ଓଡିଶା

odisha

ETV Bharat / bharat

ବଦଳିବ NTAର ଢାଞ୍ଚା ! ଆଜି 7ଜଣିଆ ଉଚ୍ଚସ୍ତରୀୟ କମିଟିର ପ୍ରଥମ ବୈଠକ - NEET Paper Leak - NEET PAPER LEAK

High-level panel formed to oversee NTA's functioning: ଆଜି ବସିବ NTAର କାର୍ଯ୍ୟାବଳି ଅନୁଧ୍ୟାନ ପାଇଁ ଗଠିତ 7ଜଣିଆ ଉଚ୍ଚସ୍ତରୀୟ କମିଟି ବୈଠକ । ଅଧ୍ୟକ୍ଷତା କରିବେ ଇସ୍ରୋ ମୁଖ୍ୟ ଏସ. ସୋମନାଥ । ଅଧିକ ପଢନ୍ତୁ

ଆଜି ବସିବ NTAର କାର୍ଯ୍ୟାବଳି ଅନୁଧ୍ୟାନ ପାଇଁ ଗଠିତ 7ଜଣିଆ ଉଚ୍ଚସ୍ତରୀୟ କମିଟି ବୈଠକ
ଆଜି ବସିବ NTAର କାର୍ଯ୍ୟାବଳି ଅନୁଧ୍ୟାନ ପାଇଁ ଗଠିତ 7ଜଣିଆ ଉଚ୍ଚସ୍ତରୀୟ କମିଟି ବୈଠକ (ETV Bharat Odisha)

By ETV Bharat Odisha Team

Published : Jun 24, 2024, 10:30 AM IST

ନୂଆଦିଲ୍ଲୀ: ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍‌ ହେବା ଓ ପରୀକ୍ଷା ପରିଚାଳନାରେ ବିଭ୍ରାଟ ଦେଖାଯିବା ଘଟଣା ଦେଶରେ ଉଦଗେବ ସୃଷ୍ଟି କରିଛି । କେନ୍ଦ୍ର ସରକାରଙ୍କ ପରୀକ୍ଷା ପରିଚାଳନା ସଂସ୍ଥା ‘ଏନଟିଏ’ର କାର୍ଯ୍ୟଦକ୍ଷତା ଓ ପାରଦର୍ଶିତା ଏବେ କାଠଗଡାରେ । ଏହି ପ୍ରସଙ୍ଗରେ ଏବେ ଛାତ୍ରଛାତ୍ରୀ ରାସ୍ତାକୁ ଓହ୍ଲାଇଥିବା ବେଳେ ସଂସଦରେ ମଧ୍ୟ ଏହା ଉଠିବାକୁ ଯାଉଛି । ତେବେ ଏହାରି ମଧ୍ୟରେ ଗତକାଲି କେନ୍ଦ୍ର ସରକାର ଗଠନ କରିଥିବା 7ଜଣିଆ ଉଚ୍ଚସ୍ତରୀୟ ଅନୁଧ୍ୟାନ କମିଟି ଆଜି ତାର ପ୍ରଥମ ବୈଠକ କରିବାକୁ ଯାଉଛି । ଏହି କମିଟି କେନ୍ଦ୍ରୀୟ ପରୀକ୍ଷା ସଂସ୍ଥାର କାର୍ଯ୍ୟାବଳି ତଦାରଖ କରିବା ଓ ସଂସ୍କାରମୂଳକ ପଦକ୍ଷେପ ସୁପାରିଶ କରିବା ଉଦ୍ଦେଶ୍ୟରେ ଗଠନ କରାଯାଇଛି । ପରୀକ୍ଷା ପରିଚାଳନା ପ୍ରକ୍ରିୟା ଓ ଡାଟା ସିକ୍ୟୁରିଟି ପ୍ରଟୋକଲ ଉପରେ ଏହି କମିଟି ବିଶେଷ ଭାବେ ଧ୍ୟାନ ଦେବ ।

ଗତକାଲି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଉଚ୍ଚଶିକ୍ଷା ବିଭାଗ 7ଜଣ ବିଶେଷଜ୍ଞଙ୍କୁ ନେଇ ଏହି କମିଟି ଗଠନ କରିଥିଲା । ଏହାକୁ ‘ଇସ୍ରୋ’ ମୁଖ୍ୟ ତଥା ବିଶିଷ୍ଟ ମହାକାଶ ବିଜ୍ଞାନୀ ଏସ.ସୋମନାଥ ଅଧ୍ୟକ୍ଷତା କରୁଛନ୍ତି । ‘ଏନଟିଏ’ କାର୍ଯ୍ୟାବଳିକୁ ଏହି କମିଟି ପ୍ରଥମେ ଅନ୍ୟଧାନ କରିବ । ପରୀକ୍ଷା ପରିଚାଳନାରେ ସ୍ବଚ୍ଛତା ଆଣିବା ପାଇଁ ବୈଷୟିକ ଜ୍ଞାନକୌଶଳର ବ୍ୟବହାର ଓ ତଥ୍ୟ ନିରାପତ୍ତା ଦିଗରେ ସୃଷ୍ଟି ହୋଇଥିବା ଆହ୍ବାନ ଉପରେ ମଧ୍ୟ ଏହି କମିଟି ପୁଙ୍ଖାନୁପୁଙ୍ଖ ତର୍ଜମା କରି କେନ୍ଦ୍ର ସରକାରଙ୍କୁ ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ସମ୍ପର୍କରେ ସୁପାରିଶ କରିବ । ଆଗାମୀ ଦିନରେ ସେହି ଆଧାରରେ କେନ୍ଦ୍ର ସରକାର ଢାଞ୍ଚାଗତ ପରିବର୍ତ୍ତନ ଗ୍ରହଣ କରିବାର ଯଥେଷ୍ଟ ସମ୍ଭାବନା ରହିଛି ।


ଏହା ମଧ୍ୟ ପଢନ୍ତୁ:- ଆରମ୍ଭରୁ ଗରମ ହେବ ଗୃହ, କାମଚଳା ବାଚସ୍ପତିଙ୍କୁ ସହୟତା ପାଇଁ ଚେୟାର ଗ୍ରହଣ କରିବନି ‘ଇଣ୍ଡିଆ’ ମେଣ୍ଟ - Protem Speaker controversy

ଚଳିତମାସ ମେ’ 5 ତାରିଖରେ ହୋଇଥିବା NEET-UGପରୀକ୍ଷାରେ ପ୍ରଶ୍ନପତ୍ର ଲିକ ଅଭିଯୋଗ ହୋଇଥିଲା । 67ଜଣ ପରୀକ୍ଷାର୍ଥୀଙ୍କୁ ମୋଟ 720ରୁ ଶତପ୍ରତିଶତ ମାର୍କ ମିଳିଥିଲା । ଏହି ମାମଲା ଏବେ ସର୍ବୋଚ୍ଚ କୋର୍ଟରେ ବିଚାରାଧୀନ ଥିବା ବେଳେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ‘ସିବିଆଇ’ ମଧ୍ୟ ତଦନ୍ତ ଆରମ୍ଭ କରିସାରିଛି । ଏକାଧିକ ରାଜ୍ୟରେ ବିରୋଧରେ ମାମଲା ମଧ୍ୟ ରୁଜୁ ହୋଇଛି । ‘ଏନଟିଏ’ ପରି ସର୍ବୋଚ୍ଚ ପରୀକ୍ଷା ସଂସ୍ଥା ଦ୍ବାରା ପରିଚାଳିତ ସର୍ବଭାରତୀୟ ପରୀକ୍ଷାରେ ଏପରି ବିଭ୍ରାଟ ଛାତ୍ରଛାତ୍ରୀଙ ଭବିଷ୍ୟତକୁ ନେଇ ଚିନ୍ତା ବଢାଇଛି । ଆଜିଠାରୁ ଆରମ୍ଭ ହେବାକୁ ଥିବା ସଂସଦ ଅଧିବେଶନରେ ମଧ୍ୟ ଏହି ପ୍ରସଙ୍ଗରେ ବିରୋଧୀ ସରକାରଙ୍କୁ ଘେରିପାରନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details