ଓଡିଶା

odisha

ETV Bharat / bharat

କୁମ୍ଭ ମେଳାରେ IIT ଇଞ୍ଜିନିୟର ସନ୍ଥ, ଫେରି ଆସିବାକୁ ବାପାଙ୍କ ନିବେଦନ - MAHAKUMBH MELA 2025

IIT ବାବା ଅଭୟ ସିଂହଙ୍କ ବାପାଙ୍କ ସହ ଏକ୍ସକ୍ଲୁସିଭ ଇଣ୍ଟରଭିୟୁ, ଘରକୁ ଫେରିଆସିବାରୁ ପୁଅକୁ ଅନୁରୋଧ କଲେ ବାପା ।

IITରେ ପାଠ ପଢି ବିଦେଶରେ କରିଥିଲେ ଚାକିରି, ଏବେ କିନ୍ତୁ ସନ୍ଥ, ଫେରି ଆସିବାକୁ ବାପାଙ୍କ ନିବେଦନ
IITରେ ପାଠ ପଢି ବିଦେଶରେ କରିଥିଲେ ଚାକିରି, ଏବେ କିନ୍ତୁ ସନ୍ଥ, ଫେରି ଆସିବାକୁ ବାପାଙ୍କ ନିବେଦନ (Etv Bharat)

By ETV Bharat Odisha Team

Published : Jan 15, 2025, 11:07 PM IST

ଝାଜ୍ଜର (ହରିୟାଣା): କୁହାଯାଏ ଜୀବନକୁ ସମ୍ପୂର୍ଣ୍ଣ ବୁଝିବା ପରେ ହିଁ କୌଣସି ବ୍ୟକ୍ତି ଆଧ୍ୟାତ୍ମିକତା ଆଡ଼କୁ ମୁହାଁଇଥାନ୍ତି । ଏହି କଥା ଯେମିତି ହରିୟାଣାର ଝାଜ୍ଜରର ବାସିନ୍ଦା ଅଭୟ ସିଂହଙ୍କ କ୍ଷେତ୍ରରେ ସତ୍ୟ ପ୍ରମାଣିତ ହୋଇଛି । ଅଭୟ ସିଂହଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡରେ ରହିଛି । ଏବେ ସନ୍ଥ ଭାବେ ନିଜକୁ ନୂଆ ପରିଚୟ ଦେଇଥିବା ଅଭୟଙ୍କ ଶିକ୍ଷାଗତ ଯୋଗ୍ୟତା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସେ ହେଉଛନ୍ତି ଦେଶର ପ୍ରତିଷ୍ଠିତ ପ୍ରଯୁକ୍ତିବିଦ୍ୟା ସଂସ୍ଥାନ ‘IIT’ରୁ ଶିକ୍ଷା ଗ୍ରହଣ କରିଥିବା ଜଣେ ଛାତ୍ର ।

  • IIT ଇଞ୍ଜିନିୟର ଏବେ ବାବା

‘IIT-ମୁମ୍ବାଇ’ରୁ ଏରୋସ୍ପେସ୍ ଇଞ୍ଜିନିୟରିଂରେ ବି.ଟେକ୍‌ କରିଛନ୍ତି ଅଭୟ । କେବଳ ସେ ଉଚ୍ଚଶିକ୍ଷିତ ନୁହନ୍ତି ବରଂ ଏହା ପରେ ବିଦେଶର ଏକାଧିକ ପ୍ରତିଷ୍ଠିତ କମ୍ପାନୀରେ କାମ ମଧ୍ୟ କରିଛନ୍ତି । ଅଭୟ ଭାରତ ଏବଂ କାନାଡାରେ କାମ କରିଛନ୍ତି । କିନ୍ତୁ ଆଧ୍ୟାତ୍ମିକତା ପ୍ରତି ତାଙ୍କର ଆଗ୍ରହ ତାଙ୍କୁ ସନ୍ଥ କରିଦେଲା । ପ୍ରୟାଗରାଜ ମହାକୁମ୍ଭରେ ଅଭୟ ସିଂହ ବହୁତ ଲୋକପ୍ରିୟ ହେବାରେ ଲାଗିଛନ୍ତି । ‘ଇଟିଭି ଭାରତ’ ଟିମ୍‌ ତାଙ୍କ ଘରକୁ ଯାଇ ପରିବାରଠାରୁ ତାଙ୍କ ବିଷୟରେ ସୂଚନା ସଂଗ୍ରହ କରିଥିଲା ।

IITରେ ପାଠ ପଢି ବିଦେଶରେ କରିଥିଲେ ଚାକିରି, ଏବେ କିନ୍ତୁ ସନ୍ଥ, ଫେରି ଆସିବାକୁ ବାପାଙ୍କ ନିବେଦନ (Etv Bharat)
  • IIT ବାବା ଅଭୟ ସିଂହ:

ପ୍ରୟାଗରାଜ କୁମ୍ଭମେଳାରେ ସାମିଲ ହୋଇଛନ୍ତି ଆଇଆଇଟି ବାବା ଅଭୟ ସିଂହ ।ଯାହାଙ୍କୁ ଦେଖିଲେ ସମସ୍ତେ ଚକିତ ହୋଇଯାଉଛନ୍ତି । ଯୁବାବସ୍ଥାରେ ଜଣେ ଶିକ୍ଷିତ ଯୁବକଙ୍କ ଏଭଳି ନିଷ୍ପତିକୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ ।

  • ପୁରା କାହାଣୀ ବଖାଣିଲେ ଅଭୟଙ୍କ ବାପା:

ବାବା ଅଭୟ ସିଂହଙ୍କ ବାପା କରଣ ଗ୍ରେଓ୍ବାଲ ଇଜ୍ଜର ନ୍ୟାୟାଳୟରେ ଓକିଲାତି କରନ୍ତି । ତାଙ୍କ କହିବା ମୁତାବକ, ଅଭୟ ସିଂହ ପିଲାଦିନରୁ ହିଁ ବହୁତ ଭଲ ପାଠ ପଢୁଥିଲେ । ସ୍ଥାନୀୟ ବିଦ୍ୟାଳୟରେ ଶିକ୍ଷାଗ୍ରହଣ ପରେ ଅଭୟ ସିଂହ ଦିଲ୍ଲୀ ଆଇଆଇଟି ପରୀକ୍ଷା ପାଇଁ କୋଚିଂ ନେଇଥିଲେ । ସେ ମୁମ୍ବାଇ ଆଇଆଇଟିରୁ ବିଟେକ ଡିଗ୍ରୀ ହାସଲ କରିଥିଲେ । ଏହାପରେ ସେ ମାଷ୍ଟର ଅଫ୍ ଡିଜାଇନିଙ୍ଗ୍ କୋର୍ସ ମଧ୍ୟ କରିଥିଲେ ।ଅଭୟ ସିଂହ ଆଉ ମଧ୍ୟ ରାଜଧାନୀ ଦିଲ୍ଲୀ ଓ କାନାଡାରେ ପ୍ରତିଷ୍ଠିତ କମ୍ପାନୀମାନଙ୍କରେ ଚାକିରି ମଧ୍ୟ କରିଥିଲେ ।କିନ୍ତୁ ଏହା ପରେ ସେ କାନାଡା ଛାଡି ସ୍ବଦେଶ ଫେରି ଆସିଥିଲେ । ଏହି ସମୟରେ ସେ ଅନେକ ଦିନ ଧରି ଶୀତ ଦିନରେ ମନାଲୀ, ଶିମଳା, ହରିଦ୍ୱାର ସମେତ ବିଭିନ୍ନ ସ୍ଥାନ ବୁଲିବାକୁ ଯାଇଥିଲେ ।

  • ୬ ମାସ ହେଲା ପୁଅ ସହ କଥା ହୋଇନାହାନ୍ତି ପରିବାର:

ସେ ଆଉମଧ୍ୟ କହିଛନ୍ତି, "ଅଭୟ ସିଂହଙ୍କ ସହ ୬ ମାସ ହେଲା କୌଣସି କଥାବାର୍ତ୍ତା ହୋଇନାହିଁ । ୬ ମାସ ହେଲା ସେ କେଉଁଠି ଅଛି ଜଣାନାହିଁ । ସେ ପରିବାରଠାରୁ ଦୂରରେ ରହିଛନ୍ତି । ପୁଅର ମା ଓ ଭଉଣୀ ତାଙ୍କୁ ଝୁରୁଛନ୍ତି ।" ତେବେ ପୁଅ ଫେରୁଆସୁ ବୋଲି ସେ ଓ ତାଙ୍କ ପରିବାର ଚାହୁଁଥିବା କହିଛନ୍ତି କରଣ ଗ୍ରେଓ୍ବାଲ । କିନ୍ତୁ ବାବା ହେବା ପରେ ତାଙ୍କ ପୁଅ ଘରକୁ ଫେରିବାର ସମ୍ଭାବନା କ୍ଷୀଣ ବୋଲି କହିଛନ୍ତି କରଣ ।

ଏହାମଧ୍ୟ ପଢନ୍ତୁ...

ମହାକୁମ୍ଭରେ ନାଗାସାଧୁଙ୍କ ମହାମିଳନ: କିଏ ଏମାନେ, କାହିଁକି କୁମ୍ଭମେଳାରେ ହୁଅନ୍ତି ସାମିଲ ?

ମହାକୁମ୍ଭ ମେଳାରେ ଷ୍ଟିଭ ଜବ୍ସଙ୍କ ପତ୍ନୀ, ଏମିତି ଆସିଲେ ନଜର

ଆରମ୍ଭ ହେଲା ମହାକୁମ୍ଭ-2025, ପ୍ରୟାଗରାଜରେ ଲକ୍ଷ ଲକ୍ଷ ସନ୍ଥ, ଶ୍ରଦ୍ଧାଳୁଙ୍କ ସଙ୍ଗମ

ପୁଅକୁ ଘରକୁ ଫେରି ଆସିବାକୁ ଅନୁରୋଧ କରିଛନ୍ତି ବାପା । ଘରକୁ ଫେରିଆସି ଗୃହସ୍ଥ ଜୀବନ ଆପଣାଇ ନେବାକୁ ସେ ପୁଅକୁ ନିବେଦନ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details