ଓଡିଶା

odisha

ETV Bharat / bharat

କର୍ଣ୍ଣାଟକ ଚିକ୍କାବାଲାପୁରରେ ଖୋଲିଲା 'ମାର୍ଗଦର୍ଶୀ ଚିଟଫଣ୍ଡ'ର ୧୧୫ତମ ଶାଖା

କର୍ଣ୍ଣାଟକ ଚିକ୍କାବାଲାପୁରରେ ଖୋଲିଲା 'ମାର୍ଗଦର୍ଶୀ ଚିଟଫଣ୍ଡ'ର ଆଉ ଏକ ଶାଖା । ରାଜ୍ୟର ଏହା ୨୪ତମ ଏବଂ ଦେଶର ୧୧୫ ତମ ଶାଖା ।

By ETV Bharat Odisha Team

Published : 6 hours ago

Margadarsi Chit Fund
Margadarsi Chit Fund (ETV Bharat)

ଚିକ୍କାବାଲାପୁର(କର୍ଣ୍ଣାଟକ): ସଫଳତାର ଗୋଟିଏ ପରେ ଗୋଟିଏ ସିଡି ଅତିକ୍ରମ କରି ଚାଲିଛି ଅଗ୍ରଣୀ ଚିଟଫଣ୍ଡ ସଂସ୍ଥା 'ମାର୍ଗଦର୍ଶୀ ଚିଟଫଣ୍ଡ' । କର୍ଣ୍ଣାଟକର ଚିକ୍କାବାଲାପୁରରେ ଏହାର 115 ତମ ଶାଖା ଖୋଲିଛି । କର୍ଣ୍ଣାଟକରେ ଏହା 24 ତମ 'ମାର୍ଗଦର୍ଶୀ ଚିଟଫଣ୍ଡ' ଶାଖା । ଉଦଘାଟନୀ ସମାରୋହରେ ସଂସ୍ଥାର ଏମଡି ଶୈଳଜା କିରନ ଯୋଗ ଦେଇଥିବା ବେଳେ କମ୍ପାନୀ କର୍ମଚାରୀ ଏବଂ ଗ୍ରାହକ ମଧ୍ୟ ଉପସ୍ଥିତ ଥିଲେ ।

ମାର୍ଗଦର୍ଶୀ: ଉତ୍ତମ ସେବା ଓ ଭାବମୂର୍ତ୍ତି-

ସମାରୋହ ମାଧ୍ୟମରେ ଏମଡି ଶୈଳଜା କିରନ ଗ୍ରାହକମାନଙ୍କୁ ପ୍ରଥମ ରସିଦ ଦେଇଥିଲେ । ଯେଉଁମାନେ ବ୍ୟାଙ୍କ ତୁଳନାରେ 'ମାର୍ଗଦର୍ଶୀ ଚିଟଫଣ୍ଡ' ଠାରୁ ଅଧିକ ସୁବିଧା ପାଉଛନ୍ତି ସେମାନେ ସକରାମ୍ମକ ପ୍ରତିକ୍ରିୟା ରଖିଥିଲେ । ଉତ୍ତମ ସେବା ଯୋଗାଇ ଦେଉଥିବାରୁ କମ୍ପାନୀ ଏକ ଉତ୍ତମ ଭାବମୂର୍ତ୍ତି ବଜାୟ ରଖିଛି । ଗ୍ରାହକମାନେ ପ୍ରତିକ୍ରିୟାରେ କହିଛନ୍ତି, ବିନା କୌଣସି ସମସ୍ୟାରେ ମାର୍ଗଦର୍ଶୀ ବର୍ଷ ବର୍ଷ ଧରି ଅତ୍ୟାବଶ୍ୟକ ଆର୍ଥିକ ସହାୟତା ଯୋଗାଇ ଦେଇଛି ।

ମାର୍ଗଦର୍ଶୀର ୧୧୫ତମ ଶାଖା

ଏହି ଅବସରରେ କମ୍ପାନୀ ଏମଡି କହିଛନ୍ତି, ''ଚିକ୍କାବାଲାପୁରରେ ଆମର 115 ତମ ଶାଖା ଖୋଲିଛୁ । ଏଥିରେ ଆମେ ବହୁତ ଖୁସି ଅଛୁ । ଏହି ଅଞ୍ଚଳର ପ୍ରଗତି ତଥା ବିକାଶରେ ସହଯୋଗ କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ । ଆମର ଲକ୍ଷ୍ୟ ଏଠାରେ ଆମେ ଯେମିତି ଘରେ ଘରେ ପରିଚିତ ହେବୁ । ''

ଏହା ମଧ୍ୟ ପଢନ୍ତୁ-ଆଉ ୨ ନୂଆ ଶାଖା ଖୋଲିଲା ମାର୍ଗଦର୍ଶୀ ଚିଟଫଣ୍ଡ, ଶାଖା ସଂଖ୍ୟା ଦେଶରେ ୧୧୩କୁ ବୃଦ୍ଧି

ଏହା ମଧ୍ୟ ପଢନ୍ତୁ-Margadarsi 60th Anniversary: କମ୍ପାନୀର ସଫଳ ଭବିଷ୍ୟତ କାମନା କଲେ ଚେୟାରମ୍ୟାନ ରାମୋଜି ରାଓ

ସେ ଆହୁରି ମଧ୍ୟ କହିଛନ୍ତି, ଅକ୍ଟୋବର ୧ରେ ଆମ ସଂସ୍ଥାକୁ 62 ବର୍ଷ ପୂରଣ ହୋଇଛି । କମ୍ପାନୀ ବିଶ୍ବସନୀୟ ଗ୍ରାହକ ଚୟନ କରିବା ଉପରେ ଗୁରୁତ୍ୱ ଦେଇଥାଏ । ବ୍ୟକ୍ତିଗତ ଏବଂ ବ୍ୟବସାୟିକ ବିକାଶ ପାଇଁ ଏକ ବିକଳ୍ପ ବିନିଯୋଗ ସଂସ୍ଥା ଭାବେ ଗ୍ରାହକଙ୍କୁ ସର୍ବୋତ୍ତମ ସେବା ପାଇଁ ମାର୍ଗଦର୍ଶୀ ଉପରେ ଭରସା କରିପାରିବେ । ଆମେ ଘର ନିର୍ମାଣ, ପିଲାଙ୍କ ବିବାହ, ଝିଅଙ୍କ ପାଠପଢା ଖର୍ଚ୍ଚ ଏବଂ ବ୍ୟବସାୟ ପାଇଁ ଆମେ ଅର୍ଥ ଦେଇଥାଉ ।

ମାର୍ଗଦର୍ଶୀ ସମ୍ପର୍କରେ:-

୧୯୬୨ ମସିହା ଅକ୍ଟୋବରରେ ମାତ୍ର ୨ ଜଣ କର୍ମଚାରୀଙ୍କୁ ନେଇ ଆରମ୍ଭ ହୋଇଥିବା ଚିଟଫଣ୍ଡ କମ୍ପାନୀ 'ମାର୍ଗଦର୍ଶୀ' ଇତି ମଧ୍ୟରେ ବହୁ ସଫଳତା ହାସଲ କରିଛି । ଏବେ କମ୍ପାନୀରେ ୫ ହଜାରରୁ ଊର୍ଦ୍ଧ୍ବ କର୍ମଚାରୀ କାମ କରୁଥିବା ବେଳେ ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ, ତାମିଲନାଡୁ ଓ କର୍ଣ୍ଣାଟକରେ ଏହାର ୧୧୫ ଶାଖା ରହିଛି । ଗ୍ରାହକଙ୍କୁ ଉତ୍ତମ ସେବା ଯୋଗାଇ ଦେଉଥିବାରୁ କମ୍ପାନୀ ଏକ ଉତ୍ତମ ଭାବମୂର୍ତ୍ତି ବଜାୟ ରଖିଛି । ଏହି କମ୍ପାନୀକୁ ରାମୋଜୀ ଗ୍ରୁପ ଚେୟାରମ୍ୟାନ ସ୍ବର୍ଗତ ରାମୋଜି ରାଓ ସ୍ଥାପିତ କରିଥିବା ବେଳେ ଗତ ୬ ଦଶନ୍ଧି ଧରି ୬୦ ଲକ୍ଷ ଗ୍ରାହକ ଏହା ସହିତ ଯୋଡ଼ି ହୋଇ ରହିଛନ୍ତି ।

ABOUT THE AUTHOR

...view details