ଓଡିଶା

odisha

ETV Bharat / bharat

କୋଲକାତାରେ ଗଡ଼ିଲା ଅଣ୍ଡର-ଓ୍ବାଟର ମେଟ୍ରୋ, ଯାତ୍ରା କଲେ ପ୍ରଧାନମନ୍ତ୍ରୀ - ଅଣ୍ଡର ଓ୍ବାଟର ମେଟ୍ରୋ

India's first Under Water Metro service started in Kolkata: ଏଣିକି ପାଣି ଭିତରେ ମେଟ୍ରୋ ସେବାର ମଜା ନେଇପାରିବେ ଯାତ୍ରୀ । କୋଲକାତାରେ ଅଣ୍ଡର-ଓ୍ବାଟର ମେଟ୍ରୋର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଅଧିକ ପଢନ୍ତୁ

Underwater Metro Rail
Underwater Metro Rail

By ETV Bharat Odisha Team

Published : Mar 6, 2024, 11:47 AM IST

Updated : Mar 6, 2024, 2:05 PM IST

Under Water Metro

କୋଲକାତା:ପଶ୍ଚିମବଙ୍ଗକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭେଟି । 15,400 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ । ଦେଶର ପ୍ରଥମ ଅଣ୍ଡର-ଓ୍ବାଟର ମେଟ୍ରୋକୁ ପତାକା ଦେଖାଇ ଶୁଭାରମ୍ଭ କଲେ ମୋଦି । ଏହି ପରେ କିଛି ପିଲାଙ୍କ ସହିତ ମେଟ୍ରୋ ଯାତ୍ରା ମଧ୍ୟ କରିଛନ୍ତି । ଏଣିକି ନଦୀଶଯ୍ୟା ମଧ୍ୟରେ ମେଟ୍ରୋ ସେବାର ମଜା ନେଇପାରିବେ ଯାତ୍ରୀ ।

ମୋଦି ଛାତ୍ରଛାତ୍ରୀମାନଙ୍କ ସହିତ ପ୍ରଥମ ଅଣ୍ଡର ଓ୍ବାଟର ମେଟ୍ରୋରେ ଯାତ୍ରା କରିଛନ୍ତି । ସେମାନଙ୍କ ପାଖେ ଏକାଠି ବସିବା ସହିତ କଥା ହେଉଥିବା ମଧ୍ୟ ନଜର ଆସିଛନ୍ତି । ହସ-ଖୁସିରେ ନଜର ଆସିଛନ୍ତି ପ୍ରଧାନମନ୍ତ୍ରୀ । ଏହାସହ ଯାତ୍ରା ସମୟରେ ମୋଦି ମେଟ୍ରୋ କର୍ମଚାରୀଙ୍କ ସହିତ ବାର୍ତ୍ତାଳପ କରିଥିଲେ । ଏହି ସମୟରେ ମୋଦିଙ୍କ ସହିତ ପଶ୍ଚିମବଙ୍ଗ ବିଜେପି ମୁଖ୍ୟ ସୁକାନ୍ତ ମଜୁମଦାର ଏବଂ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ମଧ୍ୟ ରହିଥିଲେ ।

ମେଟ୍ରୋ ରେଳ ରୁଟ୍:ଦେଶର ଏହି ପ୍ରଥମ ଅଣ୍ଡର ୱାଟର ମେଟ୍ରୋ ଟ୍ରେନ୍ ହାଓ୍ବଡା-ଏସପ୍ଲାନେଡ୍ ମଧ୍ୟରେ ଚଳାଚଳ କରିବ । ଦୁଇ ଷ୍ଟେସନ ମଧ୍ୟରେ ଟନେଲର ଲମ୍ବ 4.8 କିଲୋମିଟର ରହିଛି । ଏଥିରେ 1.2 କିଲୋମିଟରର ସୁଡ଼ଙ୍ଗ ହୁଗୁଳି ନଦୀର 30 ମିଟର ତଳେ ରହିଛି । କୌଣସି ନଦୀ ତଳେ ଏହା ଦେଶର ପ୍ରଥମ ପରିବହନ ସୁଡ଼ଙ୍ଗ ଅଟେ ।

ଅଣ୍ଡର-ଓ୍ବାଟର ମେଟ୍ରୋର ବିଶେଷତା:ଏହି ଅଣ୍ଡର ୱାଟର ମେଟ୍ରୋ ମାଧ୍ୟମରେ ଭାରତର ନଦୀ ତଳେ ଟନେଲ ମାଧ୍ୟମରେ ଚଳାଚଳ ଆରମ୍ଭ ହୋଇପାରିବ । ଏହି ଟନେଲ ପୂର୍ବ-ପଶ୍ଚିମ ମେଟ୍ରୋ କରିଡର ପ୍ରକଳ୍ପର ଏକ ଅଂଶ ଅଟେ । 1971 ମସିହାରେ ମାଷ୍ଟର ପ୍ଲାନରେ କରିଡର ଚିହ୍ନଟ ହୋଇଥିଲା । ମେଟ୍ରୋ ରେଳ ମୁଖ୍ୟ ଜନସମ୍ପର୍କ ଅଧିକାରୀ କୌଶିକ ମିତ୍ର କହିଛନ୍ତି, "ହାଓ୍ବଡା ଏବଂ କୋଲକାତା ପଶ୍ଚିମବଙ୍ଗର ଦୁଇ ଶତାବ୍ଦୀ ପୁରୁଣା ଐତିହ୍ୟ ସହର । ହୁଗୁଳି ନଦୀ ତଳେ ଏହି ଦୁଇ ସହରକୁ ସଂଯୁକ୍ତ କରିବ ଟନେଲ ।"

ଏହା ମଧ୍ୟ ପଢନ୍ତୁ: କୋଲକାତାରେ ଗଡିବ ଦେଶର ପ୍ରଥମ ଅଣ୍ଡର-ଓ୍ବାଟର ମେଟ୍ରୋ, କାଲି ପ୍ରଧାନମନ୍ତ୍ରୀ କରିବେ ଶୁଭାରମ୍ଭ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କବି ସୁଭାଷ ମେଟ୍ରୋ, ମଜେରହାଟ ମେଟ୍ରୋ, କୋଚି ମେଟ୍ରୋ, ଆଗ୍ରା ମେଟ୍ରୋ, ମେରୁଠ- RRTS ବିଭାଗ, ପୁନେ ମେଟ୍ରୋ, ଏସପ୍ଲାନେଡ ମେଟ୍ରୋ-କୋଲକାତାଠାରୁ ମେଟ୍ରୋ ରେଳ ସେବାକୁ ମଧ୍ୟ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ବ୍ୟସ୍ତବହୁଳ କୋଲକାତାର ଯୋଗାଯୋଗକୁ ଆହୁରି ସହଜ କରିପାରିବ ବୋଲି ଆଶା କରାଯାଉଛି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 6, 2024, 2:05 PM IST

ABOUT THE AUTHOR

...view details