ଓଡିଶା

odisha

ETV Bharat / bharat

ଦେଶରେ ତୃତୀୟ ଥର NDA ସରକାର, ମୋଦିଙ୍କୁ ଶୁଭେଚ୍ଛା ଜଣାଇଲେ ବିଶ୍ବନେତା - World Leaders Congratulate Modi - WORLD LEADERS CONGRATULATE MODI

World Leaders Congratulate Modi: ୨୦୨୪ ନିର୍ବାଚନରେ ଏନଡିଏର ବୃହତ୍ ବିଜୟକୁ ନେଇ ଦେଶ ବିଦେଶରୁ ମୋଦିଙ୍କୁ ଛୁଟିଛି ଶୁଭେଚ୍ଛାର ସୁଅ । ଜାଣନ୍ତୁ କେଉଁ ବିଶ୍ବ ନେତା ଜଣାଇଛନ୍ତି ଶୁଭକାମନା ।

World Leaders Congratulate Modi
World Leaders Congratulate Modi (ETV Bharat)

By ETV Bharat Odisha Team

Published : Jun 5, 2024, 4:27 PM IST

ନୂଆଦିଲ୍ଲୀ: ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି ନରେନ୍ଦ୍ର ମୋଦି । ୨୦୨୪ ନିର୍ବାଚନରେ ଏନଡିଏର ବୃହତ ବିଜୟକୁ ନେଇ ମୋଦିଙ୍କୁ ଛୁଟିଛି ଶୁଭେଚ୍ଛାର ସୁଅ । ଏଥିପାଇଁ ବିଶ୍ବ ନେତାମାନେ ଜଣାଇଛନ୍ତି ଶୁଭକାମନା । ପଡୋଶୀ ଦେଶ ନେପାଳ, ମରିସସ ଓ ଭୁଟାନ ପ୍ରଧାନମନ୍ତ୍ରୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । କହିରଖୁଛୁ, ଦ ନ୍ୟାସନାଲ ଡେମୋକ୍ରାଟିକ ଆଲିଆନ୍ସ (NDA) ପୁଣି ଥରେ ଦେଶରେ ସରକାର କରିବାକୁ ଯାଉଛି । ଦେଶରେ ଲଗାତାର ତୃତୀୟ ଥର ବାଜିମାତ କରିଛି ଭାରତୀୟ ଜନତା ପାର୍ଟି ।

ମାଳଦ୍ବୀପ ରାଷ୍ଟ୍ରପତି ଡକ୍ଟର ମହମ୍ମଦ ମୁଇଜୁ ମଧ୍ୟ ନୂଆ ଦାୟିତ୍ବ ପାଇଁ ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ନିଜ( x) ହ୍ୟାଣ୍ଡେଲରେ ଲେଖିଛନ୍ତି, "ବିଜେପି ଏବଂ ୨୦୨୪ ନିର୍ବାଚନରେ ସଫଳ ହୋଇଛି । ଏହା ତାଙ୍କର ତୃତୀୟ ଥରର ଜିତ୍ । ଆପଣଙ୍କ ସହ ପୁଣି ଥରେ ମିଶି କାମ କରିବାକୁ ଆମେ ଆଗ୍ରହର ସହ ଗ୍ରହଣ କରିବୁ । ଦୁଇ ଦେଶର ସମ୍ପର୍କର ମଜବୁତ କରିବା ଦିଗରେ କାର୍ଯ୍ୟ ହେବ ।"

ସେହିପରି ଇଟାଲି ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ମଧ୍ୟ ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ତୃତୀୟ ଥର ଜିତିଥିବାରୁ ସେ ମୋଦିଙ୍କୁ ଶୁଭକାମନା ଜଣାଇବା ସହ କିପରି ଉଭୟ ଦେଶର ଉନ୍ନତି ହୋଇପାରିବ ସେନେଇ କାମ କରିବାକୁ ଆଗ୍ରହୀ ଥିବା ପ୍ରକାଶ କରିଛନ୍ତି ।

ଏହା ବି ପଢନ୍ତୁ...ତୃତୀୟ ଥର NDA ସରକାର, ସାମ୍ନାକୁ ଆସିଲା ମୋଦିଙ୍କ ଶପଥ ଗ୍ରହଣ ତାରିଖ

ସେହିପର ଭୁଟାନର ପ୍ରଧାନମନ୍ତ୍ରୀ ସେରିଙ୍ଗ ତୋବଗେ ମଧ୍ୟ ମୋଦି ତଥା NDAକୁ ଜଣାଇଛନ୍ତି ଶୁଭକାମନା । ସେ ନିଜ ( x) ହ୍ୟାଣ୍ଡେଲରେ ଲେଖିଛନ୍ତି, ମୋର ବନ୍ଧୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ NDAକୁ ଐତିହ୍ୟାସିକ ବିଜୟ ପାଇଁ ଅଜସ୍ର ଶୁଭେଚ୍ଛା । ସେ ଭାରତକୁ ଉଚ୍ଚ ସ୍ତରକୁ ନେବାରେ ସଫଳ ହୋଇଛନ୍ତି । ତାଙ୍କ ସହ ପୁଣି ମିଳିମିଶି କାମ କରିବାକୁ ମୁଁ ଉତ୍ସାହିତ । ଦୁଇ ଦେଶ ମଧ୍ୟରେ ସମ୍ପର୍କ ସୁଦୃଢ ରହୁ ।

ଏହା ବି ପଢନ୍ତୁ...ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ମୋଦି, ରାଷ୍ଟ୍ରପତିଙ୍କୁ ପ୍ରଦାନ କଲେ ଇସ୍ତଫାପତ୍ର

ସେହିପରି ପଡୋଶୀ ଦେଶ ନେପାଳ ପ୍ରଧାନମନ୍ତ୍ରୀ କମ୍ରେଡ ପ୍ରଚଣ୍ଡ ଓ ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରମାସିଂଘେ ମଧ୍ୟ ମୋଦିଙ୍କୁ ଏବଂ NDA ସରକାରଙ୍କୁ ବିଜୟ ପାଇଁ ଶୁଭକାମନା ଜଣାଇଛନ୍ତି । ଏଥିପାଇଁ ସେ ଖୁସି ବ୍ୟକ୍ତ କରିଥିବା କହିଛନ୍ତି ।

ABOUT THE AUTHOR

...view details