ଓଡିଶା

odisha

ETV Bharat / bharat

ଦ୍ବାଦଶ ଶ୍ରେଣୀ ବହିରୁ ବାଦ ପଡ଼ିଲା ବାବ୍ରି ମସଜିଦ ଧ୍ବଂସ ବିଷୟ; କାରଣ କହିଲେ NCERT ନିର୍ଦ୍ଦେଶକ - NCERT Clarify On Revised Books

NCERT Chief Statement On Revised Books: ମାର୍କେଟରେ ବିକ୍ରି ହେଲାଣି ଦ୍ବାଦଶ ଶ୍ରେଣୀର ରାଜନୀତି ବିଜ୍ଞାନ ପୁସ୍ତକ । ଏଥିରେ ଗୁଜରାଟ ଦଙ୍ଗା, ବାବ୍ରି ମସଜିଦ ବିଧ୍ବଂସ ଭଲି ପ୍ରସଙ୍ଗକୁ ବାଦ ଦିଆଯାଇଛି । ଏ ସମ୍ପର୍କରେ NCERT ନିର୍ଦ୍ଦେଶକ ନିଜର ପ୍ରତିକ୍ରିୟା ରଖିଛନ୍ତି । ଅଧିକ ପଢନ୍ତୁ

NCERT Chief Statement On Revised Books
NCERT Chief Statement On Revised Books (Left) File Photo of Babri Masjid (Right) NCERT director Dinesh Prasad Saklani (Associated Press/NCERT Website))

By ETV Bharat Odisha Team

Published : Jun 16, 2024, 10:32 PM IST

ନୂଆଦିଲ୍ଲୀ: NCERT ପକ୍ଷରୁ ପ୍ରକାଶିତ ଦ୍ବାଦଶ ଶ୍ରେଣୀ ରାଜନୀତି ବିଜ୍ଞାନ ପୁସ୍ତକ ବଜାରରେ ଉପଲବ୍ଧ ହେଲାଣି । କିନ୍ତୁ ଏହି ପୁସ୍ତକକୁ କରାଯାଇଛି ସଂଶୋଧନ । ଏଥିରେ ବିବାଦୀୟ ବାବ୍ରି ମସଜିଦର ନାଁ ଉଲ୍ଲେଖ ହୋଇନଥିବାବେଳେ ଏହାକୁ ତିନି ଗୁମ୍ବଦ ଯୁକ୍ତ ସଂରଚନା ବା ନିର୍ମାଣ ବୋଲି ଦର୍ଶାଯାଇଛି । ଏହାସହ ଗୁଜରାଟ ଦଙ୍ଗା ତଥା ୧୯୮୪ ଦଙ୍ଗା ସମ୍ବନ୍ଧିତ ବିଷୟକୁ ମଧ୍ୟ ବାଦ ଦିଆଯାଇଛି । ଏନେଇ NCERT ନିର୍ଦ୍ଦେଶକ ଦିନେଶ ପ୍ରସାଦ ସକଲାନୀଙ୍କ ବୟାନ ମଧ୍ୟ ଆସିଯାଇଛି ।

ସଂଶୋଧିତ ରାଜନୀତି ବିଜ୍ଞାନ ବହିରେ NCERT ବାବ୍ରି ମସଜିଦ ବିଧ୍ବଂସ ଅଧ୍ୟାୟକୁ ୨ ପୃଷ୍ଠା ମଧ୍ୟରେ ସୀମିତ ରଖିଛି ଏବଂ ପୂର୍ବରୁ ଚାଲି ଆସିଥିବା ପୁସ୍ତକର ସବିଶେଷ ତଥ୍ୟକୁ ବାଦ୍ ଦିଆଯାଇଛି । ପିଟିଆଇକୁ ସୂଚନା ଦେଇ NCERT ନିର୍ଦ୍ଦେଶକ ଦିନେଶ ପ୍ରସାଦ ସାକଲାନୀ କହିଛନ୍ତି, "ଏହା ନିୟମିତ ବାର୍ଷିକ ପରିମାର୍ଜନ (ରିଭିଜନ)ର ଅଂଶ ବିଶେଷ । ଏଥିପାଇଁ ଅନଧିକାର ଚର୍ଚ୍ଚା କରିବା ଆବଶ୍ୟକ ନାହିଁ ।" ତେବେ ବାଦ୍‌ ପଡିଥିବା ଗୁଜରାଟ ଦଙ୍ଗା କିମ୍ବା ବାବ୍ରି ମସଜିଦ ବିଧ୍ବଂସ ବିଷୟ ସମ୍ପର୍କରେ ନିର୍ଦ୍ଦେଶକ କହିଛନ୍ତି, "ଆମେ କାହିଁକି ସ୍କୁଲର ପିଲାଙ୍କୁ ପୁସ୍ତକରେ ଦଙ୍ଗା ବିଷୟରେ ପଢାଇବା । ଆମେ ସକରାତ୍ମକ ନାଗରିକ ଗଠନ କରିବାକୁ ଚାହୁଁ, ହିଂସ୍ରକ ଓ ନିରାଶାବାଦୀ ନୁହଁ ।"

ଏହା ମଧ୍ୟ ପଢନ୍ତୁ... ପାଠ୍ୟ ପୁସ୍ତକରୁ ହଟିଲା ବାବରି ମସଜିଦ, ଗୁଜୁରାଟ ଦଙ୍ଗା ବିଷୟ - Changes in NCERT Books

ସେ ଆହୁରି କହିଛନ୍ତି, "ଆମର ଛାତ୍ରମାନଙ୍କୁ ଏଭଳି ଏକ ପ୍ରକ୍ରିୟାରେ ପଢାଇବା ଅନୁଚିତ, ଯାହା ଫଳରେ ସେମାନେ ଅସଭ୍ୟ ହେବା ସହ ସମାଜରେ ଘୃଣା ଭାବ ପ୍ରସାର କରିବେ ।" ଏହା କଣ ଶିକ୍ଷାର ମୂଳଲକ୍ଷ୍ୟ ବୋଲି ପ୍ରଶ୍ନ କରିଛନ୍ତି NCERT ନିର୍ଦ୍ଦେଶକ । ବାଦ ପଡିଥିବା ବିଷୟ ଗୁଡିକ ମଧ୍ୟରେ ବିଜେପିର ସୋମନାଥରୁ ଅଯୋଧ୍ୟା ପର୍ଯ୍ୟନ୍ତ ରଥଯାତ୍ରା, କରସେବକଙ୍କ ଭୂମିକା, ବାବ୍ରି ମସଜିଦ ଧ୍ବଂସ ପରବର୍ତ୍ତୀ ହିଂସା, ବିଜେପି ଶାସିତ ରାଜ୍ୟରେ ରାଷ୍ଟ୍ର୍ରପତି ଶାସନ ଲାଗୁ ଆଦି ସାମିଲ ରହିଛି ।

ପାଠ୍ୟକ୍ରମ ଓ ସ୍କୁଲ ପୁସ୍ତକର ଗେରୁଆକରଣ ଉପରେ ଆସିଥିବା ଅଭିଯୋଗ ଉପରେ ସେ କହିଛନ୍ତି, "ଯଦି କୌଣସି ବିଷୟ ଅପ୍ରସାଙ୍ଗିକ ହୋଇଥାଏ, ତେବେ ତାହାକୁ ପରିବର୍ତ୍ତନ କରିବା ଆବଶ୍ୟକ । ମୁଁ ଏଠି କୌଣସି ଗେରୁଆକରଣ ହେଉଥିବାର ଦେଖୁନାହିଁ । ଆମେ ଇତିହାସ ପଢାଉ, କାରଣ ଛାତ୍ରମାନେ ତଥ୍ୟ ଜାଣିବେ, ଲଢେଇ ପାଇଁ ପ୍ରସ୍ତୁତ ହେବାକୁ ନୁହେଁ ।" ଯଦି ଆମେ ଭାରତୀୟ ଜ୍ଞାନ ପ୍ରଣାଳୀ ଉପରେ ପଢାଉଛୁ, ତେବେ ତାହା କିଭଳି ଗେରୁଆକରଣ ବୋଲି ପ୍ରଶ୍ନ କରିଛନ୍ତି NCERT ନିର୍ଦ୍ଦେଶକ । ସେହିଭଳି ଯଦି ମେହରୌଳୀର ଲୌହ ସ୍ତମ୍ଭ ବିଷୟରେ କହୁଛୁ, କିମ୍ବା ଭାରତୀୟ ଧାତୁବିଜ୍ଞାନୀଙ୍କ କୃତିତ୍ବକୁ ପଢାଉଛୁ ତାହା ଗେରୁଆକରଣ କି ବୋଲି ପ୍ରଶ୍ନ କରିଛନ୍ତି NCERT ନିର୍ଦ୍ଦେଶକ । ସୂଚନାଯୋଗ୍ୟ, ମୋଗଲ ବାଦଶାହ ଯଥା ହୁମାୟୁନ, ଶାହଜାହାନ, ଆକବର, ଔରଙ୍ଗଜେବଙ୍କ ସମ୍ପର୍କରେ ଥିବା ୨ ପୃଷ୍ଠା ବିଶିଷ୍ଟ ସଫଳତାକୁ ଏନସିଆରଟି ହଟାଇଦେଇଛି । ୨୦୧୪ ପରଠାରୁ ଏହା ଚତୁର୍ଥ ପର୍ଯ୍ୟାୟ ରିଭିଜନ ବୋଲି ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details