ଓଡିଶା

odisha

ETV Bharat / bharat

ଓମାର ଅନସାରୀର ବଡ ବୟାନ, ICU ପରେ ବାପାଙ୍କୁ ଏକୁଟିଆ ଏକ ବାରାକରେ ରଖାଯାଇଥିଲା - Mukhtar Ansari Death

Omar Ansari Statement: ମୁଖତାର ଅନସାରୀର ମୃତ୍ୟୁ ପରେ ୟୁପିରେ 144 ଧାରା ଲାଗୁ । ମୁଖତାର ଅନସାରୀ ମୃତ୍ୟୁକୁ ନେଇ ପ୍ରଶାସନ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଲା ପୁଅ । କହିଲେ ଏମିତି

Omar Ansari Statement
Omar Ansari Statement

By ETV Bharat Odisha Team

Published : Mar 29, 2024, 12:49 PM IST

ଲକ୍ଷ୍ନୌ:ହୃଦଘାତ ଯୋଗୁଁ ଗ୍ୟାଙ୍ଗଷ୍ଟାରରୁ ରାଜନେତା ହୋଇଥିବା ମୁଖତାର ଅନସାରୀ ମୃତ୍ୟୁ ହୋଇଥିଲା । ସ୍ବାସ୍ଥ୍ୟବସ୍ଥା ବିଗିଡିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ଏହା ପରେ ଉତ୍ତରପ୍ରଦେଶରେ 144 ଧାରା ଲାଗୁ କରାଯାଇଛି । ଏପଟେ ମୁଖତାର ଅନସାରୀର ମୃତ୍ୟୁକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପରିବାର ଲୋକେ । ବାପାର ମୃତ୍ୟୁକୁ ପରେ ସାନପୁଅ ଓମାର ଅନସାରୀ ଅନେକ ପ୍ରଶ୍ନ ଉଠାଇଛନ୍ତି । ପ୍ରଶାସନ ବରୋଧରେ ଗମ୍ଭୀର ଅଭିଯୋଗ ଆଣିଛି ପୁଅ । ତେବେ ଆଇସିୟୁ ପରେ ବାପାଙ୍କୁ ସିଧାସଳଖ ଆଇସୋଲେଟ ବାରାକରେ ରଖିଥିବା ନେଇ ଅଭିଯୋଗ କରିଛନ୍ତି ଅମାର ଅନସାରୀ । ବାପା ଦୁଇ ଦିନ ପୂର୍ବେ ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଷୟରେ ମୋତେ ଅବଗତ କରିଥିଲେ ।

ଓମାର ଅନସାରୀ ଅଭିଯୋଗ କରି କହିଛନ୍ତି, "ପ୍ରଶାସନ ତରଫରୁ ମୋ ବାପାଙ୍କ ମୃତ୍ୟୁ ବିଷୟରେ ମୋତେ ସରକାରୀ ସୂଚନା ଦିଆଯାଇନଥିଲା । ମୁଁ ଗଣମାଧ୍ୟମରୁ ଏହି ବିଷୟରେ ସୂଚନା ପାଇଲି । ସମଗ୍ର ଦେଶ ବାସ୍ତବତା ଜାଣିସାରିଛି । ମୁଁ ଦୁଇ ଦିନ ପୂର୍ବରୁ ବାପାଙ୍କୁ ଦେଖା କରିବାକୁ ଆସିଥିଲି । କିନ୍ତୁ ମୋତେ ଅଟକା ଯାଇଥିଲା । ମାର୍ଚ୍ଚ 19 ତାରିଖରେ ତାଙ୍କୁ ଖାଦ୍ୟରେ ବିଷ ଦିଆଯାଇଥିଲା । ଏଥିସହ ନ୍ୟାୟାଳୟରେ ମଧ୍ୟ ମୁଁ ଅଭିଯୋଗ କରିଥିଲି । ଏହା ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିବି । ନ୍ୟାୟପାଳିକା ଉପରେ ମୋର ସମ୍ପୁର୍ଣ୍ଣ ବିଶ୍ବାସ ରହିଛି । ଯେଉଁ ବ୍ୟକ୍ତି ନିଜ ହାତ ମୁଠା ବନ୍ଦ କରିବାରେ ସକ୍ଷମ ହୁଏ ନାହିଁ ବୋଲି ଆଇସିୟୁରେ ଭର୍ତ୍ତି କରାଯାଇଥିଲା, ସେହି ବ୍ୟକ୍ତିକୁ ଜିଲ୍ଲା ପ୍ରଶାସନ କିଭଳି ଭାବେ ଠିକ ହୋଇଗଲେ କହିକି ପୁଣି ଥରେ ଜେଲ୍‌ରେ ଭର୍ତ୍ତି କରିଲେ । ଏହା କଣ ଉଚିତ କି ?"

ସେ ଆହୁରି ମଧ୍ୟ କହିଛନ୍ତି, "ଆଇସିୟୁରୁ ଆସିବାର 14 ଘଣ୍ଟା ପରେ ବାପାଙ୍କୁ ବ୍ୟାରେକକୁ ପଠାଯାଇଥିଲା । ସେ ସେଠାରେ କିଭଳି ଦୁଇ ରାତି ବିତାଇଥିବେ ତାହା ମୁଁ କଳ୍ପନା କରିପାରୁଛି । ସେ ମୋତେ 3ଟା ଫୋନ କରି କହିଲେ ମୁଁ ଚାଲିବାକୁ ମଧ୍ୟ ସକ୍ଷମ ନୁହେଁ ।"

ଏହା ମଧ୍ୟ ପଢନ୍ତୁ: ଜେଲରେ ପିନ୍ଧୁଥିଲା ବୁଲେଟପ୍ରୁଫ୍ ଜ୍ୟାକେଟ, ସେଲ୍ ଭିତରୁ ଲଢ଼ିଥିଲା ନିର୍ବାଚନ - Mukhtar Ansari Bulletproof Jacket

ମୃତ୍ୟୁ ପରେ ସାମ୍ନାକୁ ଆସିଲା ପରିବାରର ଭିଡିଓ:ମୁଖତାର ଅନସାରୀ ମୃତ୍ୟୁ ପରେ ଗାଜିପୁର ଜିଲ୍ଲାର ମହମ୍ମଦାବାଦ ସ୍ଥିତ ବାସଭବନରେ ସମର୍ଥକଙ୍କ ଭିଡ ଜମିଥିଲା । ତେବେ ଅପ୍ରିତିକର ସ୍ଥିତିକୁ ଦୃଷ୍ଟିରେ ରଖି ବାରଣାସୀ ଡିଆଇଜି, ଗାଜିପୁର ଡିଏମ, ଏସପି ମଧ୍ୟ ପହଞ୍ଚିଥିଲେ । ବ୍ୟାପକ ପୋଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇଛି । ଏହି ଘଟଣା ପରେ ପ୍ରଥମ ଥର ପାଇଁ ପରିବାରର ଭିଡିଓ ଏବଂ ଫଟୋଗ୍ରାଫ୍ ସାମ୍ନାକୁ ଆସିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details