ମେଷ: କୌଣସି ନୂଆ କାମ ଆରମ୍ଭ ପାଇଁ ସକାଳ ବେଳ ଶୁଭ ରହିବ । ଆଜି ସରକାରୀ ଲାଭର ସମ୍ଭାବନା ଅଛି । ବ୍ୟାପାରର ଲାଭ ଅଛି । ଚାକିରିରେ ଉପରିସ୍ଥ ଅଧିକାରୀ ଆପଣଙ୍କ ଉପରେ ଖୁସି ରହିବେ । ବିଚାରରେ ଶୀଘ୍ର ପରିବର୍ତ୍ତନ ହେବ । ଦ୍ବିପ୍ରହର ପରେ ମନ ହଜିଲା ହଜିଲା ରହିବ ଏବଂ କେଉଁଥିରେ ବି ମନ ଲାଗିବନି । ପରିବାର ସହ ଶାନ୍ତିରେ ସନ୍ଧ୍ୟାଟି କାଟିବେ ।
ବୃଷ:ଆଜି ଦିନଟି ବାହାରେ କଟିବ । ସପିଂ କରିବେ । ବୁଲାବୁଲି କରିବେ । ଘରକୁ ନୂଆ ଜିନିଷ ଆଣି ପାରନ୍ତି । ସବୁଠୁ ଭଲ ଡିଲ କରିବାକୁ ଚେଷ୍ଟା କରିଵେ । ଗୁଡ଼ାଏ ଜିନିଷ କିଣାକିଣି କରିବେ । ସ୍ବାସ୍ଥ୍ୟ ଭଲ ରହିବ । ଖର୍ଚ୍ଚାନ୍ତ ହୋଇପାରନ୍ତି । ଖୁସିରେ ରହିବେ ।
ମିଥୁନ:ଶତ୍ରୁଙ୍କ ସହ ଝଗଡ଼ା ହେଵ । ଲୋକମାନେ ଆପଣଙ୍କୁ ବଦନାମ କରିପାରନ୍ତି । କିନ୍ତୁ ସେମାନେ ପରାସ୍ତ ହେବେ । ଆପଣଙ୍କ ଉନ୍ନତ ବୁଦ୍ଧି ଆଗରେ ସେମାନେ ଧରାଶାୟୀ ହେଵେ । ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ ।
କର୍କଟ: ଆଜି ଆୟ ଅପେକ୍ଷା ବ୍ୟୟ ଅଧିକ ରହିବ । ଆଖି କଷ୍ଟ ଭୋଗ କରିବେ ମାନସିକ ଚିନ୍ତା ବଢ଼ିବ । ଲୋକଙ୍କ ସହ ମିତ୍ର ବ୍ୟବହାର କରନ୍ତୁ । କୌଣସି ବି ପ୍ରକାର ଦ୍ବନ୍ଦ୍ବ ନ ଉପୁଜିବାପାଇଁ ଧ୍ୟାନ ରଖିବେ । ଦ୍ବିପ୍ରହର ପରେ ସମସ୍ୟାରେ ପରିବର୍ତ୍ତନ ଆସିବ । ଆର୍ଥିକ ଦୃଷ୍ଟିକୋଣରୁ ଦିନ ଲାଭଦାୟୀ ରହିବ । ପାରିବାରିକ ପରିବେଶ ଭଲ ରହିବ ମନରୁ ନକରାତ୍ମକ ଭାବନା ଦୂରେଇ ରଖନ୍ତୁ ।
ସିଂହ:ସକାଳ ଭଲରେ କଟିବ । ସାମାଜିକ ଓ ବ୍ୟବସାୟିକ କ୍ଷେତ୍ରରେ ଆନନ୍ଦପ୍ରଦ ଓ ଲାଭପ୍ରଦ ସମାଚାର ମିଳିବ । ବନ୍ଧୁଙ୍କ ସହ ଦିନ ଭଲରେ ବିତିବ । ଆୟରେ ବୃଦ୍ଧି ଓ ଧନ ଲାଭ ହେବ । ଦ୍ବିପ୍ରହର ପରେ ଆପଣଙ୍କ କଥା କିମ୍ବା ବ୍ୟବହାର କାହାକୁ ଖରାପ ଲାଗିପାରେ । ବାହନ ଚଳେଇବା ବେଳେ ସାବଧାନ ରକ୍ଷାକରନ୍ତୁ । ମାନସିକ ଚିନ୍ତା ବଢିପାରେ ସନ୍ତାନ ଓ ପରିଜନଙ୍କ ସହ ମନୋମାଳିନ୍ୟ ରହିପାରେ ।
କନ୍ୟା:ଅର୍ଥନୈତିକ କାର୍ଯ୍ୟ ବାଧାପ୍ରାପ୍ତ ହେଵ । ଆପଣଙ୍କୁ ଅନୁରୋଧ କରାଯାଉଛି କି ମନ ଓ ହୃଦୟ ଉପରେ ନିୟନ୍ତ୍ରଣ ରଖନ୍ତୁ । ନିଜସ୍ଵ ସମ୍ପତ୍ତିର ଯତ୍ନ ନିଅନ୍ତୁ । ନୈତିକ ଦାୟିତ୍ବ ଵ୍ୟତିତ ନୂଆ ଯୋଜନା ଗୁଡ଼ିକର ଦୀର୍ଘ ଵର୍ଷର ସ୍ଥାୟୀତ୍ବ ପ୍ରତି ଧ୍ୟାନ ଦିଅନ୍ତୁ ।