ଓଡିଶା

odisha

ETV Bharat / bharat

କଂଗ୍ରେସର ସମ୍ବିଧାନ ପରିବର୍ତ୍ତନ ଦାବି ନେଇ ମୁହଁ ଖୋଲିଲେ ଶାହ, କେଜ୍ରିଓ୍ବାଲଙ୍କୁ ମଧ୍ୟ କଲେ ଟାର୍ଗେଟ - Amit Shah Interview - AMIT SHAH INTERVIEW

Amit Shah Interview: 400 ସିଟ୍ କାହିଁକି ଚାହୁଁଛି ବିଜେପି ? କାହିଁକି ଏଭଳି ନାରା ଦେଉଛି? ଏନେଇ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନବାଚୀ ସୃଷ୍ଟି ହେଉଥିବା ବେଳେ ମୁହଁ ଖୋଲିଛନ୍ତି ଶାହ

Amit Shah Interview
Amit Shah Interview (ANI)

By ETV Bharat Odisha Team

Published : May 17, 2024, 12:50 PM IST

ହାଇଦ୍ରାବାଦ: ନିର୍ବାଚନୀ ଋତୁ ଚାଲିଥିବା ବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗଣମାଧ୍ୟମକୁ ସାକ୍ଷାତକାର ଦେଇଛନ୍ତି । ଜାତୀୟ ଖବର ସରବରାହ ସଂସ୍ଥା 'ANI'କୁ ସାକ୍ଷାତକାର ଦେଇ ଶାହ ଅନେକ ପ୍ରସଙ୍ଗ ଉପରେ ମତ ରଖିଛନ୍ତି । ତେବେ ବିଜେପିକୁ କାହିଁକି 400 ପାର୍ ଦରକାର ସେନେଇ ମୁହଁ ଖୋଲିଛନ୍ତି ଅମିତ ଶାହ । ଭାରତୀୟ ଜନତା ପାର୍ଟି (ବିଜେପି) ସମ୍ବିଧାନରେ ସଂଶୋଧନ ପାଇଁ 400 ରୁ ଅଧିକ ଲୋକସଭା ଆସନ ଜିତିବାକୁ ଚାହୁଁଛି ବୋଲି ବିରୋଧୀ ଦାବି କରି ଆସୁଥିବା ବେଳେ ଏହାକୁ ପ୍ରତ୍ୟାଖାନ କରିଛନ୍ତି ଶାହ । ସେ କହିଛନ୍ତି, ଗତ ଦଶନ୍ଧି ଘରି ସମ୍ବିଧାନରେ ପରିବର୍ତ୍ତନ କରିବା ପାଇଁ ବିଜେପିକୁ ନିର୍ଦ୍ଦେଶ ଦିଆଯାଇଛି । କିନ୍ତୁ ଆମେ କେବେ ମଧ୍ୟ ସେଭଳି କରିନାହୁଁ ।

ନ୍ୟୁଜ୍ ଏଜେନ୍ସି ANIକୁ ସାକ୍ଷାତକାର ଦେଇ ଶାହ କହିଛନ୍ତି, "ଦେଶରେ ରାଜନୈତିକ ସ୍ଥିରତା ଆସିବା ପାଇଁ 400ରୁ ଅଧିକ ସିଟ୍ ହାସଲ କରିବା ପାଇଁ ଦଳ ଲକ୍ଷ୍ୟ ରିଖିଛି । ଗତ 10 ବର୍ଷ ଧରି ସମ୍ବିଧାନରେ ପରିବର୍ତ୍ତନ ପାଇଁ କୁହାଯାଉଥିଲେ ସୁଦ୍ଧା ଆମେ କରୁନାହୁଁ । ଆପଣଙ୍କୁ କଣ ଲାଗୁଛି ରାହୁଲ ବାବା ଏବଂ କମ୍ପାନୀ କିଛି କହିବେ ଏବଂ ଦେଶ ଏହି କଥାକୁ ବିଶ୍ବାସ କରିବ ? ଦେଶବାସୀ ଜାଣିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଖେ ଯଥେଷ୍ଟ ସଂଖ୍ୟା ଗରିଷ୍ଠତା ରହିଛି ତଥାପି ଆମେ ସେ ସବୁ କରିବୁ ନାହିଁ ।"

ଏହା ମଧ୍ୟ ପଢନ୍ତୁ: ‘ବିଜେପି 400 ଆସନରେ ଜିତିବ, ନିରାଶ ହୋଇ ମିଥ୍ୟା ଭିଡିଓ ପ୍ରସାରିତ କରୁଛନ୍ତି ବିରୋଧୀ’ - Amit Shah To ETV Bharat

ବିଜେପିକୁ 400ସିଟ୍‌ର ଆବଶ୍ୟକତା କାହିଁକି ରହିଛି?:କାହିଁକି ମୋଦି 400 ପାର୍ ନାରା ଦେଉଛନ୍ତି ଏବଂ 400 ସିଟକୁ କାହିଁକି ଲକ୍ଷ୍ୟ ରଖିଛି ବିଜେପି? ଏଭଳି ପ୍ରଶ୍ନର ଉତ୍ତର ଦେଇ ଶାହ କହିଛନ୍ତି, "ରାଜନୈତିକ ସ୍ଥିରତା ବଜାୟୀ ରଖିବା ପାଇଁ ଆମେ ଲୋକସଭା ନିର୍ବାଚନରେ 400ଟି ଆସନରେ ଜିତିବାକୁ ଚାହୁଁଛୁ । ଆମର ସୀମାକୁ ସୁରକ୍ଷିତ ରଖିବା ଏବଂ ଭାରତକୁ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି କରିବା ଲକ୍ଷ୍ୟ ନେଇ 400 ସିଟ୍ ହାସଲ କରିବୁ ।"

ସେ ଆହୁରି ମଧ୍ୟ କହିଛନ୍ତି, "ଆମକୁ 400 ସିଟ୍ ଦରକାର କାରଣ ବର୍ତ୍ତମାନ ସୁଦ୍ଧା ପ୍ରତ୍ୟେକ ଘରେ ବିଶୁଦ୍ଧ ଜଳ ପହଞ୍ଚି ପାରିନାହିଁ । ଦେଶରେ ପ୍ରାକୃତିକ ଚାଷ କ୍ଷେତ୍ରରେ ଅନେକ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି । ପ୍ରତ୍ୟେକ ବରିଷ୍ଠ ନାଗରୀକଙ୍କୁ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ଯୋଗାଇବାକୁ ଚାହୁଁଛି, ଏହା ମଧ୍ୟ 400 ସିଟ୍ ଜିତିବା ପାଇଁ ଦାବି ପଛର କାରଣ ଅଟେ ।"

ରାହୁଲ ଗାନ୍ଧୀଙ୍କ ଉପରେ ଟିପ୍ପଣୀ:କହିରଖୁଛୁ କି, କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଥିଲେ ବିଜେପି ପ୍ରତିଶୃତି ଦେଉଛି ଯେ, ଜିତିଲେ ସମ୍ବିଧାନରେ ପରିବର୍ତ୍ତନ କରିବ । ପ୍ରଥମ ଥର ପାଇଁ କୌଣସି ରାଜନୈତିକ ଦଳ କହିଛି ଯେ, ଯଦି କ୍ଷମତାକୁ ଆସନ୍ତି ସମ୍ବିଧାନକୁ ଭଙ୍ଗ କରିବେ । ଏହି ସମ୍ବିଧାନ ଭାରତର ଗରିବ, ପଛୁଆ ବର୍ଗ, ଦଳିତ, ଆଦିବାସୀ, ସଂଖ୍ୟାଲଘୁ, କୃଷକ ଏବଂ ଶ୍ରମିକମାନଙ୍କୁ ଅଧିକାର ପ୍ରଦାନ କରିଛି । ତେବେ ରାହୁଲଙ୍କ ଏଭଳି ବୟାନ ପରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି ।

ବଡ ପଦକ୍ଷେପ ପାଇଁ 400 ସିଟ୍‌ର ଆବଶ୍ୟକତା ନାହିଁ:କୌଣସି ବଡ ପଦକ୍ଷେପ ପାଇଁ 400 ପାରର ଆବଶ୍ୟକତା ରହିଛି । ଏହି ପ୍ରଶ୍ନର ଉତ୍ତର ଦେଇ ଶାହ କହିଛନ୍ତି, "400 ପାର୍ ଏହଂ 272 ମଧ୍ୟରେ ଅଧିକ ପାର୍ଥକ୍ୟ ନାହିଁ । କୌଣସି ବଡ ପଦକ୍ଷେପ ପାଇଁ 400 ପାରର ଆବଶ୍ୟକତା ନାହିଁ । ଆମେ ଚାହିଁଲେ ଏବେ ମଧ୍ୟ କରିପାରିବୁ ।"

କେଜ୍ରିଓ୍ବାଲଙ୍କୁ ନେଇ ଶାହଙ୍କ ପ୍ରତିକ୍ରିୟା:ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ସୁପ୍ରିମକୋର୍ଟରୁ ଅନ୍ତରୀଣ ଜାମିନ ମିଳିବା ଉପରେ ଶାହ କହିଛନ୍ତି, "ମୁଁ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଉପରେ କୌଣସି ମନ୍ତବ୍ୟ ଦେବାକୁ ଚାହୁଁନାହିଁ । କିନ୍ତୁ କୋର୍ଟର ନିଷ୍ପତ୍ତିକୁ କେଜ୍ରିୱାଲଙ୍କ ବିଜୟ ବୋଲି AAP ନେତାମାନେ କିପରି ବର୍ଣ୍ଣନା କରୁଛନ୍ତି ମୁଂ ସେ ନେଇ କିଛି କହିପାରିବି । କେଜ୍ରିଓ୍ବାଲଙ୍କ ଯାଚିକାରେ କୁହାଯାଇଥିଲା ଯେ, ଗିରଫ ବେଆଇନ କିନ୍ତୁ ସର୍ବୋଚ୍ଚ ନ୍ୟାୟାଳୟ ଏହାକୁ ଖଣ୍ଡନ କରିଛନ୍ତି । ତା ପରେ ସେ ତାଙ୍କ ଆବେଦନକୁ ସଂଶୋଧନ କରି କୋର୍ଟଙ୍କୁ କହିଥିଲେ ଯେ, ନିର୍ବାଚନ ପ୍ରଚାର ପାଇଁ ଆମେ ଅନ୍ତରୀଣ ଜାମିନ ଚାହୁଁଛୁ । ଏହା କଣ ବିଜୟ କି ?"

ABOUT THE AUTHOR

...view details