ETV Bharat / state

ବନ୍ଧା ହେଲେ ଉପଜିଲ୍ଲାପାଳ, ଲାଞ୍ଚ ମାଗି ଜେଲ୍‌ ଗଲେ ଡାକ୍ତର - SUB COLLECTOR ARRESTED

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କାମାକ୍ଷାନଗର ଉପଜିଲ୍ଲାପାଳ ଗିରଫ । ଗର୍ଭବତୀଙ୍କୁ ଲାଞ୍ଚ ମାଗି ଜେଲ ଗଲେ ଡାକ୍ତର ।

Sub Collector And Doctor Arrested
Sub Collector And Doctor Arrested (ETV Bharat Odisha)
author img

By ETV Bharat Odisha Team

Published : Nov 19, 2024, 7:15 PM IST

କଟକ/ଭବାନୀପାଟଣା: ଆୟ ବର୍ହିଃଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କାମାକ୍ଷାନଗର ଉପଜିଲ୍ଲାପାଳକୁ ଗିରଫ କଲା ଭିଜିଲାନ୍ସ । ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକକୁ ଗିରଫ କରି କୋର୍ଟଚାଲାଣ କରିଛି ଭିଜିଲାନ୍ସ । ରାଜ୍ୟ ଭିଜିଲାନ୍ସ ହେଡ କ୍ବାଟରରେ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଇନଚାର୍ଜ ଏସପି ରବୀନ୍ଦ୍ର କୁମାର ପଣ୍ଡା । ସେହିପରି ଗର୍ଭବତୀଙ୍କୁ ଲାଞ୍ଚ ମାଗି ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ରୋଗ ଓ ପ୍ରସୂତି ବିଶେଷଜ୍ଞ ଡା. ଅଶୋକ ଦାସଙ୍କୁ ଜେଲ ପଠାଇଛି ଭିଜିଲାନ୍ସ ।

କୋଟିପତି ଉପଜିଲ୍ଲାପାଳ:

ଉପଜିଲ୍ଲାପାଳ ଗିରଫ, ଜେଲ ଗଲେ ଡାକ୍ତର (ETV Bharat Odisha)

ଇନଚାର୍ଜ ଏସପି ରବୀନ୍ଦ୍ର କୁମାର ପଣ୍ଡା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ‘ଭିଜିଲାନ୍ସ କୋର୍ଟଙ୍କ ନିର୍ଦ୍ଦେଶ ପରେ କାମାକ୍ଷା ନଗର ଉପ ଜିଲ୍ଲାପାଳଙ୍କ ଭୁବନେଶ୍ବରରେ ଥିବା ତିନି ମହଲା ବିଶିଷ୍ଟ ଅଟ୍ଟାଳିକା, ଭଦ୍ରକରେ 3 ମହଲା କୋଠା, ଭଦ୍ରକରେ ନିର୍ମାଣଧିନ 2 ମହଲା କୋଠା, 37.5 ଲକ୍ଷ ଟଙ୍କାର ଡିପୋଜିଟ ୩୬୬ ଗ୍ରାମର ସୁନା ଜବତ କରିଛି ଭିଜିଲାନ୍ସ । ଉପ ଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ ନିଜ ଆୟ ଠାରୁ 130 ପ୍ରତିଶତ ସମ୍ପତ୍ତି ଆୟବର୍ହିଭୂତ କରିଥିବା ଭିଜିଲାନ୍ସ ତଦନ୍ତରୁ ଜାଣିବାକୁ ପାଇଛି । ଏହି ଘଟଣାରେ ଉଭୟ ଜିଲ୍ଲାପାଳଙ୍କୁ ଗିରଫ କରାଯାଇଛି । ଭିଜିଲାନ୍ସ ସେଲ କେସ ନଂ- 13 Dt 19, 11-2024ରେ ନାରାୟଣ ଚନ୍ଦ୍ର ଓ ତାଙ୍କ ପତ୍ନୀଙ୍କ ନାମରେ ମାମଲା ରୁଜୁ ହୋଇଛି ।

ପ୍ରସୂତିଙ୍କ ଠାରୁ ଲାଞ୍ଚ ନେଇ ଡାକ୍ତର ଗିରଫ:

ଲାଞ୍ଚୁଆ ଡ଼ାକ୍ତର
ଲାଞ୍ଚୁଆ ଡ଼ାକ୍ତର (ETV Bharat Odisha)

ଗତକାଲି ଜଣେ ଗର୍ଭବତୀଙ୍କ ଅସ୍ତ୍ରୋପଚାର ପାଇଁ ୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଧରାପଡିଥିଲେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ରୋଗ ଓ ପ୍ରସୂତି ବିଶେଷଜ୍ଞ ଡା. ଅଶୋକଦାସ । ଏହାକୁ ନେଇ ଭିଜିଲାନ୍ସ ବିଭାଗ ଏସପି ସାମ୍ବାଦିକ ସମ୍ମିଳନୀ କରି ବିସ୍ତୃତ ସୂଚନା ଦେଇଛନ୍ତି ।

ଲାଞ୍ଚୁଆ ଡ଼ାକ୍ତର
ଟଙ୍କା ଜବତ (ETV Bharat Odisha)

କୋରାପୁଟ ଡିଭିଜନ ଏସପି ପ୍ରଦ୍ୟୁମ୍ନ କୁମାର ଦ୍ବିବେଦୀ କହିଛନ୍ତି, ‘ଅଭିଯୋଗକାରୀ ହେଉଛନ୍ତି ସଦର ଥାନା ଅଞ୍ଚଳର । ସେ ଆମ ପାଖରେ ଅଭିଯୋଗ କଲେ, ଗତ 16 ତାରିଖରେ ତାଙ୍କ ପୁତୁରା ବୋହୂର ପ୍ରସବ ପାଇଁ ଡାକ୍ତରଖାନାରେ ଆଡମିସନ କଲେ । ସ୍ତ୍ରୀ ରୋଗ ଓ ପ୍ରସୂତି ବିଶେଷଜ୍ଞ ଡା. ଅଶୋକ ଦାସ, ତାଙ୍କୁ କହିଥିଲେ ବୋହୂର ନର୍ମାଲ ଡେଲିଭରି ହୋଇପାରିବନି । ତେଣୁ ସିଜରିଆନ କରିବାକୁ ପଡିବ । ତେଣୁ 7 ହଜାର ଟଙ୍କା ଦେଲେ କରାଇବେ ନହେଲେ ବାହାର କରିବାକୁ ପଡିବ । ପରେ ସେ ପୁଣି ଥରେ ଯାଇ ଅନୁରୋଧ କରିଥିଲେ ଟଙ୍କା କମ୍‌ କରିବାକୁ । ସେ 6 ହଜାର ଟଙ୍କା କହିଲେ । ଏନେଇ ସେ ଆସି ଭିଜିଲାନ୍ସ ପାଖରେ ଅଭିଯୋଗ କରିଥିଲେ । ଟଙ୍କା ମାଗିବା ନେଇ ରେକଡିଂ କରି ରଖିଥିଲେ ସେ ଆମକୁ ଶୁଣାଇଥିଲେ । ଏହା ଆମେ ଶୁଣିବା ପରେ କେସ ରୁଜୁ କଲୁ । 23 ନମ୍ବର କେସ ରୁଜୁ ହେଲା । ଟିମ ଗଠନ ହେଲା । ଆମେ ଅଭିଯୋଗକାରୀଙ୍କୁ ରଙ୍ଗବୋଳା ଟଙ୍କା ଦେଇ ପଠାଇଥିଲୁ । ସାକ୍ଷୀ ମଧ୍ୟ ପାଖରେ ଥିଲେ । ଆମେ ଚଢାଉ କଲୁ ରଙ୍ଗବୋଳା ଟଙ୍କା ଜବତ କଲୁ । ଏହା ସହିତ ତାଙ୍କ ସରକାରୀ କ୍ବାଟରର ୯୬ ହଜାର ଟଙ୍କା ଜବତ କରାଯାଇଛି । ତଦନ୍ତ ଚାଲିଛି । ସବିଶେଷ ତଥ୍ୟ ଆସିବା ପରେ ଦେବୁ । ’

ଏହା ମଧ୍ୟ ପଢନ୍ତୁ:

କାମାକ୍ଷାନଗର ଉପ-ଜିଲ୍ଲାପାଳଙ୍କ ବାସଭବନରେ ଭିଜିଲାନ୍ସ ରେଡ୍

ଭିଜିଲାନ୍ସ ଜାଲରେ କୋଟିପତି OPHWC ଡିଜିଏମ, ଅଚଳାଚଳ ସଂପତ୍ତିର ଲମ୍ବା ତାଲିକା...

ଭିଜିଲାନ୍ସ ଜାଲରେ ରାଜସ୍ବ ନିରୀକ୍ଷକ, ଚାଷ ଜମି କିସମ ପରିବର୍ତ୍ତନ ପାଇଁ ନେଉଥିଲେ ଲାଞ୍ଚ

ଗର୍ଭବତୀଙ୍କ ଠାରୁ ଲାଞ୍ଚ ନେଉଥିଲେ ଡାକ୍ତର:

ଲାଞ୍ଚୁଆ ଡ଼ାକ୍ତର
ଲାଞ୍ଚୁଆ ଡ଼ାକ୍ତର (ETV Bharat Odisha)

ଭବାନୀପାଟଣା ସଦର ଥାନା ମଡ଼ିଙ୍ଗପଦର ଗାଁର ଲକ୍ଷ୍ମୀପ୍ରିୟା ମାଝିଙ୍କ ପ୍ରସବକାଳୀନ ଅସ୍ତ୍ରୋପଚାର ପାଇଁ ଡା ଅଶୋକ ଦାସ ୬ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ତେବେ ଡାକ୍ତରଙ୍କ ନୟାଗଡ଼ ସ୍ଥିତ ପୈତୃକ ଘରୁ ଅମାପ ସମ୍ପତ୍ତି ମିଳିଛି । ଏଥିରେ ବ୍ୟାଙ୍କ ଜମା, ନଗଦ ଟଙ୍କା, ଜମି ଆଦି ରହିଛି । ଲାଞ୍ଚୁଆ ଡ଼ାକ୍ତରଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ବେଳେ ଜାମିନ ନା ମଞ୍ଜୁର ହେବାରୁ ତାଙ୍କୁ ଜେଲ୍ ହାଜକୁ ପଠାଇ ଦିଆଯାଇଥିବା ନେଇ ଭିଜିଲାନ୍ସ ଏସପି ସୂଚନା ଦେଇଛନ୍ତି ।

ଇଟିଭି ଭାରତ, କଟକ ଓ କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.