ହାଇଦ୍ରାବାଦ: ବାଜିଲା ଦୁଇ ରାଜ୍ୟର ନିର୍ବାଚନ ବିଗୁଲ। ମହାରାଷ୍ଟ୍ରରେ ଗୋଟିଏ ପର୍ଯ୍ୟାୟରେ ହେବ ମତଦାନ। ମହାରାଷ୍ଟ୍ରର 288 ଆସନ ପାଇଁ ପଡ଼ିବ ଭୋଟ୍ । 22 ଅକ୍ଟୋବରରେ ପ୍ରକାଶ ପାଇବ ବିଜ୍ଞପ୍ତି। 29 ଅକ୍ଟୋବରରେ ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ । 20 ନଭେମ୍ବରରେ ଗୋଟିଏ ପର୍ଯ୍ୟାୟରେ ମହାରାଷ୍ଟ୍ରରେ ପଡ଼ିବ ଭୋଟ । 23ରେ ହେବ ଗଣତି। ସେହିପରି ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କଲେ ନିର୍ବାଚନ କମିଶନ । ଝାଡଖଣ୍ଡର 81 ଆସନରେ ହେବ ମତଦାନ। ଦୁଇଟି ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ। ନଭେମ୍ବର 13 ତାରିଖରେ ପ୍ରଥମ ପର୍ଯ୍ୟାୟ ଓ 20ରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ। ନଭେମ୍ବର 23ରେ ଝାଡଖଣ୍ଡରେ ମଧ୍ୟ ଭୋଟ ଗଣତି ହେବ।
ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ତାରିଖ ଘୋଷଣା
- ନିର୍ବାଚନ ତାରିଖ ଘୋଷଣା କଲେ ECI ରାଜୀବ କୁମାର
- ନଭେମ୍ବର 20 ତାରିଖରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ
- ନଭେମ୍ବର 23 ତାରିଖରେ ଗଣତି
- 288 ଆସନରେ ହେବ ନିର୍ବାଚନ
ସୁରକ୍ଷା ବ୍ୟବସ୍ଥା:
ମତଦାନ କେନ୍ଦ୍ରର ସମସ୍ତ ପ୍ରକ୍ରିୟା ଭିଡିଓଗ୍ରାଫି କରାଯିବ। ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରାଯିବ ବୋଲି ସୂଚନା ଦେଇଛନ୍ତି ନିର୍ବାଚନ କମିଶନ । ନିର୍ବାଚନ କମିଶନର କହିଛନ୍ତି, "ସବୁ ପୋଲିଂ ଷ୍ଟେସନରେ ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯିବ। ପୋଲିଂ ପାଇଁ ଲାଗିଥିବା ଲାଇନ ପାଖରେ ଚେୟାର ରହିବ। ମତଦାନରେ ବିଳମ୍ବ ହେଲେ ମତଦାତାମାନେ ଚେୟାରରେ ବସି ଅପେକ୍ଷା କରି ପାରିବେ। କୌଣସି ପଦାଧିକାରୀଙ୍କ ବିଷୟରେ ଅଭିଯୋଗ ଆସିଲେ ଓ ସତ ପ୍ରମାଣିତ ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ଟଙ୍କା, ମଦ ଆଦି ବଣ୍ଟାଯାଉଥିବା ନଜର ଆସିଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ଏଥିପାଇଁ ସବୁଠି ଚେକିଂ ଜାରି ରହିଛି। ହେଲେ ସାଧାରଣ ନାଗରିକ ଯେପରି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେନେଇ ଧ୍ୟାନ ଦିଆଯାଇ ଚେକିଂ କରାଯିବ ।"
ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ତାରିଖ ଘୋଷଣା
- ନିର୍ବାଚନ ତାରିଖ ଘୋଷଣା କଲେ ECI ରାଜୀବ କୁମାର
- ଦୁଇଟି ପର୍ଯ୍ୟାୟରେ ହେବ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ
- ନଭେମ୍ବର 13 ଏବଂ 20 ତାରିଖରେ ନିର୍ବାଚନ
- ନଭେମ୍ବର 23ରେ ଗଣତି