ଓଡିଶା

odisha

କାଳ ସାଜିଲା କାଳବୈଶାଖୀ; ହାଇଦ୍ରାବାଦରେ କାନ୍ଥ ଭୁଶୁଡି ଓଡ଼ିଆ ଶ୍ରମିକଙ୍କ ସମେତ ୭ ମୃତ - Heavy rain in Hyderabad

By ETV Bharat Odisha Team

Published : May 8, 2024, 10:01 AM IST

Updated : May 8, 2024, 12:41 PM IST

Wall Collapses In Hyderabad: ହାଇଦ୍ରାବାଦରେ ପ୍ରବଳ ବର୍ଷା ଯୋଗୁଁ କାନ୍ଥ ଭୁଶୁଡି ଆଖି ବୁଜିଲେ ଓଡ଼ିଆ ଶ୍ରମିକ । ଏହି ଦୁର୍ଘଟଣାରେ ୪ ବର୍ଷର ଶିଶୁ ସମେତ ୭ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ

Etv Bharat
Etv Bharat (ETV Bharat Odisha)

Many killed after wall collapses due to heavy rain in Hyderabad (ETV Bharat Odisha)

ହାଇଦ୍ରାବାଦ: ପ୍ରବଳ ବର୍ଷା ଯୋଗୁଁ ହାଇଦ୍ରାବାଦ ସହରରେ ବଡ ଅଘଟଣ । ବର୍ଷାରେ ଗୋଟିଏ ନିର୍ମାଣାଧୀନ ଆପାର୍ଟମେଣ୍ଟର କାନ୍ଥ ଭୁଶୁଡି ପଡିବାରୁ ଚାଲିଯାଇଛି ୭ ଜଣଙ୍କ ଜୀବନ । ଗତକାଲି (ମଙ୍ଗଳବାର) ସନ୍ଧ୍ୟାରେ ହାଇଦ୍ରାବାଦ ସହରର ବଚୁଆଲ୍ଲୀ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ମୃତକମାନେ ପ୍ରବାସୀ ଶ୍ରମିକ ହୋଇଥିବା ପରିଚୟ ମିଳିଛି । ସେମାନଙ୍କ ମଧ୍ୟରେ କିଛି ଓଡ଼ିଶା ଶ୍ରମିକ ରହିଛନ୍ତି । ହେଲେ ଏଯାବତ୍ ମୃତ ଓଡ଼ିଆ ଶ୍ରମିକମାନଙ୍କ ପରିଚୟ ମିଳିପାରି ନାହିଁ । ଆଜି ଭୋର୍‌ରୁ ପୋଲିସ ଜେସିବି ସହାୟତାରେ ଭଙ୍ଗା କାନ୍ଥ ତଳୁ ମୃତଦେହଗୁଡିକୁ ଉଦ୍ଧାର କରି ହସ୍ପିଟାଲ ପଠାଇଛି ।

ବଚୁପାଲି ପୋଲିସର ସୂଚନା ମୁତାବକ, ମୃତ ପ୍ରବାସୀ ଶ୍ରମିକମାନେ ଓଡ଼ିଶା ଓ ଛତିଶଗଡ଼ ରାଜ୍ୟର । ସେମାନଙ୍କ ମଧ୍ୟରେ ଗୋଟିଏ ୪ ବର୍ଷର ଛୁଆ ରହିଛି । ଗତକାଲି ସନ୍ଧ୍ୟାରେ ହାଇଦ୍ରାବାଦ ସହରରେ ପ୍ରବଳ ବର୍ଷା ହୋଇଥିଲା । ଏହି ବର୍ଷାରେ ସହରର ବଚୁପାଲ୍ଲୀ ଅଞ୍ଚଳରେ ଥିବା ଗୋଟିଏ ନିର୍ମାଣାଧୀନ ଆପାର୍ଟମେଣ୍ଟର କାନ୍ଥ ଭୁଶୁଡି ଯାଇଥିଲା । ଏହି ସମୟରେ ସେଠାରେ କିଛି ଶ୍ରମିକ ରହିଥିଲେ । ଫଳରେ କାନ୍ଥ ଭୁଶୁଡି ପଡିବା ପରେ ୪ ବର୍ଷର ଶିଶୁ ସମେତ ୭ ଜଣ ଶ୍ରମିକ ଏହା ତଳେ ଚାପି ହୋଇଯାଇଥିଲେ । ଏହି ଘଟଣାରେ ସମସ୍ତ ୭ ଜଣଙ୍କର ମୃତ୍ୟୁ ହୋଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚ ଜେସିବି ସହାୟତରେ ଭଙ୍ଗା କାନ୍ଥ ତଳୁ ୭ ଜଣଙ୍କର ମୃତଦେହ ଉଦ୍ଧାର କରିଛି । ତେବେ ଏଥିରେ ପ୍ରାଣ ହରାଇଥିବା ଓଡ଼ିଆ ଶ୍ରମିକମାନଙ୍କ ପରିଚୟ ମିଳିପାରି ନାହିଁ ।

ଏହା ମଧ୍ୟ ପଢନ୍ତୁ: ଭଉଣୀ ବାହାଘରରେ ପାଣି ଆଣିବାକୁ ଯାଇ ଆଉ ଫେରିଲାନି ଭାଇ, ଚାଲିଗଲା 5 ଜୀବନ - JABALPUR ROAD ACCIDENT

ଏହା ମଧ୍ୟ ପଢନ୍ତୁ: ଜାରି ରହିଛି କାଳବୈଶାଖୀ, ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ - Odisha Weather

ଅନ୍ୟପଟେ ଭୀଷଣ ବର୍ଷା ପବନ କାରଣରୁ ହାଇଦ୍ରାବାଦ ସହର ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସମସ୍ୟା ଉପୁଜୁବା ସହ ଗୁରୁତର ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା । ଅଧିକାଂଶ ସ୍ଥାନରେ ଗଛ ଉପୁଡି ରାସ୍ତାରେ ପଡି ୟାତାୟତ ସମସ୍ୟା ସୃଷ୍ଟି କରିଥିଲା । ଏହି ଗଛଗୁଡିକୁ ରାସ୍ତାରୁ ସଫା କରିବାକୁ ଡିଆରଏଫ ଟିମ୍ ନିୟୋଜିତ କରାଯାଇଛି । ଗ୍ରେଟର ହାଇଦ୍ରାବାଦ ମ୍ୟୁନିସିପିଲା କମିଶନର ଏବଂ ଅର୍ବାନ ଡେଭଲପମେଣ୍ଟର ପ୍ରମୁଖ ସଚିବ ସହରର ଜଳବନ୍ଦୀ ସ୍ଥାନଗୁଡିକୁ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 8, 2024, 12:41 PM IST

ABOUT THE AUTHOR

...view details