ଲକ୍ଷ୍ନୌ: ଗଣତନ୍ତ୍ର ମହାପର୍ବ ଆରମ୍ଭ ହୋଇସାରିଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ପାଇଁ ଜୋରସୋରରେ ଚାଲିଛି ପ୍ରଚାର । ଏହି କ୍ରମରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଜରୈଲାର ଅମରୋହା ଲୋକସଭା ସିଟ୍ ପାଇଁ ପ୍ରଚାର କରିବାକୁ ମଇଦାନକୁ ଓହ୍ଲାଇଛନ୍ତି । ବିଜେପି ପ୍ରାର୍ଥୀ କନଓ୍ବର ସିଂଙ୍କ ସମର୍ଥନରେ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି ।
ତେବେ ପ୍ରଧାନମନ୍ତ୍ରୀ କହିଛନ୍ତି, " ଆଜି ପ୍ରଥମ ପର୍ଯ୍ୟାୟ ମତଦାନ ଚାଲିଛି । ଆଜି ସବୁଠାରୁ ବଡ ଉତ୍ସବର ଦିନ । ସମ୍ବିଧାନରକ ଏହି ଅଧିକାରରୁ ଉପଯୋଗ କରିବା ପାଇଁ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି । ବିଶେଷକରି ଯେଉଁମାନେ ପ୍ରଥମ ଥର କରି ଭୋଟ ଦେଉଛନ୍ତି ମୁଁ ସେମାନଙ୍କୁ ଅନୁରୋଧ କରୁଛି ଯେ, ସୁଯୋଗକୁ ହାତଛଡା କରନ୍ତୁ ନାହିଁ । 2024 ଲୋକସଭା ନିର୍ବାଚନ ହେଉଛି ଦେଶର ଭବିଷ୍ୟତ ପାଇଁ ନିର୍ବାଚନ । ଆପଣମାନଙ୍କର ଗୋଟିଏ ଗୋଟିଏ ଭୋଟ ଭାରତର ଭାଗ୍ୟ ନିର୍ଦ୍ଧାରିତ କରିବ । ଗ୍ରାମ ଏବଂ ଗରିବଙ୍କ ପାଇଁ ଏକ ବଡ଼ ଭିଜନ ଏବଂ ଲକ୍ଷ୍ୟ ନେଇ ବିଜେପି ଆଗକୁ ବଢୁଛି । କିନ୍ତୁ ଇଣ୍ଡିଆ ମେଣ୍ଟ ଗ୍ରାମକୁ ପଛୁଆ କରିବା ପାଇଁ ଚେଷ୍ଟା କରୁଛି । "
ବିଜେପି ସରକାରକୁ ନେଇ ମୋଦି କହିଛନ୍ତି, "ଦେଶରେ ବୟନ ଶିଳ୍ପକୁ ପ୍ରୋତ୍ସାହିତ କରିବା ପାଇଁ ବିଜେପି ସରକାର ଏକ ଟେକ୍ସଟାଇଲ ପାର୍କ ନିର୍ମାଣ କରୁଛି । ଅମରୋହା ବସ୍ତ୍ର ଶିଳ୍ପ ମଧ୍ୟ ଏଥିରୁ ଉପକୃତ ହେବ । ଏଥିରେ ରୋଜଗାର ଅଧିକରୁ ଅଧିକ ହେବ । ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ଏବଂ ବିଜେପି ସରକାରଙ୍କ ମୁଦ୍ରା ଯୋଜନା ଲାଭ ଉଠାଉଛନ୍ତି । ମୋଦି ସରକାର ଗତ 10 ବର୍ଷ ମଧ୍ୟରେ ଯାହା କରିଛନ୍ତି ତାହା ଟ୍ରେଲର । ବର୍ତ୍ତମାନ ଆମକୁ ଉତ୍ତରପ୍ରଦେଶ ଏବଂ ଦେଶକୁ ଆହୁରି ଆଗକୁ ନେବାକୁ ହେବ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସର୍ବଦା ଆଖୁ ଚାଷୀଙ୍କ ପାଇଁ ଚିନ୍ତାରେ ରହିଛନ୍ତି । ଯେତେବେଳେ ସପା ସରକାର ରହିଥିଲା, ଅମରୋହାରେ ଆଖୁ ଚାଷୀଙ୍କୁ ବର୍ଷକୁ 500 କୋଟି ଟଙ୍କା ଦିଆଯାଉଥିଲା । ଯୋଗୀ ସରକାରଙ୍କ ଅଧୀନରେ ପ୍ରତିବର୍ଷ ଆଖୁ ଚାଷୀଙ୍କୁ ପ୍ରାୟ 1.5 ହଜାର କୋଟି ଟଙ୍କା ପ୍ରଦାନ କରାଯାଇଛି । "
ଏହା ମଧ୍ୟ ପଢନ୍ତୁ:ତ୍ରିପୁରାରେ ବର୍ଷିଲେ ମୋଦି, କମ୍ୟୁନିଷ୍ଟମାନେ ଉତ୍ତର-ପୂର୍ବକୁ ଶାସନ କରି ବର୍ବାଦ କରିଛନ୍ତି - LOKSABHA ELECTIONS 2024