ଓଡିଶା

odisha

ETV Bharat / bharat

ବଦଳିଲା ମୁଇଜୁଙ୍କ ସ୍ବର, କହିଲେ ଭାରତ ଉତ୍ତମ ବନ୍ଧୁ - Maldives President india visit - MALDIVES PRESIDENT INDIA VISIT

ପ୍ରଧାମନ୍ତ୍ରୀ ମୋଦି-ମାଳଦ୍ବୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ଆଲୋଚନା ଜାରି । ଭାରତ ପ୍ରତି ମୁଇଜୁଙ୍କ ବନ୍ଧୁତ୍ବପୂର୍ଣ୍ଣ ଆଭିମୁଖ୍ୟ ।

ରାଷ୍ଟ୍ରପତି- ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ; ସ୍ବର ବଦଳାଇଲେ ମୁଇଜୁ, କହିଲେ ଭାରତ ଉତ୍ତମ ସହଯୋଗୀ
ରାଷ୍ଟ୍ରପତି- ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ; ସ୍ବର ବଦଳାଇଲେ ମୁଇଜୁ, କହିଲେ ଭାରତ ଉତ୍ତମ ସହଯୋଗୀ (ETV Bharat Odisha)

By ETV Bharat Odisha Team

Published : Oct 7, 2024, 3:33 PM IST

ନୂଆଦିଲ୍ଲୀ:‘‘ଭାରତର ସୁରକ୍ଷାକୁ କ୍ଷୂର୍ଣ୍ଣ କରିବା କରି କୌଣସି କାର୍ଯ୍ୟ ମାଳଦ୍ୱୀପ କରିବ ନାହିଁ । ନୂଆଦିଲ୍ଲୀକୁ ଏକ ଦୃଢ ସହଯୋଗୀ ତଥା ବନ୍ଧୁ ଭାବରେ ମାଳଦ୍ବୀପ ବିଚାର କରିଆସିଛି । ଆଗକୁ ମଧ୍ୟ ଏହା ଜାରି ରହିବ । ପ୍ରତିରକ୍ଷା ସମେତ ବିଭିନ୍ନ କ୍ଷେତ୍ରରେ ସହଯୋଗ ସବୁବେଳେ ପ୍ରାଥମିକତା ହେବ ।’’ ‘ଇଣ୍ଡିଆ-ଆଉଟ’ କ୍ୟାମ୍ପେନର ନେତୃତ୍ବ ନେଇ ଆରବ ସାଗରୀୟ ଦ୍ବୀପପୂଞ୍ଜ ରାଷ୍ଟ୍ର ମାଳଦ୍ବୀପର ରାଷ୍ଟ୍ରପତି ହୋଇଥିବା ପରବର୍ତ୍ତୀ ସମୟରେ ଭାରତ ବିରୋଧୀ ନୀତି ପାଇଁ ଚର୍ଚ୍ଚାରେ ଥିବା ମହମ୍ମଦ ମୁଇଜୁ ନିଜ ପ୍ରଥମ ଦ୍ବିପାକ୍ଷିକ ଭାରତ ଗସ୍ତ ସମୟରେ ଏପରି ୟୁ-ଟର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି । ଗତକାଲି 5 ଦିନିଆ ଭାରତ ଗସ୍ତରେ ଆସିଥିବା ମୁଇଜୁ ଆଜି ଔପଚାରିକ ଭାବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ ଓ ଆଲୋଚନା କରିଛନ୍ତି । ଏହା ପରେ ମୁଇଜୁଙ୍କ ଭାରତ ପ୍ରତି ଏହି ବନ୍ଧୁତ୍ବପୂର୍ଣ୍ଣ ମନ୍ତବ୍ୟ ସାମ୍ନାକୁ ଆସିଛି ।

  • ମୁଇଜୁଙ୍କ ପ୍ରଥମ ଦ୍ବିପାକ୍ଷିକ ଗସ୍ତ:-

ଗତକାଲି 5 ଦିନିଆ ଭାରତ ଗସ୍ତରେ ଆସିଛନ୍ତି ମୁଇଜୁ । ରାଷ୍ଟ୍ରପତି ନିର୍ବାଚିତ ହେବା ପରେ ମୁଇଜୁଙ୍କ ଏହା ପ୍ରଥମ ଦ୍ବିପାକ୍ଷିକ ଭାରତ ଗସ୍ତ । ପୂର୍ବରୁ ସେ ମୋଦି 3.0 ର ଶପଥ ସମ୍ମିଳନୀରେ ପାଇଁ ଦିଲ୍ଲୀ ଆସିଥିଲେ । ଗତକାଲି ଅପରାହ୍ନରେ ଦିଲ୍ଲୀ ବିମାନ ବନ୍ଦରରେ ଭାରତୀୟ ପ୍ରତିନିଧି ମଣ୍ଡଳୀ ତାଙ୍କୁ ସ୍ବାଗତ କରିଥିଲେ । ଆଜି ସେ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁଙ୍କୁ ସାକ୍ଷାତ କରିବା ପରେ ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାକ୍ଷାତ କରିଛନ୍ତି ।

  • ମୋଦି-ମୁଇଜୁ ଦ୍ବିପାକ୍ଷିକ ଆଲୋଚନା ଆରମ୍ଭ:

ଔପଚାରିକ ସାକ୍ଷାତ ଓ ବାର୍ତ୍ତାଳାପ ପରେ ଦୁଇ ଦେଶର ଉଚ୍ଚସ୍ତରୀୟ ପ୍ରତନିଧି ମଣ୍ଡଳୀ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି । ଏଥିରେ ପ୍ରଧାନମନ୍ତ୍ରୀ ମୋଦି ଓ ଅତିଥି ରାଷ୍ଟ୍ରପତି ମୁଇଜୁଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ବିଦେଶ ମନ୍ତ୍ରୀ ଜୟଶଙ୍କର ଓ ଦୁଇ ପକ୍ଷର ବରିଷ୍ଠ ଅଧିକାରୀମାନେ ସାମିଲ ହେଇଛନ୍ତି । ଦୁଇଦେଶ ମଧ୍ୟର ପ୍ରତିରକ୍ଷା, ବାଣିଜ୍ୟ, ପର୍ଯ୍ୟଟନ ଓ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ଦିଗ ଉପରେ ଏହି ଆଲୋଚନା ହେଉଛି ।

  • ଇଣ୍ଡିଆ ଆଉଟ କ୍ୟାମ୍ପେନର ନେତୃତ୍ବ ନେଇଥିଲେ:-

ମାଳଦ୍ବୀପରେ ଭାରତୀୟ ସେନା ମୁତୟନକୁ ନେଇ ପ୍ରଥମରୁ ମୁଇଜୁଙ୍କ ବିରୋଧ ରହିଆସିଛି । ନିର୍ବାଚନ ଲଢିବା ବେଳେ ସେ ଏହି ପ୍ରସଙ୍ଗକୁ ମୁଦ୍ଦା କରିଥିଲେ । ସେ କ୍ଷମତାକୁ ଆସିଲେ ଭାରତୀୟ ଫୋର୍ସ ମାଳଦ୍ବୀପରୁ ପ୍ରତ୍ୟାହାର କରିବେ ବୋଲି ଘୋଷଣା କରିଥିଲେ । ନିର୍ବାଚନ ଜିତି ରାଷ୍ଟ୍ରପତି ହେବା ପରେ ସେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ନୂଆଦିଲ୍ଲୀ ଉପରେ ଚାପ ମଧ୍ୟ ସୃଷ୍ଚି କରିଥିଲେ ।

  • ଭାରତ-ମାଳଦ୍ବିପ ତିକ୍ତତା:-

ମୋଦିଙ୍କ ଲାକ୍ଷାଦ୍ବୀପ ଗସ୍ତରେ ପର୍ଯ୍ୟଟନ ବିବାଦ ଆରମ୍ଭ ହୋଇଥିଲା । ମୁଇଜୁ ଓ ତାଙ୍କ ସରକାରର ଏକାଧିକ ମନ୍ତ୍ରୀ ମୋଦିଙ୍କ ଏହି ଗସ୍ତକୁ ସମାଲୋଚନା କରିବା ସହ ମାଳଦ୍ବୀପ ପର୍ଯ୍ୟଟନ ବ୍ୟାପାର ସହ ଯୋଡିଥିଲେ । ଏହାକୁ ନେଇ ଦୁଇ ଦେଶରେ ଦ୍ବିପାକ୍ଷିକ ସମ୍ପର୍କ ମଧ୍ୟ ପ୍ରଭାବିତ ହୋଇଥିଲା । ମୁଇଜୁ ଜଣେ ଚୀନ ଅନୁଗାମୀ ନେତା ଭାବେ ଜଣାଶୁଣା । ବେଜିଂର ପ୍ରରୋଚନାରେ ସେ ଏପରି କରୁଥିବା ଚର୍ଚ୍ଚା ହୁଏ ।

ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ; ବଦଳାଇଲେ ମୁଇଜୁଙ୍କ ସ୍ବର, କହିଲେ ଭାରତ ଉତ୍ତମ ବନ୍ଧୁ (ETV Bharat Odisha)

ଏହା ମଧ୍ୟ ପଢନ୍ତୁ:- ଲାଲବାହିନୀ ବିରୋଧରେ ବଡ଼ ଆକ୍ସନ ପ୍ଲାନ ! ଓଡ଼ିଶା ସମେତ ୮ ନକ୍ସଲ ଉପଦ୍ରୁତ ରାଜ୍ୟ ମୁଖିଆଙ୍କ ବୈଠକ - Anti Naxal Meet

ଏହା ମଧ୍ୟ ପଢନ୍ତୁ:-ହମାସ ଆକ୍ରମଣକୁ ବର୍ଷେ; ଲେବନନରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍‌ ଓ ରକେଟ ମାଡ କଲା ହିଜବୁଲ୍ଲା - Airstrikes In Beirut

ଏହା ମଧ୍ୟ ପଢନ୍ତୁ:-କଏଦୀଙ୍କ କ୍ଷେତ୍ରରେ ଜାତିଗତ ଭେଦଭାବ ନହେଉ: ସୁପ୍ରିମକୋର୍ଟ - SC Against Caste Discrimination

ମୋଦି ସରକାରର ତୃତୀୟ ପାଳିର ଶପଥ ଗ୍ରହଣ ସମାରୋହରେ ସେ ପ୍ରଥମ ଥର ଭାରତକୁ ନିମନ୍ତ୍ରିତ ହୋଇଥିଲେ । ଶପଥ ସମାରୋହରେ ଅଂଶଗ୍ରହଣ କରିବା ସହ ମୋଦିଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏବେ ସେ ପ୍ରଥମ ଦ୍ବିପାକ୍ଷିକ ଗସ୍ତରେ ଭାରତ ଆସିଛନ୍ତି । ଏଥର ମୁଇଜୁଙ୍କ ଆଭିମୁଖ୍ୟ ବଦଳିଛି । ସେ ଭାରତକୁ ଏକ ଉତ୍ତମ ପଡୋଶୀ ଓ ସହଯୋଗୀ ଭାବେ ବର୍ଣ୍ଣନା କରିବା ସହ ଏହି ସୁସମ୍ପର୍କ ମାଳଦ୍ବୀପ ବଜାୟ ରଖିବ ବୋଲି କହିଛନ୍ତି ।

ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ; ବଦଳାଇଲେ ମୁଇଜୁଙ୍କ ସ୍ବର, କହିଲେ ଭାରତ ଉତ୍ତମ ବନ୍ଧୁ (ETV Bharat Odisha)

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details