ଓଡିଶା

odisha

ETV Bharat / bharat

ଚାରି ମହଲା ବିଲ୍ଡିଂରେ ଲାଗିଲା ନିଆଁ, 4 ଜୀବନ୍ତ ଦଗ୍ଧ - Fire Incident in Delhi

Fire Incident in Delhi: ଦିଲ୍ଲୀର ଏକ ଚାରି ମହଲା ବିଲ୍ଡିଂରେ ଅଗ୍ନିକାଣ୍ଡ ଘଟିବାରୁ 4 ଜଣ ଜୀବନ୍ତ ଦଗ୍ଧ । ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବିଭାଗ । ଅଧିକ ପଢନ୍ତୁ

Fire Incident in Delhi
Fire Incident in Delhi

By ETV Bharat Odisha Team

Published : Mar 14, 2024, 11:37 AM IST

ନୂଆଦିଲ୍ଲୀ:ରାଜଧାନୀ ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ । ଏକ ଚାରି ମହଲା ବିଲ୍ଡିଂରେ ନିଆଁ ଲାଗିବାରୁ 4 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା । ମୃତକଙ୍କ ମଧ୍ୟରେ 2 ଜଣ ଶିଶୁ ରହିଛନ୍ତି । ଦିଲ୍ଲୀର ଗୀତା କଲୋନୀ ପୋଲିସ ଷ୍ଟେସନ ଅଞ୍ଚଳର ଶାସ୍ତ୍ରୀନଗରରେ ଏହି ଘଟଣା ଘଟିଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ଅଗ୍ନିଶମ ବାହିନୀ ଦ୍ୱାରା ନିଆଁକୁ ଆୟତ୍ତ କରାଯାଇଛି । ମୃତକଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରି ନାହିଁ । ଅଗ୍ନିକାଣ୍ଡ ସମୟରେ ବିଲ୍ଡିଂର ଏକ ଘର ଭିତରେ 9 ଜଣ ଫସି ରହିଥିଲେ ।

ଏହା ମଧ୍ୟ ପଢନ୍ତୁ-ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ, ଫ୍ୟାକ୍ଟ୍ରିରେ ନିଆଁ ଲାଗି 11 ଜୀବନ୍ତ ଦଗ୍ଧ

ଅଗ୍ନିକାଣ୍ଡ ନେଇ ଶାହଦରା ଜିଲ୍ଲା ଡିସିପି ସୁରେନ୍ଦ୍ର ଚୌଧୁରୀ କହିଛନ୍ତି ଯେ, ଆଜି ଭୋର୍ 5ଟା ସମୟରେ ଶାସ୍ତ୍ରୀନଗରର 13 ନମ୍ବର ଲେନରେ ଥିବା ଏକ କୋଠା ଘରେ ନିଆଁ ଲାଗିଥିବା ଖବର ଆସିଥିଲା । ଏହାପରେ ସଙ୍ଗେ ସଙ୍ଗେ ଅଗ୍ନିଶମ ଗାଡି ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । 9 ଜଣଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରେ 4 ଜଣଙ୍କର ମୃତ୍ୟୁ ହୋଇଛି । ଅଗ୍ନିଶମ ବିଭାଗ ନିଆଁଲିଭା କାର୍ଯ୍ୟରେ ନିୟୋଜିତ ରହିଛନ୍ତି । ଅଗ୍ନିକାଣ୍ଡ ପରେ ପୁରା ବିଲ୍ଡିଂ ଧୂଆଁମୟ ହୋଇଯାଇଥିଲା । ମୃତଦେହକୁ ଉଦ୍ଧାର କରାଯାଇ ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ତେବେ ବେସମେଣ୍ଟରେ ପାର୍କିଂ ହୋଇଥିବା ଗାଡିରେ ନିଆଁ ଲାଗିବାରୁ ଏହା କୋଠାକୁ ବ୍ୟାପିଥିବା ପ୍ରାଥମିକ ଅନୁସନ୍ଧାନରୁ ଅନୁମାନ କରାଯାଉଥିବା ଅଗ୍ନିଶମ ଅଧିକାରୀ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଘରେ ଲାଗିଲା ନିଆଁ, ଗୋଟିଏ ପରିବାରର 6 ଜୀବନ୍ତ ଦଗ୍ଧ

ଗତ ଫେବୃଆରୀ 15 ତାରିଖରେ ରାଜଧାନୀ ଦିଲ୍ଲୀରେ ଦୁଇଟି ରଙ୍ଗ କାରଖାନା ଓ କେମିକାଲ କାରଖାନାରେ ଅଗ୍ନିକାଣ୍ଡ ଘଟିଥିଲା । ଏଥିରେ 11 ଜଣଙ୍କର ମୃତ୍ୟୁ ହୋଇଥିଲା । ଅଗ୍ନିକାଣ୍ଡରେ 4ଜଣ ଆହତ ହୋଇଥିବା ବେଳେ ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ଜଳିଯାଇଥିଲା । ଏନେଇ ଖବର ପାଇବା ପରେ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଆଲିପୁର ଅଞ୍ଚଳରେ ଥିବା ରାସାୟନିକ କାରଖାନାରେ ପ୍ରଥମେ ଅଗ୍ନିକାଣ୍ଡ ଘଟିଥିଲା । ପରେ ଏହା ରଙ୍ଗ କାରଖାନାକୁ ବ୍ୟାପିଥିଲା । ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ଦମକଳ ବାହିନୀକୁ ଖବର ଦେବାରୁ ନିଆଁକୁ ଆୟତ୍ତ କରାଯାଇଥିଲା । ଜାନୁଆରୀ 19 ତାରିଖରେ ଉତ୍ତର ଦିଲ୍ଲୀର ପିତାମପୁରା ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ଗୋଟିଏ ଘରେ ନିଆଁ ଲାଗିବାରୁ 6 ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ ।

ABOUT THE AUTHOR

...view details