ନୂଆଦିଲ୍ଲୀ:ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଶୁକ୍ରବାର ଦେଶର ସବୁଠୁ ବଡ଼ ମେଡିକାଲ ପ୍ରବେଶିକା ପରୀକ୍ଷାର ସଂଶୋଧିତ ଫଳାଫଳ ପ୍ରକାଶ କରିଛି । ଏହା ପୂର୍ବରୁ ଏଜେନ୍ସି ପକ୍ଷରୁ ରିଭାଇଜଟ୍ ଆନ୍ସର କି ପ୍ରକାଶ ପାଇଥିଲା । ଏହି ଆଧାରରେ ଆଜି ଫଳାଫଳ ପ୍ରକାଶ ପାଇଛି । ପରୀକ୍ଷାର୍ଥୀମାନେ ଅଧିକାରିକ ୱେବସାଇଟ exams.nta.ac.in. କୁ ଯାଇ ନିଜର ଅପଡେଟେଡ୍ ପରୀକ୍ଷା ଫଳ ଦେଖିପାରିବେ ।
ଶିକ୍ଷାବିତ୍ ଦେବ ଶର୍ମା ଏନେଇ କହିଛନ୍ତି ଯେ ନିଟ୍ ୟୁଜି ପ୍ରଶ୍ନପତ୍ରର ଫିଜିକ୍ସ (ଭୌତିକ ବିଜ୍ଞାନ)ର ଏକ ପ୍ରଶ୍ନରେ ସଂଶୋଧନ କରାଯାଇଥିଲା । ଏହାପରେ ତୁରନ୍ତ ସଂଶୋଧନ ସ୍କୋର କାର୍ଡ ଜାରି କରାଯାଇଛି । ଫିଜିକ୍ସ ପ୍ରଶ୍ନର ଉତ୍ତରରେ ସଂଶୋଧନ କରାଯିବା ପରେ 44ଜଣ ପରୀକ୍ଷାର୍ଥୀ ପୂର୍ଣ୍ଣ ମାର୍କ 720ରୁ 720 ଆଣିବାରେ ବିଫଳ ହୋଇଛନ୍ତି । ପୂର୍ବରୁ 67ଜଣ ପରୀକ୍ଷାର୍ଥୀଙ୍କ ପୂର୍ଣ୍ଣ ମାର୍କ 720 ଥିଲା । ଗ୍ରେସମାର୍କ ହଟାଇବା ପରେ ଏହି ସଂଖ୍ୟା 61ରେ ପହଞ୍ଚିଥିଲା । ଆଉ ଏବେ ଫିଜିକ୍ସ ପ୍ରଶ୍ନର ଉତ୍ତରରେ ସଂଶୋଧନ କରାଯିବା ପରେ ଟପ୍ପରଙ୍କ ସଂଖ୍ୟା ଆହୁରି ତଳକୁ ଖସିଆସିଛି । ଏମାନଙ୍କର ମାର୍କରୁ 5ନମ୍ବର କଟାଯାଇଛି । ଫଳରେ ଏବେ ପରଫେକ୍ଟ ସ୍କୋର ରଖିଥିବା ପରୀକ୍ଷାର୍ଥୀଙ୍କ ସଂଖ୍ୟା 17ରେ ପହଞ୍ଚିଛି ।
IIT ଦିଲ୍ଲୀ କରିଥିଲା ପ୍ରଶ୍ନପତ୍ରର ଯାଞ୍ଚ:-
ଶିକ୍ଷାବିତ ଦେବ ଶର୍ମାଙ୍କ କହିବାନୁସାରେ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (IIT) ଦିଲ୍ଲୀର ସବଜେକ୍ଟିଭ ଏକ୍ସପର୍ଟ ଟିମ ଦ୍ବାରା ଫିଜିକ୍ସର ପ୍ରଶ୍ନପତ୍ର ଯାଞ୍ଚ କରାଯାଇଥିଲା । ଆଇଆଇଟି ଦିଲ୍ଲୀ ପକ୍ଷରୁ ପ୍ରଶ୍ନର ଯାଞ୍ଚ କରିବା ପରେ ନୂଆ NCERT ଅନୁସାରେ ଏହାର ଉତ୍ତର ଚୟନ କରାଯାଇଛି । ଫଳରେ ଅନେକ ପରୀକ୍ଷାର୍ଥୀଙ୍କ ମାର୍କ କମିଛି । ଏହା ପୂର୍ବରୁ ପରୀକ୍ଷାର୍ଥୀଙ୍କ ଅଭିଯୋଗ ପରେ ଏହି ପ୍ରଶ୍ନର 2ଟି ଉତ୍ତରକୁ ଏଜେନ୍ସି ସଠିକ ବୋଲି କହି ନମ୍ବର ଦେଇଥିଲା । ଏହି ପ୍ରଶ୍ନର ଉତ୍ତର ପୂର୍ବ ଏନସିଇଆରଟି ଓ ନ୍ୟୁ ଏନସିଇଆରଟି ଅନୁସାରେ ଭିନ୍ନ ଭିନ୍ନ ରହିଛି ।