କୋଲକାତା:ପ୍ରେମ ଦିବସରେ ନୃଶଂସ ପାଲଟିଲା ସ୍ୱାମୀ । ସାତଜନ୍ମ ପାଇଁ ସାଥି ହୋଇ ସୁରକ୍ଷା କବଚ ସାଜିବାକୁ କଥା ଦେଇଥିବା ସ୍ୱାମୀ ପାଲଟିଲା ରାକ୍ଷାସ । ପାରିବାରିକ କଳହକୁ ନେଇ ସ୍ତ୍ରୀ ରକ୍ତରେ ହୋଲି ଖେଳିଲା । ଭାଲେଣ୍ଟାଇନ ଡେ'ରେ କାଟିଲା ସ୍ତ୍ରୀର ମୁଣ୍ଡ । ଶରୀରରୁ ମୁଣ୍ଡକୁ ଅଲଗା କରି ରାସ୍ତାରେ ଧରି ଚାଲିଲା । ଏଭଳି ଏକ ଚାଞ୍ଚଲ୍ୟ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି ପଶ୍ଚିମବଙ୍ଗ ପୂର୍ବ ମେଦିନାପୁର ଅନ୍ତର୍ଗତ ଚିସ୍ତିପୁରର ପତାଶପୁର ଅଞ୍ଚଳରୁ । ଅଭିଯୁକ୍ତ ନିଜ ସ୍ତ୍ରୀର କଟାମୁଣ୍ଡ ଧରି ରାସ୍ତାରେ ବୁଲୁଥିବା ବେଳେ ଲୋକେ ଫଟୋ ଉଠାଇ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ । ପୋଲିସ ଖବର ପାଇ ନୃଶଂସ ସ୍ୱାମୀକୁ ଗିରଫ କରିଛି ।
ସୂଚନା ଅନୁସାରେ, ପଶ୍ଚିମବଙ୍ଗ ପୂର୍ବ ମେଦିନାପୁରର ଚିସ୍ତିପୁରର ପତାଶପୁର ଅଞ୍ଚଳରେ ଜଣେ ବ୍ୟକ୍ତି ସ୍ତ୍ରୀର କଟାମୁଣ୍ଡକୁ ଧରି ରାସ୍ତାରେ ବୁଲିଥିବା ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକେ । ସେ ନିଜ ସହିତ ନିଜେ କଥା ହେଉଥିବା ନଜର ଆସିଥିଲେ । ସେ କେତେବେଳେ ରାସ୍ତାରେ କଟାମୁଣ୍ଡ ଧରି ବୁଲୁଥିଲେ ତ ଆଉ କେତେବେଳେ ନିଜ ସହ ନିଜେ କଥା ହେଉଥିଲେ । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବତରଣ ଦେଖାଯାଇଥିଲା । କଟାମୁଣ୍ଡ ଦେଖି ସ୍ଥାନୀୟ ଲୋକେ ଭିଡିଓ ଉତ୍ତୋଳନ କରି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିଥିଲା ।