ନୂଆଦିଲ୍ଲୀ:ମଧ୍ୟ ପୂର୍ବ ସଙ୍କଟ ଦିନକୁ ଦିନ ଘନେଇବାରେ ଲାଗିଛି । ଏହି ତିକ୍ତତା ମଧ୍ୟରେ ଅନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ ନିଜ ସ୍ତରରେ ବିପଦର ମୂଲ୍ୟାଙ୍କନ ବା ଆକଳନ କରିବାକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ବିମାନ କମ୍ପାନୀଗୁଡ଼ିକୁ ପରାମର୍ଶ ଦେଇଛି । ଇରାନ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଚାଲୁଥିବାରୁ ଏୟାର ଇଣ୍ଡିଆ, ଭିସ୍ତାରା ଏବଂ ଇଣ୍ଡିଗୋ ଭଳି ବିମାନ କମ୍ପାନୀଗୁଡ଼ିକ ପଶ୍ଚିମ ଦିଗକୁ ବିକଳ୍ପ ମାର୍ଗ ଭାବେ ବାଛିଛନ୍ତି । ଡିଜିସିଏ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ସହିତ ଜଡିତ ଇରାନର ଆକାଶ ମାର୍ଗର ସୀମାରେ ଉଡ଼ାଣକୁ ଏଡ଼ାଇଛନ୍ତି ।
ଡିଜିସିଏ ସଚିବ ବୁମଲୁନମାଙ୍ଗ ବୁୱାଲନାମ ଏକ ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, " ଡିଜିସିଏ ବିମାନ କମ୍ପାନୀଗୁଡ଼ିକର ଯୋଗାଯୋଗରେ ରହିଛି । ଅନ୍ତର୍ଜାତୀୟ ଉଡାଣ ସମୟରେ ବିପଦକୁ ନିଜ ସ୍ତରରେ ଆକଳନ କରିବାକୁ ପରାମର୍ଶ ଦିଆଯାଇଛି । ଏୟାର ଇଣ୍ଡିଆକୁ ଅନ୍ତର୍ଜାତୀୟ ଉଡାଣ ଭରିବା ଲାଗି ଅନେକ ବିକଳ୍ପ ଉଡାଣ ମାର୍ଗ ପ୍ରଦାନ କରାଯାଇଛି । ଭିସ୍ତାରା ମଧ୍ୟ ଏହି ବିବାଦ ଯୋଗୁଁ କିଛି ଆକାଶ ମାର୍ଗରେ ପରିବର୍ତ୍ତନ କରିଛି । ଏପରିକି ଏୟାର ଇଣ୍ଡିଆ ଟେଲ ଆଭିଭକୁ ଉଡ଼ାଣ ବାତିଲ କରିଛି । ବିକଳ୍ପ ରାସ୍ତା ବାଛିଥିବାରୁ କିଛି ଏୟାର ଲାଇନ୍ସର ଉଡାଣ ସମୟ ପ୍ରାୟ ଅଧ ଘଣ୍ଟା ବୃଦ୍ଧି ପାଇଛି ।"
ଏହା ବି ପଢନ୍ତୁ- ଇସ୍ରାଏଲ ଉପରେ ଇରାନର ଆକ୍ରମଣ, କ’ଣ ରହିଛି ଦୁଇ ଦେଶ ମଧ୍ୟରେ ବିବାଦ