ିଆ ପରିବାର' ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମର ତୃତୀୟ ସନ୍ଧ୍ୟାରେ ଲାଗିଥିଲା ବହୁ ପ୍ରବାସୀ ଓଡ଼ିଆ ଓ ଅଣଓଡ଼ିଆଙ୍କ ଗହଳି । ଅଧିକ ପଢ଼ନ୍ତୁ

'ଓଡ଼ିଆ ଫୁଡ୍ ଓ କ୍ରାଫ୍ଟ ଫେଷ୍ଟିଭାଲ'
'ଓଡ଼ିଆ ଫୁଡ୍ ଓ କ୍ରାଫ୍ଟ ଫେଷ୍ଟିଭାଲ'

By ETV Bharat Odisha Team

Published : Feb 11, 2024, 10:58 PM IST

'ଓଡ଼ିଆ ଫୁଡ୍ ଓ କ୍ରାଫ୍ଟ ଫେଷ୍ଟିଭାଲ'

ହାଇଦ୍ରାବାଦ: ଶେଷ ହେଲା ଓଡ଼ିଆ ଫୁଡ ଆଣ୍ଡ କ୍ରାଫ୍ଟ ଫେଷ୍ଟିଭାଲ । ହ୍ରାଇଦ୍ରାବାଦରେ ୩ ଧରି ଏହି କାର୍ଯ୍ୟକ୍ରମର ମଜା ନେଉଥିଲେ ପ୍ରବାସୀ ଓଡ଼ିଆଙ୍କ ସମେତ ଅଣଓଡ଼ିଆ ଲୋକ । 'ସ୍ବାଭିମାନୀ ଓଡ଼ିଆ ପରିବାର' ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମର ତୃତୀୟ ତଥା ଅନ୍ତିମ ସନ୍ଧ୍ୟାରେ ତେଲେଙ୍ଗାନା ପୋଲିସ ଜେଲ୍‌ ବିଭାଗ ଡିଜି ସୌମ୍ୟା ମିଶ୍ର କାର୍ଯ୍ୟକ୍ରମରେ ଅତିଥି ରୂପେ ଯୋଗ ଦେଇଥିଲେ । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ସେ ମଧ୍ୟ ଜଣେ ଓଡ଼ିଆ ଏବଂ ପ୍ରଥମ ମହିଳା ଓଡ଼ିଆ ଆଇପିଏସ୍‌ ଅଫିସର । ଓଡ଼ିଆଙ୍କ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ବେଶ ଖୁସି ପ୍ରକାଶ କରିଛନ୍ତି ।

ଇଟିଭି ଭାରତକୁ ପ୍ରତିକ୍ରିୟା ଦେଇ ସୌମ୍ୟା ମିଶ୍ର କହିଛନ୍ତି, "ହାଇଦ୍ରାବାଦରେ ଏଭଳି ଓଡ଼ିଆ କାର୍ଯ୍ୟକ୍ରମ ହେଉଛି ଜାଣି ଖୁସି ଲାଗିଲା । ଏହାଦ୍ବାରା ଓଡ଼ିଆ ସଂସ୍କୃତିର ପ୍ରଚାର ପ୍ରସାର ହୋଇପାରୁଛି । ଆମ ସଂସ୍କୃତିର ଆହୁରି ଅଧିକ ପ୍ରଚାର ହେବାର ଆବଶ୍ୟକତା ରହିଛି ।" ସେହିପରି କୋରାପୁଟର ବ୍ୟବସାୟୀ ମାଣ୍ଡିଆଜାତ ସାମଗ୍ରୀର ଭଲ ବ୍ୟବସାୟ ହେଉଥିବା କହି ଖୁସି ବ୍ୟକ୍ତ କରିଛନ୍ତି ତେଲେଙ୍ଗାନା ପୋଲିସ ଜେଲ୍‌ ବିଭାଗ ଡିଜି ସୌମ୍ୟା ମିଶ୍ର । ସ୍ଥାନୀୟ ହାଇଦ୍ରାବାଦବାସୀ ମଧ୍ୟ ବହୁ ସଂଖ୍ୟାରେ ଛୁଟି ଆସୁଥିଲେ ଓଡ଼ିଆ ଖାଦ୍ୟର ମଜା ନେବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିବାକୁ । ଏହା ସହିତ ପଶ୍ଚିମ ଓଡ଼ିଶାରୁ ତଥା ଓଡ଼ିଶାର ବିଭିନ୍ନ ସ୍ଥାନରୁ କଳାକାରମାନେ ଆସି ନୃତ୍ୟ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମରେ ବହୁତ ଭିଡ଼ ଜମିଥିଲା । ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଦୁଲୁକି ଉଠିଥିଲା ମଞ୍ଚ ।

ଏହା ମଧ୍ୟ ପଢ଼ନ୍ତୁ...ହାଇଦ୍ରାବାଦରେ 'ଓଡ଼ିଆ ଫୁଡ୍ ଓ କ୍ରାଫ୍ଟ ଫେଷ୍ଟିଭାଲ', ଦ୍ୱିତୀୟ ସନ୍ଧ୍ୟାରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ

ଏହି ପ୍ରଦର୍ଶନୀରେ ଓଡ଼ିଶାର ବିଭିନ୍ନ ପ୍ରକାର ଓଡ଼ିଆ ଖାଦ୍ୟ ସଙ୍ଗକୁ ହସ୍ତତନ୍ତ, ବୟନ ଶିଳ୍ପ ସହିତ ପାରମ୍ପରିକ ଘରସଜ୍ଜା ସାମଗ୍ରୀର ଆସର ଜମିଥିଲା । ଓଡ଼ିଶାର ଐତିହ୍ୟ ବହନ କରୁଥିବା ବିଭିନ୍ନ କାରିଗରୀର ଝଲକ ସମସ୍ତଙ୍କ ମନ ମୋହିଛି । ଏହାରି ମଧ୍ୟରେ କେନ୍ଦ୍ରାପଡ଼ା ରସାବଳୀ, କୋରାପୁଟ କଫି ଓ ବ୍ଲାକ୍ ରାଇସ ପରି GI ମାନ୍ୟତାପ୍ରାପ୍ତ ଖାଦ୍ୟ ସାମଗ୍ରୀ ସହ ବିଭିନ୍ନ ପ୍ରକାର ମିଠାର ଆସର ମଧ୍ୟ ଜମିଥିଲା । ଓଡ଼ିଶାର ପରିଚୟ ବହନ କରୁଥିବା ସମ୍ବଲପୁରୀ ତନ୍ତବୁଣା ଶାଢ଼ୀ, ପିପିଲି ଚାନ୍ଦୁଆ, ପଟ୍ଟଚିତ୍ର ପୋଷାକ, ମାଣିଆବନ୍ଧ ମଠା ଓ ଟସର ରହିଥିଲା । ଖାଦ୍ୟ ସାମଗ୍ରୀ ମଧ୍ୟରେ ମିଲେଟ୍ ପ୍ରସ୍ତୁତ ବିଭିନ୍ନ ପ୍ରକାର ଖାଦ୍ୟ ସାମଗ୍ରୀ ଦର୍ଶକଙ୍କୁ ଆକୃଷ୍ଟ କରିଥିଲା । ଏହାସହ କାଠ, ବିଭିନ୍ନ ପ୍ରକାର ଧାତୁ ନିର୍ମିତ କାରିଗରୀର ଝଲକ ଦେଖିବାକୁ ମିଳିଥିଲା ଏହି ଫେଷ୍ଟିଭାଲରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details