ଓଡିଶା

odisha

ETV Bharat / bharat

ବିଳମ୍ବ ହେଲେ ମଧ୍ୟ ମେଣ୍ଟ ନିଶ୍ଚିତ ! BJPର ଦ୍ବିତୀୟ ପର୍ଯ୍ୟାୟରେ ଖୋଲିଲାନି ଓଡିଶା ଖାତା - BJP BJD alliance

No candidates for odisha in 2nd BJP list for LS Poll: ସ୍ପଷ୍ଟ ହେଲା ମେଣ୍ଟ ସଙ୍କେତ, BJPର ଦ୍ବିତୀୟ ପର୍ଯ୍ୟାୟରେ ମଧ୍ୟ ଖୋଲିଲାନି ଓଡିଶାର ଖାତା । ଗତ ସପ୍ତାହେ ନେଇ ଜାରି ରହିଛି ହଟଚମଟ । ଅଧିକ ପଢନ୍ତୁ

ସ୍ପଷ୍ଟ ହେଲା ମେଣ୍ଟ ସଙ୍କେତ, BJP ର ଦ୍ବିତୀୟ ପର୍ଯ୍ୟାୟରେ ମଧ୍ୟ ଖୋଲିଲାନି ଓଡିଶାର ଖାତା
ସ୍ପଷ୍ଟ ହେଲା ମେଣ୍ଟ ସଙ୍କେତ, BJP ର ଦ୍ବିତୀୟ ପର୍ଯ୍ୟାୟରେ ମଧ୍ୟ ଖୋଲିଲାନି ଓଡିଶାର ଖାତା

By ETV Bharat Odisha Team

Published : Mar 13, 2024, 8:33 PM IST

ଭୁବନେଶ୍ବର:ସ୍ପଷ୍ଟ ହେଲା ମେଣ୍ଟ ସମ୍ଭାବନା ।ରାଜ୍ୟରେ ବିଜେପି-ବିଜେଡି ମେଣ୍ଟ ନେଇ ଗତ ପ୍ରାୟ ଏକ ସପ୍ତାହ ଧରି ଯେଉଁ ହଟଚମଟ ଲାଗି ରହିଛି ତାହା ଆଉ ଟିକେ ସୁସ୍ପଷ୍ଟ ହୋଇଛି । ବିଳମ୍ବ ହେଲେ ମଧ୍ୟ ଦୁଇ ଦଳ ମଧ୍ୟରେ ଯେ ମେଣ୍ଟ ହେବା ଏକପ୍ରକାର ନିଶ୍ଚିତ, ତାହାର ଆଜି ସ୍ପଷ୍ଟ ସଙ୍କେତ ବିଜେପି କ୍ୟାମ୍ପରୁ ମିଳିଛି । ଦଳ ଆଜି ଦ୍ବିତୀୟ ପର୍ଯ୍ୟାୟରେ 11ରାଜ୍ଯ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ 72 ଆସନରେ ପ୍ରାର୍ଥୀ ଘୋଷଣା କରିଥିଲେ ସୁଦ୍ଧା ପ୍ରଥମ ପର୍ଯ୍ୟାୟର ପରି ଓଡିଶାରେ ଟିକେଟ୍‌ ଖାତା ଖୋଲନି । ରାଜ୍ୟରେ ମେଣ୍ଟ ଓ ଆସନ ଭାଗବଣ୍ଟା ଛିଡାଇବା ପାଇଁ ଦୁଇ ଦଳର ଶୀର୍ଷ ନେତା ବ୍ୟସ୍ତ ଥିବା ବେଳେ ବିଜେପି ଆଜି ରାଜ୍ୟରେ ପ୍ରାର୍ଥୀ ଘୋଷଣା କରିବାରୁ ବିରତ ରହିଛି । ରାଜ୍ୟରେ ଲୋକସଭା ସହ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ହେଲେ ମେଣ୍ଟ କଥାବାର୍ତ୍ତା ନଛିଡିବା କାରଣରୁ ଉଭୟ ଦଳ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରୁନାହାଁନ୍ତି ।

ଓଡିଶାରେ 21ଲୋକସଭା ଆସନ ରହିଛି । ରାଜ୍ୟରେ 2 କେନ୍ଦ୍ରମନ୍ତ୍ରୀ ଓ ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ନିର୍ବାଚନ ଲଢିବା ତାଲିକାରେ ମଧ୍ୟ ରହିଛନ୍ତି । ଚର୍ଚ୍ଚିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ସଂସଦୀୟ ଆସନରୁ ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ଜୋର ଧରିଛି । ହେଲେ ଦୁଇଟି ପର୍ଯ୍ୟାୟ ତାଲିକା ପ୍ରକାଶ ପାଇଥିଲେ ସୁଦ୍ଧା ବିଜେପି ଓଡିଶା ଖାତା ଖୋଲିବାକୁ ବିଳମ୍ବ କରିବାରେ ଲାଗିଛି । ତେବେ ମେଣ୍ଟ ଆସନ ବୁଝାମଣା ଯେ, ଉଭୟ ଦଳର ପ୍ରାର୍ଥୀ ଘୋଷଣା ବିଳମ୍ବ ହେବାର ଏକମାତ୍ର କାରଣ ତାହା ଆଉ ବୁଝିବାକୁ ବାକି ନାହିଁ ।

ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ (5 ତାରିଖ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡିଶା ଗସ୍ତରୁ ଆରମ୍ଭ ହୋଇଥିବା ଏହି ଚର୍ଚ୍ଚା ପରେ ଏକାଧିକ ଘଟଣାକ୍ରମରୁ ସ୍ପଷ୍ଟ ହେବାରେ ଲାଗିଥିଲା । ରାଜ୍ୟ ବିଜେପି ନେତାମାନେ ଏବେ ମଧ୍ୟ ଦିଲ୍ଲୀରେ ଡେରା ପକାଇଛନ୍ତି । ରାଜ୍ୟରେ ଶାସନରେ ଥିବା ବିଜୁ ଜନତା ଦଳର ବୈଠକ ମଧ୍ୟ ନବୀନ ନିବାସରେ ଶେଷ ହୋଇଛି । ଖାଲି ପୃଥକ ବୈଠକ ନୁହେଁ ବରଂ ବିଜେଡିର ଦୁଇ ପ୍ରମୁଖ ଓ ବରିଷ୍ଠ ନେତା 5ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଓ ସାଙ୍ଗଠନିକ ସମ୍ପାଦକ ପ୍ରବଣ ଦାସ ଦିଲ୍ଲୀ ଗସ୍ତ ସାରି ଫେରିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- 2ୟ ପର୍ଯ୍ୟାୟରେ 72 ଲୋକସଭା ପ୍ରାର୍ଥୀ ଘୋଷଣା କଲା BJP, ଏକାଧିକ କେନ୍ଦ୍ରମନ୍ତ୍ରୀଙ୍କ ସହ ରହିଛନ୍ତି ବହୁ ହେଭିଓ୍ବେଟ

ମେଣ୍ଟ ନେଇ ଉଭୟ କ୍ୟାମ୍ପରେ ମାନସ ମନ୍ଥନ ଚାଲିଥିବା ବେଳେ ଆସନ ସଂଖ୍ୟା ନଛିଡିବା କାରଣରୁ ବିଧିବଦ୍ଧ ଘୋଷଣା ସାମ୍ନାକୁ ଆସୁନି । ଉଭୟ ଦଳର ନେତା ମେଣ୍ଟ ସମ୍ପର୍କରେ ମୁହଁ ଖୋଲୁନଥିଲେ ସୁଦ୍ଧା ସ୍ପଷ୍ଟ ଖଣ୍ଡନ କରିବାକୁ ମଧ୍ୟ ସାହାସ କରିପାରୁନାହାନ୍ତି । ଏହାରି ମଧ୍ଯରେ ବିଜେପିର ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଉପରେ ସମସ୍ତଙ୍କ ନଜର ଥିଲା । ମାତ୍ର ଆଜି ବିଜେପି ଓଡିଶାରେ ଖାତା ନଖୋଲି ମେଣ୍ଟ ଚର୍ଚ୍ଚାକୁ ଅଘୋଷିତ ଭାବେ ସ୍ପଷ୍ଟ କରିଦେଇଛି । ତେବେ ବିଳମ୍ବ ହେଲେ ମଧ୍ୟ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ପୂର୍ବରୁ ରାଜ୍ୟରେ ମେଣ୍ଟ ନିଶ୍ଚିତ ଦୃଷ୍ଟିଗୋଚର ହେବା ପରି ଅନୁଭବ ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details