ଓଡିଶା

odisha

By ETV Bharat Odisha Team

Published : Jan 28, 2024, 2:10 PM IST

Updated : Jan 28, 2024, 2:29 PM IST

ETV Bharat / bharat

ସନ୍ଧ୍ୟାରେ ଶପଥ ଗ୍ରହଣ ସମାରୋହ, ନୀତିଶଙ୍କ ସମେତ 8 ମନ୍ତ୍ରୀ ନେବେ ଶପଥ

Nitish Kumar to take oath as Bihar CM: ରାଜଭବନରେ ସନ୍ଧ୍ୟାରେ ଶପଥ ଗ୍ରହଣ ସମାରୋହ । ନୀତିଶଙ୍କ ସମେତ ଶପଥ ନେବେ 8 ମନ୍ତ୍ରୀ । ଅଧିକ ପଢନ୍ତୁ

ଶପଥ ନେବେ ନୀତିଶ କୁମାର
Nitish Kumar to take oath as Bihar CM

ପାଟନା: ବିହାର ରାଜନୀତିରେ ଆଜି ଠାରୁ ଆରମ୍ଭ ହେବ ଆଉ ଏକ ନୂଆ ଅଧ୍ୟାୟ । ଦ୍ବିତୀୟ ଥର ପାଇଁ ରାଜ୍ୟରେ ଏନଡିଏ-ଜେଡିୟୁ ମେଣ୍ଟ ସରକାର ଆରମ୍ଭ ହେବ । ଆଜି ନବମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତିଶ କୁମାର । ନୀତିଶଙ୍କ ସମେତ 8 ମନ୍ତ୍ରୀ ଶପଥ ନେବେ । ବିଜେପି ଓ ଜେଡିୟୁରୁ 3 ଜଣ ଲେଖାଏଁ ଶପଥ ଗ୍ରହଣ କରିବେ । ସେହିପରି ହାମରୁ ଏବଂ ସ୍ବାଧିନ ବିଧାୟକ ଭାବେ ଜଣେ ଭାବେ ଶପଥ ନେବେ । ସନ୍ଧ୍ୟା 5ଟାରେ ରାଜଭବନରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଗୋପନୀୟତାର ଶପଥ ପାଠ କରାଇବେ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର । ଉପମୁଖ୍ୟମନ୍ତ୍ରୀ ଭାବେ ବିଜେପିର ସମ୍ରାଟ ଚୌଧୁରୀ ଓ ବିଜୟ ସିହ୍ନା ଶପଥ ନେବେ।

ଲୋକ ଜନଶକ୍ତି ପାର୍ଟି ନେତା ଚିରାଗ ପାସୱାନ ଆଜି ପାଟନାରେ ନୀତିଶ କୁମାରଙ୍କ ଶପଥ ଗ୍ରହଣ ସମାରୋହରେ ସାମିଲ ହେବାକୁ କହିଛନ୍ତି । ବିହାରରେ ପୁଣିଥରେ ଏନଡିଏ ସରକାର ଗଠନ ହୋଇଥିବାରୁ ଆମେ ଖୁସି ବୋଲି କହିଛନ୍ତି ଚିରାଗ । ସେହିପରି ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଶପଥ ଗ୍ରହଣ ସମାରୋହରେ ସାମିଲ ହୋଇପାରନ୍ତି ବୋଲି କୁହାଯାଉଛି ।

ଏହା ମଧ୍ୟ ପଢନ୍ତୁ-ମହାମେଣ୍ଟକୁ ମହାଝଟ୍‌କା: ଇସ୍ତଫା ଦେଲେ ନୀତିଶ, ବିଜେପିରୁ 2 ଜଣ ରହିବେ ଉପମୁଖ୍ୟମନ୍ତ୍ରୀ

ଆଜି ସକାଳ ସମୟରେ ରାଜଭବନରେ ପହଞ୍ଚି ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ଦେବା ପରେ ଖୁସୀ ବ୍ୟକ୍ତ କରିଥିଲେ ନୀତିଶ କୁମାର । ରାଜ୍ୟରେ ଜେଡିୟୁ-ଆରଜେଡି ସରକାର ଭଙ୍ଗ କରିବାକୁ ରାଜ୍ୟପାଳଙ୍କୁ ଇସ୍ତଫାପତ୍ରରେ କହିଛି । ମେଣ୍ଟ ସରକାରରେ ସବୁକିଛି ଠିକ୍ ନ ଥିବାରୁ ମୁଖ୍ୟମନ୍ତ୍ରୀ ପରୁ ଇସ୍ତଫା ଦେଇଛି । ଏଥି ପାଇଁ ଦଳର ସମସ୍ତ ନେତାଙ୍କ ଠାରୁ ମୁଁ ମତାମତ ନେଇଥିଲି । ରାଜ୍ୟରେ ଜେଡିୟୁ-ଆରଜେଡି ମେଣ୍ଟ ସରକାର ପତନ ହୋଇଛି । ନୂଆ ମେଣ୍ଟରେ ଆମେ ସରକାର ଗଠନ କରିବୁ ବୋଲି ଗଣମାଧ୍ୟରେ ପ୍ରତିକ୍ରିୟା ରଖିଥିଲେ ନୀତିଶ । ଏହାପରେ ପୁଣି ଥରେ ରାଜ୍ୟପାଳଙ୍କୁ ଭେଟି ଏନଡିଏ ସମର୍ଥିତ ପତ୍ର ପ୍ରଦାନ କରିଥିଲେ ନୀତିଶ । ସମର୍ଥନ ପତ୍ରରେ 128 ବିଜେପି ବିଧାୟକଙ୍କ ସମର୍ଥନ ରହିଥିଲା ।

ରାଜ୍ୟରେ ଜେଡିୟୁ-ଆରଜେଡି ମେଣ୍ଟ ସରକାର ଧରାଶାୟୀ ହୋଇଛି । ଆଜିଠୁ ଆରମ୍ଭ ହେବ ଜେଡିୟୁ-ବିଜେପି ମେଣ୍ଟ ସରକାର । ନବମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ନୀତିଶ କୁମାର । ପ୍ରଥମ ଥର ପାଇଁ ସେ 2000 ମସିହା ମାର୍ଚ୍ଚ 3ରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ । ମାତ୍ର 7 ଦିନ ପରେ ସରକାର ଭାଙ୍ଗିବାରୁ ତାଙ୍କୁ ଇସ୍ତଫା ଦେବାକୁ ପଡିଥିଲା ।

Last Updated : Jan 28, 2024, 2:29 PM IST

ABOUT THE AUTHOR

...view details