ପ୍ରୟାଗରାଜ:ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇବେ ରାଷ୍ଟ୍ରପତି । ଆସନ୍ତାକାଲି(ସୋମବାର) ପ୍ରୟାଗରାଜର ତ୍ରିବେଣୀ ସଙ୍ଗମରେ ସ୍ନାନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏଥିପାଇଁ ସେ ଆସନ୍ତାକାଲି ଉତ୍ତରପ୍ରଦେଶ ଗସ୍ତ କରିବେ । ମହାକୁମ୍ଭ ମେଳାରେ 8 ଘଣ୍ଟା ସମୟ ଅତିବାହିତ କରିବେ । ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ।
ମହାକୁମ୍ଭରେ ବୁଡ ପକାଇବେ ରାଷ୍ଟ୍ରପତି:
ଆସନ୍ତାକାଲି(ସୋମବାର) ତ୍ରିବେଣୀ ସଙ୍ଗମରେ ସ୍ନାନ କରିବେ ମହାମହିମ । ଏହାପରେ ଶୟନ ମୁଦ୍ରାରେ ଥିବା ହନୁମାନ ଓ ଅକ୍ଷୟ ବଟ ବୃକ୍ଷର ଦର୍ଶନ ସହ ପୂଜାର୍ଚ୍ଚନା କରିବେ । ମହାକୁମ୍ଭ ମେଳାରେ ରାଷ୍ଟ୍ରପତି 8 ଘଣ୍ଟା ସମୟ ଅତିବାହିତ କରିବେ । ଏଥିପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କରାଯାଇଛି । ମହାକୁମ୍ଭ ମେଳାରେ ଚେକିଂ ଜୋରଦାର କରାଯାଇଛି । ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ରାଷ୍ଟ୍ରପତିଙ୍କ ଏହି ଗସ୍ତ ଅବସରରେ ସାଥିରେ ଉପସ୍ଥିତ ରହିବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।
ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମ:
ମହାକୁମ୍ଭରେ ବୁଡ ପକାଇବା ପାଇଁ ଆସନ୍ତାକାଲି ସକାଳେ ତ୍ରିବେଣୀ ସଙ୍ଗମରେ ପହଞ୍ଚିବେ । ଆସ୍ଥାର ବୁଡ ପକାଇବେ । ତେବେ ଏହା ପୂର୍ବରୁ ଭାରତର ପ୍ରଥମ ରାଷ୍ଟ୍ରପତି ଡ଼ଃ ରାଜେନ୍ଦ୍ର ପ୍ରସାଦ ମହାକୁମ୍ଭରେ ସ୍ନାନ କରିଥିଲେ । ଅକ୍ଷୟବଟ ପୂଜା କରିବା ସହ ବଡ଼ ହନୁମାନ ମନ୍ଦିରର ମଧ୍ୟ ଦର୍ଶନ କରିବେ । ଦେଶବାସୀଙ୍କ ସୁଖ ସମୃଦ୍ଧି ପାଇଁ ପ୍ରାର୍ଥନା କରିବେ ।
ଡିଜିଟାଲ ଅନୁଭୂତି କେନ୍ଦ୍ର ପରିଦର୍ଶନ କରିବେ ରାଷ୍ଟ୍ରପତି:
ଏହି ଅବସରରେ ରାଷ୍ଟ୍ରପତି ହନୁମାନ ମନ୍ଦିର ସାମ୍ନାରେ ସ୍ଥାପିତ ହୋଇଥିବା ଡିଜିଟାଲ ଅନୁଭୂତି କେନ୍ଦ୍ର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଡିଜିଟାଲ ମହାକୁମ୍ଭରେ କୁମ୍ଭ ଓ ଭାରତୀୟ ସଂସ୍କୃତି ସମ୍ବନ୍ଧୀୟ ସୂଚନାକୁ ଉନ୍ନତଜ୍ଞାନକୈଶଳ ମାଧ୍ୟମରେ ଦର୍ଶାଯାଇଛି । ସମୁଦ୍ର ମନ୍ଥନକୁ ମଧ୍ୟ ଅଡିଓ ଓ ଭିଡିଓ ମାଧ୍ୟମରେ ଦର୍ଶାଯାଇଛି ।