ଓଡିଶା

odisha

ETV Bharat / bharat

ECI କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଥିବା TMC ନେତାଙ୍କୁ ଉଠାଇନେଲା ପୋଲିସ - TMC Leaders Protesting at EC Office

TMC Leaders Protesting Outside EC Office Dragged, Detained by Delhi Police: ECI କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଥିବା TMC ନେତାଙ୍କୁ ଉଠାଇନେଲା ପୋଲିସ । ଟିଏମସି କହିଲା ଗଣଅପହରଣ । ଶାହଙ୍କ ନିର୍ଦ୍ଦେଶରେ ପୋଲିସର ଦମନମୂଳକ ନୀତି । ଅଧିକ ପଢନ୍ତୁ

ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ବେଳେ TMC କାର୍ଯ୍ୟକର୍ତ୍ତାଙ୍କୁ ଉଠାଇନେଲା ପୋଲିସ
ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ବେଳେ TMC କାର୍ଯ୍ୟକର୍ତ୍ତାଙ୍କୁ ଉଠାଇନେଲା ପୋଲିସ

By ETV Bharat Odisha Team

Published : Apr 8, 2024, 8:19 PM IST

ନୂଆଦିଲ୍ଲୀ:ବିଭିନ୍ନ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ରାଜନୀତିକରଣ ହେଉଥିବା ଅଭିଯୋଗରେ ଦିଲ୍ଲୀ ସ୍ଥିତ ନିର୍ବାଚନ କମିଶନଙ୍କ ମୁଖ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିବା ତୃଣମୂଳ କଂଗ୍ରେସର ନେତାଙ୍କୁ ଦିଲ୍ଲୀ ପୋଲିସ ଉଠାଇ ନେଇଛି । କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ), ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି), ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ)ର ମୁଖ୍ୟମାନଙ୍କୁ ପରିବର୍ତ୍ତନ କରିବା ଦାବିରେ ଦଳ ଆଜି ଏହି ଗଣଧାରଣା ଡାକରା ଦେଇଥିଲା । ଦଳୀୟ ନେତା ଓ କାର୍ଯ୍ୟକର୍ତ୍ତା ଇସିଆଇଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବା ସହ ନାରାବାଜୀ କରିଥିଲେ । ଦିଲ୍ଲୀ ପୋଲିସ ପହଞ୍ଚି ସେମାନଙ୍କୁ ଅଟକ ରଖିବା ସହ ସ୍ଥାନୀୟ ଥାନାକୁ ନେଇଛି ।

ଆଜି ଏହି ନେତା ଓ କାର୍ଯ୍ୟକର୍ତ୍ତାଙ୍କୁ ପୋଲିସ ହଟାଇବାକୁ ଉଦ୍ୟମ କରିବା ବେଳେ ସାମାନ୍ୟ ଧସ୍ତାଧସ୍ତି ପରିସ୍ଥିତି ମଧ୍ୟ ଦେଖିବାକୁ ମିଳିଥିଲା । ସମସ୍ତଙ୍କୁ ପୋଲିସ ଭ୍ୟାନରେ ଭର୍ତ୍ତି କରି ଥାନାକୁ ନେଇଛି । ଭ୍ୟାନ ମଧ୍ଯରେ ମଧ୍ୟ ଏମାନେ ବିଜେପି ବିରୋଧରେ ନାରାଜାବୀ କରିଥିଲେ । ଏପରି ସ୍ଥିତି ପାଇଁ ଦଳ ସିଧା ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀ ଶାହଙ୍କୁ ଟାର୍ଗେଟ କରିଛି । ଗୃହମନ୍ତ୍ରୀ ଶାହଙ୍କ ନିର୍ଦ୍ଦେଶରେ ଦିଲ୍ଲୀ ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବୋଲି ସେମାନେ ଅଭିଯୋଗ କରିଛନ୍ତି ।

ଟିଏମସି ଟ୍ବିଟ କରି କହିଛି, ଦଳର 10ଜଣିଆ ନେତାଙ୍କ ଟିମ ଶାନ୍ତିପୂର୍ଣ୍ଣ ଭାବେ ଧାରଣାରେ ବସିଥିଲା । ପୋଲିସ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ନିର୍ଦ୍ଦେଶରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଭୁଲ ନୀତି ଫଳରେ ଦେଶରେ ଗଣତନ୍ତ୍ର ଏବେ ଏକଛତ୍ରବାଦ ମୁହାଁ ହେବାରେ ଲାଗିଛି । ଦେଶର ଗଣତନ୍ତ୍ର ବିଜେପି ହାତରେ ବିପଦର ସମ୍ମୁଖୀନ ହେଉଥିବାରୁ ଆମେ ତୁରନ୍ତ ECIଙ୍କୁ ଏଥିରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରୁଛୁ ବୋଲି ଟିଏମସି ‘ଏକ୍ସ’ ରେ ପୋଷ୍ଟ କରିଛି । ଦଳର ନେତାମାନଙ୍କୁ ଅଟକ ରଖାଯାଇଥିବା ଫଟୋ ଏବଂ ଭିଡିଓ ମଧ୍ୟ ଟ୍ବିଟରେ ସେୟାର କରାଯାଇଛି ।

ଏହା ମଧ୍ୟ ପଢନ୍ତୁ :- କୌଣସି ଦଳରେ ମିଶିବେ ନାହିଁ, କି ନିର୍ବାଚନ ଲଢିବେ ନାହିଁ: ସ୍ପଷ୍ଟ କଲେ ସଞ୍ଜୟ ଦତ୍ତ - Sanjay Dutt on election debut

ତେବେ ଏଠାରେ ଉଲ୍ଲେଖଯୋଗ୍ୟ, ତମାମ କେନ୍ଦ୍ରୀୟ ସଂସ୍ଥାର କାର୍ଯ୍ୟାନୁଷ୍ଠାନକୁ ନେଇ ବିଜେପି ଓ ମୋଦି ସରକାରକୁ ବିରୋଧୀମାନେ ସମାଲୋଚନା ଜାରି ରଖିଛନ୍ତି । କେବଳ ରାଜନୈତିକ ଉଦ୍ଦେଶ୍ୟ ଓ ଦମନମୂଳକ ନୀତିରେ ବିରୋଧୀଙ୍କୁ ଭୟଭୀତ କରିବା ପାଇଁ ମୋଦି ସରକାର କେନ୍ଦ୍ରୀୟ ସଂସ୍ଥା ଦ୍ବାରା କାର୍ଯ୍ୟାନୁଷ୍ଠାନ ଜାରି ରଖିଥିବା ବିରୋଧୀମାନେ ଅଭିଯୋଗ କରିଛନ୍ତି । ଏହାକୁ ବିଜେପି ପକ୍ଷରୁ ଖଣ୍ଡନ କରାଯାଇଛି । କେନ୍ଦ୍ରୀୟ ସଂସ୍ଥାଗୁଡିକ ସମସ୍ତ ସ୍ବାଧୀନତାର ସହ ନିଜର କାମ ଜାରି ରଖିଛନ୍ତି । ଯେଉଁମାନେ ଘୋଟାଲା ଓ ଭ୍ରଷ୍ଟାଚାରରେ ସାମିଲ, ସେମାନେ ନିଶ୍ଚୟ କାର୍ଯ୍ୟାନୁଷ୍ଠାନ ପରିସରକୁ ଆସିବେ ବୋଲି ନିଜେ ପ୍ରଧାନମନ୍ତ୍ରୀ ମଧ୍ୟ କହି ସାରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details