ଓଡିଶା

odisha

ମାକ୍ରୋନଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ମୋଦି ଖୁସ୍; କହିଲେ 'ସମୃଦ୍ଧ ହେବ ଭାରତ-ଫ୍ରାନ୍ସ ସମ୍ପର୍କ'

By ETV Bharat Odisha Team

Published : Feb 5, 2024, 1:04 PM IST

PM Modi on Macron's Tweet : ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରୋନଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଖୁସିବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦି । କହିଲେ ଆପଣଙ୍କ ଭାରତ ଗସ୍ତ ଦ୍ବାରା ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ସମୃଦ୍ଧ ହେବ ସମ୍ପର୍କ । ଅଧିକ ପଢନ୍ତୁ

PM Modi on Macron's Tweet
PM Modi on Macron's Tweet

ହାଇଦ୍ରାବାଦ:ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ସମୃଦ୍ଧ ହେବ ସମ୍ପର୍କ । ବଳିଷ୍ଠ ହେବ ଭାରତ ଫ୍ରାନ୍ସ ବନ୍ଧୁତ୍ବ ଏବଂ ଉଭୟଙ୍କ ମଧ୍ୟରେ ଶ୍ରଦ୍ଧା, ସମର୍ଥନ ଏବଂ ବିଶ୍ବାସ ଗଭୀର ହେବ । ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ଏକ୍ସ ପୋଷ୍ଟକୁ ନେଇ ଖୁସିବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ । ଫ୍ରାନ୍ସ ରାଷ୍ଟ୍ରପତି ଭାରତ ଗସ୍ତ ସମୟର କିଛି ଝଲକକୁ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରିଥିଲେ । ଏହାକୁ ନେଇ ପ୍ରଧାନମନ୍ତ୍ରୀ ଖୁସି ହେବା ସହିତ ରିଟ୍ବିଟ କରି କହିଛନ୍ତି ଭାରତ-ଫ୍ରାନ୍ସ ମଧ୍ୟରେ ସମୃଦ୍ଧ ହେବ ସମ୍ପର୍କ । ଫ୍ରାନ୍ସ ଭାରତରେ ଅଧିକ ପୁଞ୍ଜି ନିବେଶ କରିବା ପାଇଁ ଚାହୁଁଥିବା କଥା କହିଛନ୍ତି ମାକ୍ରୋନ ।

ଆଗ ଧାଡ଼ିରେ ରହିବ ଭାରତ: ଏକ୍ସରେ ଏକ ଭିଡିଓ ପୋଷ୍ଟ କରିବା ସହିତ ଭାରତର ପ୍ରଶଂସା କରି ମାକ୍ରୋନ କହିଛନ୍ତି, " ପରିବର୍ତ୍ତନଶୀଳ ଦୁନିଆରେ ଭାରତ ଆଗ ଧାଡିରେ ରହିବ । ଭାରତ ଗାଣତାନ୍ତ୍ରିକ, ଅର୍ଥନୈତିକ ଏବଂ ବୈଷୟିକ କ୍ଷେତ୍ରରେ ଶକ୍ତି ଅଟ । "

ଭାରତ-ଫ୍ରାନ୍ସ ମଧ୍ୟରେ ସୁଦୃଢ଼ ହେବ ସମ୍ପର୍କ: ଫ୍ରାନ୍ସ ରାଷ୍ଟ୍ରପତି ସେୟାର କରିଥିବା ଭିଡିଓ ଉପରେ ପ୍ରତିକ୍ରିୟା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମାକ୍ରୋନଙ୍କ ପୋଷ୍ଟକୁ ରିଟ୍ବିଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି, "ଆପଣଙ୍କର ଭାରତ ଗସ୍ତ ଏବଂ ଗଣତନ୍ତ୍ର ଦିବସରେ ଅଂଶଗ୍ରହଣ ନିଶ୍ଚିତ ଭାବେ ଭାରତ-ଫ୍ରାନ୍ସର ବନ୍ଧୁତାକୁ ସୁଦୃଢ କରିବ ।"

ଗଣତନ୍ତ୍ର ଦିବସକୁ ନେଇ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ପ୍ରତିକ୍ରିୟା: ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ପୋଷ୍ଟ ସେୟାର କରି ଲେଖିଛନ୍ତି, "ଭାରତର ଅସାଧାରଣ ଯାତ୍ରା ଉପରେ ଏକ ନଜର । ଗଣତନ୍ତ୍ର ଦିବସରେ ଅଂଶଗ୍ରହଣ କରି ମୁଁ ନିଜକୁ ଅତ୍ୟଧିକ ଗୌରବାନ୍ବିତ ମନେ କରୁଛି । ଏହା ସର୍ବଦା ସ୍ମରଣୀୟ ହୋଇ ରହିବ ।"

ଏହା ମଧ୍ୟ ପଢନ୍ତୁ: ଗଣତନ୍ତ୍ର ଦିବସରେ ଭାରତୀୟ ଛାତ୍ରଛାତ୍ରୀଙ୍କ ପାଇଁ ବଡ ଘୋଷଣା କଲେ ମାକ୍ରୋନ

ଫ୍ରାନ୍ସ ଭାରତରେ ଅଧିକ ନିବେଶ କରିବାକୁ ଚାହୁଁଛି : ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କ ବିଷୟରେ ଇମାନୁଏଲ୍ ମାକ୍ରୋନ୍ କହିଛନ୍ତି, ଦୁଇ ଦେଶ ମଧ୍ୟରେ ସମ୍ପର୍କ ସୁଦୃଢ ରହିଛି । ଉଭୟ ଦେଶ ଏକାଠି ହେଲେ ଅନେକ କାର୍ଯ୍ୟ ସମ୍ଭବ ହେବ । ଗତ କିଛି ବର୍ଷ ମଧ୍ୟରେ ଆମେ ବିଭିନ୍ନ କ୍ଷେତ୍ରରେ ସହଯୋଗ ଏବଂ ସହଭାଗିତା ବୃଦ୍ଧି ହୋଇଛି ବୋଲି କହିଛନ୍ତି ମାକ୍ରୋନ । ସେ ଆହୁରି ମଧ୍ୟ କହିଛନ୍ତି, ଆମେ ଭାରତରେ ଅଧିକରୁ ଅଧିକ ପୁଞ୍ଜି ବିନିଯୋଗ କରିବାକୁ ଚାହୁଁଛୁ । ଯଦିଓ ଆମର ସମ୍ପର୍କ ବହୁତ ଭଲ, ତଥାପି ଆମେ ଆହୁରି ଅନେକ କିଛି କରିପାରିବୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details