ଓଡିଶା

odisha

ETV Bharat / bharat

ଏନଡିଏ ସଂସଦୀୟ ଦଳର ନେତା ଭାବେ ମୋଦି ନିର୍ବାଚିତ - NDA Meeting - NDA MEETING

NDA Meeting:ଏନଡିଏର ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । କିଏ କିଏ ଉପସ୍ଥିତ ଥିଲେ ଏବଂ କେଉଁ ପ୍ରସଙ୍ଗରେ ଆଲୋଚନା ହୋଇଛି ଜାଣନ୍ତୁ ।

NDA Meeting
NDA Meeting (ETV Bharat)

By ETV Bharat Odisha Team

Published : Jun 5, 2024, 8:26 PM IST

Updated : Jun 5, 2024, 9:07 PM IST

ନୂଆଦିଲ୍ଲୀ:ଆଜି (ବୁଧବାର) ସନ୍ଧ୍ୟାରେ ଏନଡିଏର ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ NDA ମେଣ୍ଟର ସମସ୍ତ ସହଯୋଗୀ ଯୋଗ ଦେଇଥିଲେ । ମୋଟାମୋଟି ଭାବେ ଦେଖିବାକୁ ଗଲେ ଦେଶରେ ଆଶାନୁରୂପ ଭଲ ପ୍ରଦର୍ଶନ କରିପାରନାହିଁ ବିଜେପି । ହେଲେ ମେଣ୍ଟର ସହଯୋଗ ଭାଜପାକୁ ସରକାର ଗଢିବାରେ ସହାୟକ ହୋଇଛି । ଏନେଇ ବୈଠକରେ NDA ଅଧୀନରେ ଥିବା ବିଭିନ୍ନ ଦଳର ନେତାମାନଙ୍କ ସହ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରିଛନ୍ତି ବିଜେପିର ଶୀର୍ଷ ନେତା ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନଡିଏ ସଂସଦୀୟ ଦଳର ନେତା ନିର୍ବାଚିତ ହୋଇଛନ୍ତି । NDA ଅଧୀନରେ ଥିବା ସହଯୋଗୀ ଦଳମାନେ ସେମାନଙ୍କ ସମର୍ଥନ ପତ୍ର ପ୍ରଦାନ କରିଥିବା ଜଣାପଡ଼ିଛି । ଏହି ଗୁରୁତ୍ବପୂର୍ଣ୍ଣ ବୈଠକରେ ଅନେକ ପ୍ରସ୍ତାବ ପାରିତ ହୋଇଥିବା କୁହାଯାଉଛି ।

ବୈଠକ ଶେଷ ପରେ ଫଟୋ ସେସନ ବି ହୋଇଛି । ସମସ୍ତଙ୍କ ତରଫରୁ ଗ୍ରୀନ ସିଗନାଲ ଥିବାବେଳେ ପୁଣି ଥରେ ସରକାର କରିବାକୁ ଯାଉଛି NDA । ସୂଚନା ଅନୁସାରେ, ମୋଦିଙ୍କ ବାସଭବନରେ ଅନୁଷ୍ଠିତ ହୋଇଥିବା NDA ମେଣ୍ଟର ଏହି ଗୁରୁତ୍ବପୂର୍ଣ୍ଣ ବୈଠକ । ଯେଉଁଥିରେ ନୀତିଶ କୁମାର, ଚନ୍ଦ୍ରବାବୁ ନାଇଡୁ, ଏକନାଥ ସିନ୍ଦେ ଓ ଚିରାଗ ପାଶୱାନ ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟପଟେ ନୀତିଶ କୁମାର ଏକ ବଡ଼ ପଦବୀ ପାଇଁ ଦାବିଦାର ଥିବା କୁହାଯାଉଛି ।

ଏହା ବି ପଢନ୍ତୁ...ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ମୋଦି, ରାଷ୍ଟ୍ରପତିଙ୍କୁ ପ୍ରଦାନ କଲେ ଇସ୍ତଫାପତ୍ର

ନୂଆ ସରକାର ଗଠନ ହେବା ପୂର୍ବରୁ ଆଜି ରାଷ୍ଟ୍ରପତିଙ୍କୁ ଭେଟି ଇସ୍ତଫା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ରାଷ୍ଟ୍ରପତି ଭବନ ଯାଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ଜୁନ 8 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶପଥ ଗ୍ରହଣ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏହାସହ ମନ୍ତ୍ରିମଣ୍ଡଳ ନେଇ ଆସନ୍ତା 7 ତାରିଖରେ ବୈଠକ ହେବା ନେଇ ସୂଚନା ରହିଛି । ତେବେ କେନ୍ଦ୍ରରେ ମୋଦି ସରକାର ପୁଣି ଥରେ ରିପିଟ୍ ହେବାକୁ ଥିବାବେଳେ ମନ୍ତ୍ରିମଣ୍ଡଳରେ କିଏ କିଏ ସ୍ଥାନ ପାଉଛନ୍ତି ଏବେ ତାହା ଉପରେ ରହିଛି ସମସ୍ତଙ୍କ ନଜର ।

ଏହା ବି ପଢନ୍ତୁ...ଦେଶରେ ତୃତୀୟ ଥର NDA ସରକାର, ମୋଦିଙ୍କୁ ଶୁଭେଚ୍ଛା ଜଣାଇଲେ ବିଶ୍ବନେତା - World Leaders Congratulate Modi

Last Updated : Jun 5, 2024, 9:07 PM IST

ABOUT THE AUTHOR

...view details