ଭୋପାଳ:ମଧ୍ୟ ପ୍ରଦେଶ ଜବଲପୁର ଖଜୁରି ଖିରିଆ ବାଇପାସ ନିକଟ କବାଡି ଗୋଦାମରେ ଭୟଙ୍କର ବିସ୍ଫୋରଣ । ଏହି ଅଘଟଣରେ 8ରୁ 10 ଜଣଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଥିବା ବେଳେ ସରକାରୀ ସୂତ୍ରରୁ 4 ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ଏହି ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ 5000 ବର୍ଗ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଥିବା ଗୋଦାମଟି ପୋଡ଼ିଜଳି ପାଉଁଶ ହୋଇଯାଇଛି । ଏହାସହିତ 5 କିମି ପର୍ଯ୍ୟନ୍ତ ଏକ ଭୟଙ୍କର ଶବ୍ଦ ହୋଇଥିବା ସ୍ଥାନୀୟ ଲୋକେ କହିଛନ୍ତି । ଘଟଣାସ୍ଥଳରେ ଜବଲପୁର ଜିଲ୍ଲାପାଳଙ୍କ ସମେତ ପୋଲିସ ଅଧିକାରୀ ଉପସ୍ଥିତ ଅଛନ୍ତି ।
5କିମି ପର୍ଯ୍ୟନ୍ତ ଶୁଭିଲା ଶବ୍ଦ:-ଜବଲପୁର ଜିଲ୍ଲାର ଏହି କବାଡି ଗୋଦାମରେ ହଠାତ ଭୟଙ୍କର ବିସ୍ଫୋରଣ ହୋଇତିଲା । ଏହି ଗୋଦାମଟି ପ୍ରାୟ 5ହଜାର ବର୍ଗ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଥିଲା । ଗୋଦାମ ଭିତରେ ଥିବା ସାମଗ୍ରୀ ଏଣେତେଣେ ପଡ଼ିଥିବା ବେଳେ ପ୍ରାୟ 5କିମି ପର୍ଯ୍ୟନ୍ତ ଭୟଙ୍କର ଶବ୍ଦ ହୋଇଥିଲା । ଏନେଇ ଜଣେ ସ୍ଥାନୀୟ ବାସିନ୍ଦା ରାଜୁ ପଟେଲ କହିଛନ୍ତି, " ଯେତେବେଳ ଶବ୍ଦ ହେଲା ଆମେ ଘରେ ଥିଲୁ । ଜୋରରେ ଶବ୍ଦ ଶୁଣିବା ପରେ ଆମେ ଭୟଭୀତ ହୋଇପଡ଼ିଥିଲୁ । ଏହାପରେ ଆମେ ଦୌଡି ଗୋଦାମକୁ ଆସିଥିଲୁ । 10 ବର୍ଷ ପୂର୍ବେ ବସିର ରାଜା ଗୋଦାମରେ ଏପରି ବିସ୍ଫରୋଣ ହୋଇଥିବାରୁ ସେ ଆଶଙ୍କା କରି ଗୋଦାମ ଆଡକୁ ଆସିଥିଲେ ।"
ଏହା ବି ପଢନ୍ତୁ- ପାରାଦ୍ୱୀପ BPCL ତୈଳ ଟର୍ମିନାଲ୍ରେ ହୁତୁହୁତୁ ଜଳିଲା ତେଲ ଟ୍ୟାଙ୍କର