ରାଞ୍ଚି:ନିର୍ବାଚନ ପୂର୍ବରୁ ଝାଡଖଣ୍ଡରେ ଜମିଲାଣି ମାହୋଲ । ଆଜି ବିଜେପି ପକ୍ଷରୁ ଆୟୋଜିତ ପରିବର୍ତ୍ତନ ଯାତ୍ରାରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଜଗନ୍ନାଥପୁରରେ ଆୟୋଜିତ ଶୋଭାରେ ବର୍ତ୍ତମାନର ହେମନ୍ତ ସୋରେନ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ମୋହନ । ଆସନ୍ତା ନିର୍ବାଚନରେ ବିଜେପିକୁ ଭୋଟ ଦେଇ ସରକାରକୁ ଆଣିବାକୁ ଜନସାଧାରଣଙ୍କୁ ଆହ୍ବାନ ଦେଇଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ଓଡ଼ିଆ ଭାଷାକୁ ନେଇ ଏମିତି କହିଲେ ମୋହନ:
ପଶ୍ଚିମ ସିଂହଭୂମ ଜିଲ୍ଲା ଜଗନ୍ନାଥପୁରରେ ଉଦବୋଧନ ସମୟରେ ଓଡ଼ିଆ ଭାଷା ପ୍ରସଙ୍ଗ ଉଠାଇଛନ୍ତି ମୋହନ । ସେ କହିଛନ୍ତି, "ଏଠାରେ ଓଡ଼ିଆ ଭାଷାଭାଷୀ ଲୋକ ଅବହେଳିତ ଅବସ୍ଥାରେ ଅଛନ୍ତି । ହେମନ୍ତ ସୋରେନ ସରକାର ଓଡ଼ିଆ ଭାଷାକୁ ବିଲୁପ୍ତ କରିବାକୁ ଚକ୍ରାନ୍ତ କରିଛନ୍ତି ।"
ବିଜେପି ସରକାର ଆଣିବାକୁ ଆହ୍ବାନ:
ମୋହନ ଚରଣ ମାଝୀ ଆହୁରି କହିଛନ୍ତି, "ଝାଡ଼ଖଣ୍ଡରେ ଡବଲ ଇଞ୍ଜିନ ସରକାର ଆଣିବା ନିହାତି ଆବଶ୍ୟକ । ଭାଜପା ସରକାର ଆସିଲେ ଝାଡଖଣ୍ଡରେ ଥିବା 136 ସ୍କୁଲର ଓଡ଼ିଆ ଶିକ୍ଷକଙ୍କୁ ଦାବି ପୂରଣ ହେବ । ସେମାନଙ୍କ ବକେୟା ରାଶି ମଧ୍ୟ ପ୍ରଦାନ କରାଯିବ । ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ନିଶୁଳ୍କ ପୁସ୍ତକ ପ୍ରଦାନ କରାଯିବ । 'ଦିଦି ଯୋଜନା' ଅଧୀନରେ ଡବଲ ଇଞ୍ଜିନ ସରକାର ହେଲେ ଆକାଉଣ୍ଟକୁ 21ଶହ ଟଙ୍କା ଯିବ ।"
ଭାଇଚାରା କଥା କହିଲେ ମୋହନ: