ଓଡିଶା

odisha

ETV Bharat / bharat

ଏୟାର ଇଣ୍ଡିଆ ବିମାନରେ ବୋମା ଧମକ, ଦିଲ୍ଲୀରେ ଜରୁରୀ ଅବତରଣ, ମୁମ୍ବାଇରୁ ଯାଉଥିଲା ନ୍ୟୁୟର୍କ

ବୋମା ଧମକ ପରେ ଦିଲ୍ଲୀରେ ଜରୁରୀ ଅବତରଣ କଲା ଏୟାର ଇଣ୍ଡିଆ ବିମାନ । ମୁମ୍ବାଇରୁ ନ୍ୟୁୟର୍କ ଉଡ଼ାଣ ବେଳେ, ମଝି ଆକାଶରେ ମିଳିଥିଲା ସୁରକ୍ଷା ସଂପର୍କିତ ବାର୍ତ୍ତା ।

By ETV Bharat Odisha Team

Published : 6 hours ago

Updated : 5 hours ago

ବୋମା ଧମକ ପରେ ଦିଲ୍ଲୀରେ ଜରୁରୀ ଅବତରଣ କଲା ଏୟାର ଇଣ୍ଡିଆ, ମୁମ୍ବାଇରୁ ଯାଉଥିଲା ନ୍ୟୁୟର୍କ
ବୋମା ଧମକ ପରେ ଦିଲ୍ଲୀରେ ଜରୁରୀ ଅବତରଣ କଲା ଏୟାର ଇଣ୍ଡିଆ, ମୁମ୍ବାଇରୁ ଯାଉଥିଲା ନ୍ୟୁୟର୍କ (ETV Bharat Odisha)

ନୂଆଦିଲ୍ଲୀ:ବୋମା ଧମକ ମିଳିବା ପରେ ଦିଲ୍ଲୀରେ ଜରୁରୀ ଅବତରଣ କଲା ଏୟାର ଇଣ୍ଡିଆ ବିମାନ । ମୁମ୍ବାଇରୁ ଆମେରିକାର ନ୍ୟୁ-ୟର୍କ ଅଭିମୁଖେ ଉଡାଣ ଭରିଥିବା ଏକ ବିମାନ ଆଜି ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଜରୁରୀ ଅବତରଣ କରିଛି । ସମସ୍ତ ଯାତ୍ରୀ ଓ କ୍ର୍ୟୁ ସଦସ୍ୟଙ୍କୁ ସୁରକ୍ଷିତ ଭାବେ ଟର୍ମିନାଲକୁ ସ୍ଥାନାନ୍ତରିତ କରାଯାଇଛି । ବିମାନଟିକୁ ପାର୍କିଂ ବେ’ର ଆଇସୋଲେସନ ଏରିଆରେ ରଖି ଯାଞ୍ଚ କରାଯାଉଛି । ବିମାନ ବନ୍ଦର ସୁରକ୍ଷାକର୍ମୀ ଓ ବୋମା ନିଷ୍କ୍ରିୟକାରୀ ଟିମ୍‌ ବିମାନକୁ ଯାଞ୍ଚ କରୁଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ବିସ୍ପୋରକ ସାମଗ୍ରୀ ଜବତ ହେବା ନେଇ ସୂଚନା ହସ୍ତଗତ ହୋଇନି ।

  • ମୁମ୍ବାଇରୁ ଯାଉଥିଲା ନ୍ୟୁ-ୟର୍କ

ଏୟାର ଇଣ୍ଡିଆର ମୁଖପାତ୍ର କହିଛନ୍ତି,‘‘ ଅକ୍ଟୋବର 14 ତାରିଖ (ଆଜି)ରେ ମୁମ୍ବାଇରୁ ନ୍ୟୁୟର୍କର ଜେଏଫ କେନେଡି ଅନ୍ତର୍ଜାତୀୟ ବିମାନ ବନ୍ଦର ଅଭିମୁଖେ ଏୟାର ଇଣ୍ଡିଆ ବିମାନ ‘AI119’ ନିର୍ଦ୍ଧାରିତ ସମୟରେ ଉଡାଣ ଭରିଥିଲା । ଉଡାଣ ଭରିବାର କିଛି ସମୟ ମଧ୍ୟରେ ସୁରକ୍ଷା ସମ୍ପର୍କିତ ଏକ ବାର୍ତ୍ତା ମିଳିଥିଲା । ଫଳରେ ବିମାନଟିକୁ ଦିଲ୍ଲୀ ବିମାନ ବନ୍ଦରକୁ ଡାଇଭର୍ଟ କରାଯାଇଥିଲା । ସେଠାରେ ବିମାନ ସୁରକ୍ଷିତ ଅବତରଣ କରିସାରିଛି । ସମସ୍ତଙ୍କୁ ସୁରକ୍ଷିତ ଟର୍ମିନାଲକୁ ନିଆଯାଇଛି । ବିମାନର ଯାଞ୍ଚ ଜାରି ରହିଛି ।’’ ଏୟାର ଲାଇନ୍ସ କର୍ତ୍ତୃପକ୍ଷ ଏହି ସୂଚନା ଦେଇଥଲେ ସୁଦ୍ଧା ବିମାନରେ ମୋଟ କେତେ ଯାତ୍ରୀ ଓ କ୍ର୍ୟୁ ସଦସ୍ୟ ଥିଲେ, ସେନେଇ କିଛି ସ୍ପଷ୍ଟ କରିନି । ଯାତ୍ରୀଙ୍କ ଯାତ୍ରା ପାଇଁ କୌଣସି ବିକଳ୍ପ ବ୍ୟବସ୍ଥା କରାଯାଇଛି କି ନାହିଁ, ସେନେଇ ମଧ୍ୟ ସଂସ୍ଥା କୌଣସି ସୂଚନା ଦେଇନି ।

ଏହା ମଧ୍ୟ ପଢନ୍ତୁ :- ଟଳିଲା ବଡ଼ ବିପଦ, ମଝି ଆକାଶରେ 2 ଘଣ୍ଟା ଚକ୍କର କାଟିବା ପରେ ବିମାନର ସୁରକ୍ଷିତ ଅବତରଣ

ଏହା ମଧ୍ୟ ପଢନ୍ତୁ:- ରାଜସ୍ଥାନରେ ଏମରଜେନ୍ସି ଲ୍ୟାଣ୍ଡିଂ କଲା ଦିଲ୍ଲୀ ଆସୁଥିବା ଫ୍ଲାଇଟ୍, ପୁଣି ବିମାନ ଉଡାଣ ପଇଁ ମନାକଲେ ପାଇଲଟ !

ଏହା ବି ପଢନ୍ତୁ...West Bengal: କାହିଁକି ଏମରଜେନ୍ସି ଲ୍ୟାଣ୍ଡିଂ କଲା ମମତାଙ୍କ ହେଲିକପ୍ଟର ?

  • ପୂର୍ବରୁ ରହିଛି ଏକାଧିକ ଗୁଜବର ନଜିର

ପୂର୍ବରୁ ମଧ୍ୟ ବିଭିନ୍ନ ସମୟରେ ସମାନ ଘଟଣାକ୍ରମ ଦେଖିବାକୁ ମିଳିଛି । କେତେବେଳେ ବିମାନ ବନ୍ଦର ଟର୍ମିନାଲରେ ତ, କେତେବେଳେ ଉଡନ୍ତା ବିମାନରେ ବୋମା ଥିବା ଧମକ ମିଳିଛି । ଜରୁରୀ ଅବତରଣ କରିବା ପରେ ପ୍ରୋଟୋକଲ ଅନୁସାରେ ଯାଞ୍ଚ ମଧ୍ୟ କରାଯାଇଛି । ମାତ୍ର ସେପରି କୌଣସି ବିସ୍ଫୋରକ ସାମଗ୍ରୀ ଜବତ ହୋଇନି । ତାହା ଏକ ଗୁଜବ ବୋଲି ଜଣାପଡିଛି । ଏକାଧିକ ଘଟଣାରେ ବିଭିନ୍ନ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । କିଛି କ୍ଷେତ୍ରରେ ଯାତ୍ରୀ ମଧ୍ୟ ଏପରି ଗୁଜବ ସୃଷ୍ଟି କରିଥିବା ନଜିର ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : 5 hours ago

ABOUT THE AUTHOR

...view details