ଓଡିଶା

odisha

By ETV Bharat Odisha Team

Published : Jun 12, 2024, 7:48 AM IST

ETV Bharat / bharat

ଉପେନ୍ଦ୍ର ଦ୍ବିବେଦୀ ନୂଆ ସ୍ଥଳସେନା ମୁଖ୍ୟ, ୩୦ରେ ଗ୍ରହଣ କରିବେ କାର୍ଯ୍ୟଭାର - Upendra Dwivedi New Army Chief

New Army Chief of India: ଲେଫନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ ନୂଆ ସ୍ଥଳସେନା ମୁଖ୍ୟ । ଏବେ ଉପମୁଖ୍ୟ ଭାବେ ଦାୟିତ୍ବରେ ଅଛନ୍ତି । ସେନାରେ ଦୀର୍ଘ ୪୦ ବର୍ଷର କ୍ୟାରିୟର । ନର୍ଦନ କମାଣ୍ଡ ଓ ଉତ୍ତର-ପୂର୍ବ ସୀମାନ୍ତରେ ରହିଛି ଦୀର୍ଘ ବର୍ଷର କମାଣ୍ଡିଂ ଅଭିଜ୍ଞତା । ଚଳିତ ୩୦ରେ ସରୁଛି ଜେନେରାଲ ମନୋଜ ପାଣ୍ଡେଙ୍କ କାର୍ଯ୍ୟକାଳ । ଅଧିକ ପଢନ୍ତୁ

New Army Chief of India
New Army Chief of India (ETV Bharat Odisha)

ନୂଆଦିଲ୍ଲୀ:ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ ହେବେ ଭାରତୀୟ ସ୍ଥଳସେନାର ପରବର୍ତ୍ତୀ ମୁଖ୍ୟ । ସେ ଚଳିତମାସ ୩୦ ତାରିଖରେ ବର୍ତ୍ତମାନର ସେନାମୁଖ୍ୟ ଜେନେରାଲ ମନୋଜ ପାଣ୍ଡେଙ୍କଠାରୁ ଦାୟିତ୍ବ ଗ୍ରହଣ କରିବେ । ଗତକାଲି (ମଙ୍ଗଳବାର) କେନ୍ଦ୍ର ସରକାର ତାଙ୍କ ନିଯୁକ୍ତିକୁ ଅନୁମୋଦନ ଦେଇଛନ୍ତି । ଜେନେରାଲ ଦ୍ବିବେଦୀ ଏବେ ସ୍ଥଳସେନାର ଉପମୁଖ୍ୟ ଭାବେ ଦାୟିତ୍ବରେ ଅଛନ୍ତି । ଭାରତୀୟ ସେନାରେ ପ୍ରାୟ ୪୦ବର୍ଷ ଧରି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବରେ କାର୍ଯ୍ୟ କରିସାରିଥିବା ଏହି ଆର୍ମି ଭେଟେରାନ ଏବେ ସ୍ଥଳସେନାର ସର୍ବୋଚ୍ଚ କମାଣ୍ଡିଂ ପଦକୁ ଉନ୍ନୀତ ହେବାକୁ ଯାଉଛନ୍ତି ।

New Army Chief of India (ETV Bharat Odisha)

ବର୍ତ୍ତମାନର ସ୍ଥଳସେନା ମୁଖ୍ୟ ଜେନେରାଲ ପାଣ୍ଡେଙ୍କ କାର୍ଯ୍ୟକାଳ ଚଳିତମାସ ୩୦ ତାରିଖରେ ଶେଷ ହେବ । ସେହିଦିନ ଅପରାହ୍ନରେ ଦିଲ୍ଲୀସ୍ଥିତ ସ୍ଥଳସେନା ମୁଖ୍ୟାଳୟରେ ତାଙ୍କଠାରୁ ଦାୟିତ୍ବ ଗ୍ରହଣ କରିବେ ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ । ୨୦୨୨ ଏପ୍ରିଲ ୩୦ ତାରିଖରେ ଜେନେରାଲ ପାଣ୍ଡେ ସ୍ଥଳସେନା ମୁଖ୍ୟ ଭାବେ ନିଯୁକ୍ତି ହୋଇଥିଲେ । ସେ ହେଉଛନ୍ତି ଭାରତୀୟ ସେନାର ଇଞ୍ଜିନିୟର୍ସ କ୍ରପ୍ସରୁ ସେନାମୁଖ୍ୟ ହୋଇଥିବା ପ୍ରଥମ ଅଧିକାରୀ । ତାଙ୍କ କାର୍ଯ୍ୟକାଳରେ ସ୍ଥଳସେନାର ନବୀକରଣ ପ୍ରକ୍ରିୟା ଆଗକୁ ବଢିଥିଲା ।

ଏହା ମଧ୍ୟ ପଢନ୍ତୁ:- ମୋହନ ମାଝୀ ନୂଆ ମୁଖ୍ୟମନ୍ତ୍ରୀ; ସରପଞ୍ଚରୁ ରାଜ୍ୟ ମୁଖିଆ; କେମିତି ଥିଲା ଯାତ୍ରା - New CM OF Odisha

ଦ୍ବିବେଦୀଙ୍କ କ୍ୟାରିୟର:-

୧୯୬୪ରେ ଜନ୍ମିତ ଉପେନ୍ଦ୍ର ସୈନିକ ଏକାଡେମୀ ମାଧ୍ୟମରେ ସେନାରେ ଭର୍ତ୍ତି ହୋଇଥିଲେ । ୧୯୮୪ ଡିସେମ୍ବର ୧୫ ତାରିଖରେ ସେ ସ୍ଥଳସେନାର ଇନଫେଣ୍ଟାରୀ ରେଜିମେଣ୍ଟର ‘ଜେ.କେ ରାଇଫଲ୍ସ’ରେ ଯୋଗଦାନ କରିଥିଲେ । ଏହାପରେ ସେ ବିଭିନ୍ନ ରେଜିମେଣ୍ଟର କମାଣ୍ଡ ନେଇଥିଲେ । ଉତ୍ତର-ପୂର୍ବ ଭାରତରେ ସେ ‘ଆସାମ ରାଇଫଲ୍ସ’ର କମାଣ୍ଡର ଭାବେ କାର୍ଯ୍ୟ କରିବା ପରେ ଇଷ୍ଟ-ଜୋନର ମହାନିର୍ଦ୍ଦେଶକ ମଧ୍ୟ ହୋଇଥିଲେ । ପରେ ସେ ‘ଜେନେରାଲ ଇନଫେଣ୍ଟାରୀ’ର ମହାନିର୍ଦ୍ଦେଶକ ଓ ଉତ୍ତର-କମାଣର କମାଣ୍ଡିଂ ମୁଖ୍ୟ ଭାବେ କାର୍ଯ୍ୟ କରିଥିଲେ । ଏବେ ସେ ସ୍ଥଳସେନାର ଉପମୁଖ୍ୟ ଦାୟିତ୍ବରେ ରହିଛନ୍ତି । ଉତ୍ତର-ପୂର୍ବରେ ଅନୁପ୍ରବେଶ ଓ ଉଗ୍ରବାଦ ପରି ସମ୍ବେଦନଶୀଳ ପ୍ରସଙ୍ଗରେ ତାଙ୍କ ନେତୃତ୍ବରେ ସ୍ଥଳସେନା ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲା । ସେହିପରି ଚୀନ ସୀମାନ୍ତ ଅରୁଣାଚଳ ପ୍ରଦେଶରେ ମଧ୍ୟ ସେ ବିଭିନ୍ନ ସାମରିକ ଅପରେସନର ନେତୃତ୍ବ ନେଇଛନ୍ତି । ଦୀର୍ଘ ୪୦ ବର୍ଷରୁ ଅଧିକ ସାମରିକ କ୍ୟାରିୟରରେ ସେ ଏକାଧିକ ସାହାସିକତା ଓ ସେନା ସମ୍ମାନରେ ସମ୍ମାନିତ ମଧ୍ୟ ହୋଇଛନ୍ତି । ତାଙ୍କୁ ଭାରତ ସରକାର ‘ଅତିବିଶିଷ୍ଟ ସେବା ମେଡାଲ’ ଓ ‘ପରମ ବିଶିଷ୍ଟ ସେବା ମେଡାଲ’ ମଧ୍ୟ ପ୍ରଦାନ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details