ଓଡିଶା

odisha

ETV Bharat / bharat

କୁମ୍ଭମେଳାକୁ ଓଡ଼ିଆ ପୁଅଙ୍କ ସାଇକେଲ ଯାତ୍ରା, 18 ଦିନରେ 1800 କିଲୋମିଟର କଲେ ଅତିକ୍ରମ - MAHA KUMBH MELA 2025

ସାଇକେଲରେ ପ୍ରୟାଗରାଜ ଯାତ୍ରା କରୁଛନ୍ତି ଓଡ଼ିଆ ପୁଅ ନନ୍ଦିଘୋଷ ଖାମାରୀ । 1800 କିଲୋମିଟର ଅତିକ୍ରମ କରିସାରିଲେଣି ।

କୁମ୍ଭମେଳାକୁ ସାଇକେଲ ଯାତ୍ରା
କୁମ୍ଭମେଳାକୁ ସାଇକେଲ ଯାତ୍ରା (ETV Bharat)

By ETV Bharat Odisha Team

Published : Feb 15, 2025, 11:04 PM IST

ଭୋପାଳ:କୁହାଯାଏ ବିଶ୍ବାସ ହିଁ ଭଗବାନ.. ଯଦି ଭଗବାନଙ୍କ ଉପରେ ବିଶ୍ବାସ ରଖି କିଛି ବି କାର୍ଯ୍ୟ ଆରମ୍ଭ କରୁଛନ୍ତି ତେବେ ସଫଳତା ନିଶ୍ଚୟ । କୁମ୍ଭମେଳାରେ ବୁଡ ପକାଇବା ପାଇଁ ଚିନ୍ତା କରିଥିଲେ ଓଡ଼ିଆ ପୁଅ ନନ୍ଦିଘୋଷ ଖାମାରୀ । ଆଉ ଏହାପରେ ବସ, ଟ୍ରେନ କି ବିମାନ ନୁହେଁ ବର୍ଂ ସାଇକେଲ ଯୋଗେ ସେ ପ୍ରୟାଗରାଜ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ପରିବେଶ ସୁରକ୍ଷା ବାର୍ତ୍ତା ନେଇ ସାଇକେଲରେ ବେଙ୍ଗାଲୁରୁରୁ ଯାତ୍ରା ଆରମ୍ଭ କରି ପ୍ରାୟ 18 ଦିନପରେ 1800 କିଲୋମିଟର ଅତିକ୍ରମ କରି ଏବେ ଚିତ୍ରକୂଟରେ ପହଞ୍ଚିଛନ୍ତି । ଏଠାରୁ, ସେ ପ୍ରୟାଗରାଜ ଯାତ୍ରା ଜାରି ରଖିବେ ଏବଂ ମହାକୁମ୍ଭରେ ପବିତ୍ର ବୁଡ଼ ପକାଇବେ।

କୁମ୍ଭମେଳାକୁ ସାଇକେଲରେ ଯାତ୍ରା:

୫ ସେପ୍ଟେମ୍ବର, ୨୦୨୨ରେ ନନ୍ଦିଘୋଷ ଓଡ଼ିଶାରୁ ଏକ ସର୍ବଭାରତୀୟ ଭ୍ରମଣ ଯାତ୍ରା ଆରମ୍ଭ କରିଥିଲେ । ୨୮ଟି ରାଜ୍ୟ ସାଇକେଲରେ ଭ୍ରମଣ କରି ୨୦,୦୦୦ କିଲୋମିଟର ଅତିକ୍ରମ କରିଥିଲେ। ନିକଟରେ ସେ ବେଙ୍ଗାଲୁରୁ ଭ୍ରମଣ କରିଥିଲେ । ସେହିଠାରେ ଚଳିତ ମାସ ଜାନୁଆରୀ ମଧ୍ୟଭାଗରେ ପହଞ୍ଚିଥିଲେ। ସେହି ସମୟରେ ମହାକୁମ୍ଭମେଳା ମଧ୍ୟ ଆରମ୍ଭ ହୋଇଥିଲା। ଏହାପରେ ସେ ପ୍ରୟାଗରାଜ ସାଇକେଲରେ ଯିବାକୁ ସ୍ଥିର କରିଥିଲେ ।

ସାଇକେଲରେ ଯାତ୍ରା କରି ପରିବେଶ ସୁରକ୍ଷା ବାର୍ତ୍ତା:

ଏନେଇ ନନ୍ଦିଘୋଷ ଖାମାରୀ କହିଛନ୍ତି, "ମୁଁ ଲୋକମାନଙ୍କୁ କହିବାକୁ ଚାହୁଁଛି ଯେ ସାଇକେଲ ଯାତ୍ରା ଆମକୁ ସୁସ୍ଥ ରଖିବା ସହ ପରିବେଶକୁ ସୁରକ୍ଷିତ ରଖିପାରିବ । ମୁଁ ବେଙ୍ଗାଲୁରୁରୁ ପ୍ରୟାଗରାଜ ପର୍ଯ୍ୟନ୍ତ ମୋର ସାଇକେଲ ଯାତ୍ରା ଜାରି ରଖିବାକୁ ନିଷ୍ପତ୍ତି ନେଇଥିଲି ଏବଂ ତା'ପରେ ଗଙ୍ଗାରେ ସ୍ନାନ ପରେ ଓଡ଼ିଶା ଫେରିବାକୁ ନିଷ୍ପତ୍ତି ନେଇଛି ।"

ଏହାମଧ୍ୟ ପଢନ୍ତୁ...

ମାତ୍ର 101 ଟଙ୍କାରେ ମହାକୁମ୍ଭ ମେଳା ଯିବେ ଜଳଖିଆ ଦୋକାନୀ, ଜାଣନ୍ତୁ କେମିତି ?

ମହାକୁମ୍ଭ ମେଳାରେ ବିଦେଶୀ ସାଧୁସନ୍ଥଙ୍କ ଶିବିର, ବିଦେଶରୁ ଆସି ଆପଣାଇଛନ୍ତି ସନାତନ ଧର୍ମ

କୁମ୍ଭମେଳାରେ ଦେଶର ବଡ ଅନ୍ନଛତ୍ର, ଯେଉଁଠି ଖାଆନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ

ନନ୍ଦିଘୋଷଙ୍କ ପାଇଁ ତୀର୍ଥଯାତ୍ରା ଅନେକ ମହତ୍ବ ରଖେ । ସେ କହିଛନ୍ତି, ମହାକୁମ୍ଭ ହେଉଛି ସନାତନ ଧର୍ମର ସବୁଠାରୁ ବଡ ପର୍ବ । ଭାରତରେ ସବୁ ଧର୍ମର ଲୋକ ବାସ କରନ୍ତି, କିନ୍ତୁ ଏହି ପର୍ବର ମହତ୍ବ ଅନନ୍ୟ । ଏହାର ପରିଚାଳନାରେ ସରକାରଙ୍କ ପ୍ରୟାସ ସମାନ ଭାବରେ ପ୍ରଶଂସନୀୟ । ଏହା ଏକ ପ୍ରକାରର ଉତ୍ସବ । ମୋ ପାଇଁ ଏହା ପ୍ରକୃତି ସଂରକ୍ଷଣ କରିବା ବିଷୟରେ ସଚେତନତା ସୃଷ୍ଟି କରିବା ମଧ୍ୟ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details