ପ୍ରୟାଗରାଜ: ଦୀର୍ଘ ୪୫ ଦିନ ଧରି ଚାଲିଥିବା ବିଶ୍ୱର ସବୁଠୁ ବଡ ସମାଗମ ମହାକୁମ୍ଭ ମେଳାର ଆଜି (ବୁଧବାର) ଅନ୍ତିମ ଦିନ । ପବିତ୍ର ମହାଶିବରାତ୍ରି ଓ ମେଳାର ଶେଷ ଦିନ ଅବସରରେ ତ୍ରିବେଣୀ ସଙ୍ଗମରେ ବୁଡ ପକାଇବାକୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ଆଜି ଭୋର ୪ଟା ସୁଦ୍ଧା ପାଖାପାଖି ୨୫ ଲକ୍ଷ ଶ୍ରଦ୍ଧାଳୁ ବୁଡ ପକାଇଛନ୍ତି । ତେବେ ଚଳିତ ବର୍ଷ କୁମ୍ଭମେଳାରେ ୬୭ରୁ ୬୮ କୋଟି ଶ୍ରଦ୍ଧାଳୁଙ୍କ ସମାଗମ ହେବା ନେଇ ଅନୁମାନ କରାଯାଉଛି ।
ଏବେସୁଦ୍ଧା ବୁଡ ପକାଇଲେଣି ୬୫କୋଟିରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ:
ମହାକୁମ୍ଭ ଆରମ୍ଭର ପ୍ରଥମ ଦିନ ଅର୍ଥାତ୍ ଜାନୁଆରୀ ୧୩ ତାରିଖ ଦିନ ପୌଷ ପୂର୍ଣ୍ଣିମା ସ୍ନାନ ଅବସରରେ ୧.୭୦ କୋଟି ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା । ୧୪ ଜାନୁଆରୀ ଅର୍ଥାତ୍ ମକର ସଂକ୍ରାନ୍ତିରେ ୩.୫୦ କୋଟିରୁ ଅଧିକ ଭକ୍ତ ପବିତ୍ର ତ୍ରିବେଣୀ ସଙ୍ଗମରେ ସ୍ନାନ କରିଥିଲେ । ସେହିପରି ୨୯ ଜାନୁଆରୀ ମୌନୀ ଅମାବାସ୍ୟା ଅବସରରେ ୭.୬୪କୋଟି, ୩ ଫେବୃଆରୀ ଅର୍ଥାତ୍ ସରସ୍ୱତୀ ପୂଜା (ବସନ୍ତ ପଞ୍ଚମୀ) ଦିନ ୨.୫୭କୋଟି, ୧୨ ଫେବୃଆରୀ ମାଘ ପୂର୍ଣ୍ଣିମା ଦିନ ୨ କୋଟି ଶ୍ରଦ୍ଧାଳୁ ସଙ୍ଗମରେ ସ୍ନାନ କରିଥିଲେ ।
ସେହିପରି ସୋମବାର ଦିନ ୧. ୩୦କୋଟିରୁ ଅଧିକ ସଙ୍ଗମରେ ସ୍ନାନ କରିଥିବା ବେଳେ ମଙ୍ଗଳବାର ଦିନ ୧.୧୧ କୋଟିରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ତ୍ରିବେଣୀ ସଙ୍ଗମରେ ପହଞ୍ଚିଥିଲେ । ଜାନୁଆରୀ ୧୩ରୁ ଏବେସୁଦ୍ଧା ୬୫କୋଟିରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ବୁଡ ପକାଇ ସାରିଛନ୍ତି । ଶେଷ ଦିନରେ ଅର୍ଥାତ୍ ଆଜି ଆହୁରୀ ୨ରୁ ୩ କୋଟି ଶ୍ରଦ୍ଧାଳୁ ସଙ୍ଗମରେ ସ୍ନାନ କରିପାରନ୍ତି ବୋଲି ଅନୁମାନ କରାଯାଉଛି ।
ଅନ୍ତିମ ସ୍ନାନ ପାଇଁ ଆଲର୍ଟରେ ପ୍ରଶାସନ: