ଓଡିଶା

odisha

ETV Bharat / bharat

ମହାକୁମ୍ଭରେ ମହାମିଳନ, ଦୀର୍ଘ 32 ବର୍ଷ ପରେ ଘରକୁ ଫେରିଲା ସନ୍ଥ ପୁଅ - SON MEET MOTHER AFTER 32 YEARS

ଦୀର୍ଘ 32ବର୍ଷ ପରେ ଘରକୁ ଫେରିଲେ ଅମରନାଥ । ୧୯୯୨ ମସିହାରେ ରାମ ମନ୍ଦିର ଆନ୍ଦୋଳନରେ ସାମିଲ ହୋଇ ଆଉ ଘରକୁ ଫେରିନଥିଲେ ସେ ।

SON MEET MOTHER AFTER 32 YEARS
SON MEET MOTHER AFTER 32 YEARS (ETV Bharat Odisha)

By ETV Bharat Odisha Team

Published : Feb 20, 2025, 5:05 PM IST

ଲକ୍ଷ୍ନୌ: ଦୀର୍ଘ 32 ବର୍ଷ ପରେ ହେଲା ପରିବାରରେ ହେଲା ମହାମିଳନ । ବର୍ଷ ବର୍ଷ ଧରି ପୁଅକୁ ଅପେକ୍ଷା କରିଥିବା ମାଆ, ଶେଷରେ ନିଜ ପୁଅକୁ ଦେଖି କୋହ ସମ୍ଭାଳି ପାରିଲାନି । ଘରକୁ ବାପାଙ୍କ ଫେରିବା ଖବର ଶୁଣି ପରିବାରରେ ଖୁସିର ଲହର । ସେପଟେ ଦୀର୍ଘ ବର୍ଷ ପରେ ସ୍ବାମୀଙ୍କୁ ଦେଖ ଲୁହ ଛଳଛଳ ଆଖିରେ ପ୍ରଣିପାତ କଲେ ସ୍ତ୍ରୀ । ହସଲୁହର ଏକ ସୁନ୍ଦର ଘଟଣାର ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶ ଜମାଲପୁର ଜିଲ୍ଲାରେ ।

SON MEET MOTHER AFTER 32 YEARS (ETV Bharat Odisha)

ଅମରନାଥ ଗୁପ୍ତା ନାମକ ଜଣେ ବ୍ୟକ୍ତି ଦୀର୍ଘ 32ବର୍ଷ ପରେ ନିଜ ଘରକୁ ଫେରିଛନ୍ତି । ସେ ୧୯୯୨ ମସିହାରେ ରାମ ମନ୍ଦିର ଆନ୍ଦୋଳନରେ ସାମିଲ ହୋଇ 'କର ସେବା' କରିବା ପାଇଁ ଘରୁ ବାହାରି ଆସିଥିଲେ । ଏହା ପରେ ସେ ଆଉ ଘରକୁ ଫେରି ନଥିଲେ । ଅଯୋଧ୍ୟାରେ 'କର ସେବା' ପରେ ତାଙ୍କୁ ଜେଲ ଯିବାକୁ ପଡ଼ିଥିଲା । ଜେଲରୁ ମୁକ୍ତ ହେବା ପରେ, ସେ ଅଯୋଧ୍ୟା ଏବଂ ବୃନ୍ଦାବନ ଯାଇ ସନ୍ୟାସ ଦୀକ୍ଷା ଗ୍ରହଣ କରିଥିଲେ ।

  • ମାଆ-ପୁଅଙ୍କ ମହାମିଳନ:

ଗୋଟିଏ ଦିନ ଅମରନାଥ ମହାକୁମ୍ଭରେ ସ୍ନାନ କରିବାକୁ ଆସିଥିଲେ ।ଏହି ସମୟରେ ତାଙ୍କ ମାଆ ତାଙ୍କ ସ୍ବପ୍ନରେ ଆସିଲେ ।ଏହାପରେ ସେ ନିଜ ମାଆଙ୍କୁ ଦେଖିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ । ହଠାତ୍ ଗୋଟିଏ ଦିନ ସେ ଘରକୁ ପ୍ରତ୍ୟାର୍ତ୍ତନ କରିଥିଲେ ଏବଂ ଘରର କବାଟକୁ ଠକଠକ୍ କରିଥିଲେ । ଏହି ସମୟରେ ଘର ଭିତରେ ଗଭୀର ନିଦରେ ଶୋଇଥିବା ବୁଢ଼ୀ ମାଆ ହଠାତ୍ ତାଙ୍କ ବୋହୂଙ୍କୁ କହିଲେ ,"ଯାଅ ମୋ ପୁଅ ଆସିଛି, କବାଟ ଖୋଲ । "ଏହା ଉପରେ ବୋହୂ ଅର୍ଥାତ ଅମରନାଥଙ୍କ ସ୍ତ୍ରୀ କହିଲେ,' ଶୋଇଯାଅ ସେ ଏଠାରେ ନାହାନ୍ତି'। କିନ୍ତୁ ମାଆର ମନ ବୁଝିଲା ନାହିଁ । ସେ ଯେତେବେଳେ ନିଜେ ଦ୍ବାର ଖୋଲିବା ପାଇଁ ଗଲେ । କବାଟ ଖୋଲୁ ଖୋଲୁ ତାଙ୍କ ପୁଅ ଜଣେ ସନ୍ଥଙ୍କ ପୋଷାକ ପିନ୍ଧି ଆସିଥିବା ଦେଖିଥିଲେ । ମାଆ ତୁରନ୍ତ ତାଙ୍କ ପୁଅକୁ କୁଣ୍ଢେଇ ପକାଇଲେ । ବହୁ ବର୍ଷ ପରେ ମାଆ-ପୁଅଙ୍କ ଭେଟଘାଟ ହୋଇଥିବାରୁ କୋହ ସମ୍ଭାଳିପାରିଲେ ନାହିଁ ଉଭୟେ ।

AMARNATH RETURNS HOME AFTER 32 YEARS (ETV Bharat Odisha)
  • 'ବନ୍ଦୀ ଜୀବନ କାଟୁଥିଲେ ଅମରନାଥ':

ଅମରନାଥ ୧୯୯୨ ମସିହାରେ ରାମ ମନ୍ଦିର ଆନ୍ଦୋଳନ କର ସେବାରେ ସାମିଲ ହୋଇ ଟ୍ରେନ ଘରୁକୁ ଫେରୁଥିଲେ । ଏହି ସମୟରେ ଜୌନପୁରଠାରେ ଟ୍ରେନ୍ ଉପରକୁ ହଠାତ୍ ପଥର ମାଡ଼ ହୋଇଥିଲା । ସେଠାରୁ ଓହ୍ଲାଇବା ପରେ ସେ କୌଣସି ପ୍ରକାରେ ବାରଣାସୀରୁ ଜମାଲପୁରସ୍ଥିତ ତାଙ୍କ ଘରେ ପହଞ୍ଚିଲେ । ଯେଉଁଠାରେ ପୋଲିସ ତାଙ୍କୁ ଗିରଫ କରି ମିର୍ଜାପୁର ଜେଲକୁ ନେଇଥିଲା । ପରେ ଜମାଲପୁର ମୁଖ୍ୟ ଶିବ ମୁରତ ସିଂହ ତାଙ୍କର ଜାମିନ ବ୍ୟବସ୍ଥା କରିଥିଲେ ଏବଂ ସେ ଜେଲରୁ ବାହାରକୁ ଆସିଥିଲେ ।

AMARNATH RETURNS HOME AFTER 32 YEARS (ETV Bharat Odisha)
  • ଗୁରୁ ଦୀକ୍ଷା ନେଇଥିଲେ ଅମରନାଥ:

ଜେଲରୁ ମୁକ୍ତ ହେବା ପରେ ଅମରନାଥ ଅଯୋଧ୍ୟା ଯାଇଥିଲେ । ସେଠାରେ ବାବା କିଶୋର ଦାସଙ୍କଠାରୁ ଗୁରୁ ଦୀକ୍ଷା ନେବା ପରେ ଜୟପୁର ଆଶ୍ରମରେ ରହିଥିଲେ । ଦୀର୍ଘ ବର୍ଷ ପରେ ସେ ତାଙ୍କ ୯୫ ବର୍ଷୀୟା ମାଆ ପ୍ୟାରୀ ଦେବୀ, ପତ୍ନୀ ଚନ୍ଦ୍ରାବତୀ, ପୁଅ ଅତୁଲ, ଝିଅ ଅର୍ଚ୍ଚନା, ଅଞ୍ଜନା ଏବଂ ମୋନିଙ୍କୁ ଭେଟି ବହୁତ ଖୁସି ଥିବା କହିଛନ୍ତି ।ଅମରନାଥ ଆହୁରି କହିଛନ୍ତି," ଦୁଇ ଦିନ ପରେ ଜୟପୁରରେ ଥିବା ଆଶ୍ରମକୁ ଫେରିଯିବି । ବହୁ ବର୍ଷ ପରେ ପରିବାର ସଦସ୍ୟଙ୍କୁ ଭେଟି ମୋତେ ବହୁତ ଖୁସି ଅନୁଭବ ହେଲା । ମୁଁ ଗୁରୁ ଦୀକ୍ଷା ଗ୍ରହଣ କରିଥିବାରୁ, ଜଣେ ସନ୍ୟାସୀର ଜୀବନ ବଞ୍ଚିବାକୁ ଚାହୁଁଛି ।"

ଏହା ମଧ୍ୟ ପଢନ୍ତୁ...କୁମ୍ଭମେଳାକୁ ଓଡ଼ିଆ ପୁଅଙ୍କ ସାଇକେଲ ଯାତ୍ରା, 18 ଦିନରେ 1800 କିଲୋମିଟର କଲେ ଅତିକ୍ରମ - MAHA KUMBH MELA 2025

ଏହା ମଧ୍ୟ ପଢନ୍ତୁ...କୁମ୍ଭମେଳାରେ ଦେଶର ବଡ ଅନ୍ନଛତ୍ର, ଯେଉଁଠି ଖାଆନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ - KUMBHA MELA 2025

ଏହା ମଧ୍ୟ ପଢନ୍ତୁ...ମହାକୁମ୍ଭ ମେଳାରେ ବିଦେଶୀ ସାଧୁସନ୍ଥଙ୍କ ଶିବିର, ବିଦେଶରୁ ଆସି ଆପଣାଇଛନ୍ତି ସନାତନ ଧର୍ମ - KUMBHA MELA 2025

  • ପିଲାଦିନରୁ ଆରଏସଏସ ସହିତ ଜଡିତ:

ଅମରନାଥ ତାଙ୍କ ସ୍କୁଲ ଜୀବନରୁ ହିଁ ବିଶ୍ବ ହିନ୍ଦୁ ପରିଷଦ ଏବଂ ଆରଏସଏସ ସହିତ ଜଡିତ ଥିଲେ । ସେ ଅଞ୍ଚଳରେ ଶାଖା ମଧ୍ୟ ପ୍ରତିଷ୍ଠା କରିଥିଲେ । ଅମରନାଥ ଘର ଛାଡିବା ସମୟରେ 40 ବର୍ଷ ବୟସର ହୋଇଥିବା ବେଳେ ବର୍ତ୍ତମାନ ପ୍ରାୟ 72 ବର୍ଷ ହୋଇଛି । ଅମରନାଥଙ୍କ ପରିବାରରେ ତାଙ୍କ ସ୍ତ୍ରୀ, ପୁଅ ଏବଂ ତିନି ଝିଅ ଅଛନ୍ତି ।

ABOUT THE AUTHOR

...view details