ଦେଶରେ ଶେଷ ହୋଇଛି ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ମତଦାନ । ଭୋଟିଂ ଶେଷ ହେବ ସୁଦ୍ଧା ହାରାହାରି 58.98% ମତଦାନ ରେକର୍ଡ ହୋଇଛି । ତେବେ ଷଷ୍ଠ ପର୍ଯ୍ୟାୟରେ କେତେ ପ୍ରତିଶତ ମତଦାନ ହୋଇଛି ସେ ନେଇ ଆସନ୍ତା 24 ଘଣ୍ଟା ମଧ୍ୟରେ ଭାରତୀୟ ନିର୍ବାଚନ କମିଶନ (ECI)ଙ୍କ ପକ୍ଷରୁ ସୂଚନା ଦିଆଯିବ ।
ସରିଲା ଷଷ୍ଠ ପର୍ଯ୍ୟାୟ ମତଦାନ; ହାରାହାରି 59% ମତଦାନ ରେକର୍ଡ, ପଶ୍ଚିମବଙ୍ଗରେ ସର୍ବାଧିକ ଭୋଟିଂ - LOK SABHA ELECTION SIXTH PHASE
Published : May 25, 2024, 7:01 AM IST
|Updated : May 25, 2024, 8:08 PM IST
19:46 May 25
ସରିଲା ଷଷ୍ଠ ପର୍ଯ୍ୟାୟ ମତଦାନ; ହାରାହାରି 59% ମତଦାନ ରେକର୍ଡ
17:42 May 25
ସନ୍ଧ୍ୟା 5ଟା ସୁଦ୍ଧା କେଉଁଠି କେତେ ମତଦାନ ?
ଷଷ୍ଠ ପର୍ଯ୍ୟାୟରେ ଦେଶରେ ସନ୍ଧ୍ୟା 5ଟା ସୁଦ୍ଧା 57.70% ମତଦାନ ରେକର୍ଡ ହୋଇଛି । ଝାଡଖଣ୍ଡରେ 61.41 ପ୍ରତିଶତ ମତଦାନ ହୋଇଥିବା ବେଳେ ଦିଲ୍ଲୀରେ 53.73%, ଓଡ଼ିଶାରେ 59.60% ଓ ଉତ୍ତର ପ୍ରଦେଶରେ 52.02 ପ୍ରତିଶତ ମତଦାନ ରେକର୍ଡ ହୋଇଛି । ପଶ୍ଚିମବଙ୍ଗରେ ସର୍ବାଧିକ ମତଦାନର ରେକର୍ଡ ହୋଇଛି ।
17:06 May 25
ଭୋଟ ଦେଲେ ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ
ଦେଶରେ ଷଷ୍ଠ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଲାଗି ଜାରି ରହିଛି ମତଦାନ । ଏହି କ୍ରମରେ ଆଜି ଭୋଟ ଦେଇଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ଼ । ଭୋଟ ଦେବା ପରେ ସେ କହିଛନ୍ତି, "ମୁଁ ଭୋଟ ଦେଇ ଭାରତର ନାଗରିକ ଭାବେ ମୋର କର୍ତ୍ତବ୍ୟ ପୂରଣ କରିଛି ।"
15:55 May 25
ଅପରାହ୍ନ 3ଟା ସୁଦ୍ଧା କେଉଁଠି କେତେ ମତଦାନ ?
ଦେଶରେ ଷଷ୍ଠ ପର୍ଯ୍ୟାୟ ମତଦାନ ଜାରି ଥିବା ବେଳେ ଅପରାହ୍ନ 3ଟା ସୁଦ୍ଧା ମୋଟ 50% ମତଦାନ ରେକର୍ଡ ହୋଇଛି । ଓଡ଼ିଶାରେ 48.44% ମତଦାନ ହୋଇଥିବା ବେଳେ ପଶ୍ଚିମବଙ୍ଗରେ ସର୍ବାଧିକ 70.19% ମତଦାନ ହୋଇଛି । ସେପଟେ ଉତ୍ତର ପ୍ରଦେଶ ମତଦାନରେ ସବୁଠୁ ପଛରେ ରହିଛି । ରାଜ୍ୟରେ ସର୍ବନିମ୍ନ 43.95% ମତଦାନ ରେକର୍ଡ ହୋଇଛି ।
15:02 May 25
ଭୋଟ ଦେଲେ CDS ଜେନେରାଲ ଅନିଲ ଚୌହାନ
ଭୋଟ ଦେଲେ ପ୍ରତିରକ୍ଷା ପ୍ରମୁଖ ତଥା ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ (ସିଡିଏସ) ଜେନେରାଲ ଅନିଲ ଚୌହାନ । ଏହାସହିତ ଗଣତନ୍ତ୍ରର ମହାପର୍ବରେ ସାମିଲ ହେବାକୁ ସାରା ଦେଶବାସୀଙ୍କୁ କଲେ ଅପିଲ୍ । ସେ ପତ୍ନୀ ଅନୁପମା ଚୌହାନଙ୍କ ସହିତ ଆସି ଦିଲ୍ଲୀର ଏକ ବୁଥରେ ନିଜ ମତଦାନ ସାବ୍ୟସ୍ତ କରିଛନ୍ତି ।
13:53 May 25
ଦିନ 1ଟା ସୁଦ୍ଧା ଦେଶରେ 39.13% ଭୋଟିଂ
ନୂଆଦିଲ୍ଲୀ: ଦିନ 1ଟା ସୁଦ୍ଧା ଦେଶରେ 39.13 ପ୍ରତିଶତ ଭୋଟିଂ ହୋଇଛି । ବିହାରର ଏବଂ ହରିୟାଣାରେ 36.48, ଜମ୍ମୁକାଶ୍ମୀରରେ 35.22, ଝାଡଖଣ୍ଡରେ 42.54, ଦିଲ୍ଲୀରେ 34.37, ଓଡିଶାରେ 35.69, ଉତ୍ତରପ୍ରଦେଶରେ 37.23 ଏବଂ ପଶ୍ଚିମବଙ୍ଗରେ 54.80 ପ୍ରତିଶତ ଭୋଟିଂ ହୋଇଛି।
13:03 May 25
ଭୋଟ ଦେଲେ ମହେନ୍ଦ୍ର ସିଂହ ଧୋନୀ
ରାଞ୍ଚି: ଗଣତନ୍ତ୍ରର ମହାପର୍ବରେ ସାମିଲ ହେଲେ ଭାରତୀୟ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ । ରାଞ୍ଚିର ଏକ ମତଦାନ କେନ୍ଦ୍ରକୁ ଆସି ସେ ମତ ସାବ୍ୟସ୍ତ କରିଛନ୍ତି ।
11:41 May 25
ସକାଳ 11 ସୁଦ୍ଧା ଦେଶରେ 25.76% ଭୋଟିଂ
ନୂଆଦିଲ୍ଲୀ: ଦିନ 11ଟା ସୁଦ୍ଧା ଦେଶରେ 25.76 ପ୍ରତିଶତ ଭୋଟିଂ ହୋଇଛି । ବିହାରର 23.67, ହରିୟାଣାରେ 22.09, ଜମ୍ମୁକାଶ୍ମୀରରେ 23.11, ଝାଡଖଣ୍ଡରେ 27.80, ଦିଲ୍ଲୀରେ 21.69, ଓଡିଶାରେ 21.30, ଉତ୍ତରପ୍ରଦେଶରେ 27.06 ଏବଂ ପଶ୍ଚିମବଙ୍ଗରେ 36.88 ପ୍ରତିଶତ ଭୋଟିଂ ହୋଇଛି।
11:27 May 25
ଭୋଟ ଦେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ: ଭୋଟ ଦେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ସେ ନିଜ ପତ୍ନୀ, ପରିବାରର ସହିତ ଦିଲ୍ଲୀର ଏକ ମତଦାନ କେନ୍ଦ୍ରରେ ପହଞ୍ଚି ମତ ସାବ୍ୟସ୍ତ କରିଛନ୍ତି । କଂଗ୍ରେସକୁ ଭୋଟ ଦେଲେ କେଜ୍ରିଓ୍ବାଲ । ଏଠାରେ ସରକାର ମେଣ୍ଟ ହୋଇଥିବା ବେଳେ କେଜ୍ରିଓ୍ବାଲଙ୍କ ମତଦାନ କ୍ଷେତ୍ରରେ କଂଗ୍ରେସ ପ୍ରାର୍ଥୀ ରହିଥିବା ବେଳେ ରାହୁଲଙ୍କ କ୍ଷେତ୍ରରେ ଆପ୍ ପ୍ରାର୍ଥୀ ଦେଇଛି ।
10:26 May 25
ଭୋଟ ଦେଲେ ପ୍ରିୟଙ୍କା ଗାନ୍ଧୀ
ହାଇଦ୍ରାବାଦ:ମତ ସାବ୍ୟସ୍ତ କଲେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ନୂଆଦିଲ୍ଲୀର ଏକ ମତଦାନ କେନ୍ଦ୍ରକୁ ଆସି ଭୋଟ ଦେଇଛନ୍ତି । ସେ କହିଛନ୍ତି, "ଆମେ ସମ୍ବିଧାନ ତଥା ଗଣତନ୍ତ୍ର ପାଇଁ ଭୋଟ ଦେଉଛୁ । "
09:53 May 25
ସକାଳ 9ଟା ସୁଦ୍ଧା ଦେଶରେ 10.82% ଭୋଟିଂ
ନୂଆଦିଲ୍ଲୀ: ସକାଳ 9ଟା ସୁଦ୍ଧା ଦେଶରେ 10.82 ପ୍ରତିଶତ ଭୋଟିଂ ହୋଇଛି । ବିହାରର 9.66, ହରିୟାଣାରେ 8.31, ଜମ୍ମୁକାଶ୍ମୀରରେ 8.89, ଝାଡଖଣ୍ଡରେ 11.74, ଦିଲ୍ଲୀରେ 8.94, ଓଡିଶାରେ 7.43, ଉତ୍ତରପ୍ରଦେଶରେ 12.33 ଏବଂ ପଶ୍ଚିମବଙ୍ଗରେ 16.54 ପ୍ରତିଶତ ଭୋଟିଂ ହୋଇଛି।
09:50 May 25
ଭୋଟ ଦେଲେ ସୋନିଆ-ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ:ମତ ସାବ୍ୟସ୍ତ କଲେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ । ଭୋଟ ଦେବା ପରେ ରାହୁଲ ସୋନିଆଙ୍କ ସହିତ ସେଲ୍ଫି ନେଇଥିବା ନଜର ଆସିଛନ୍ତି । ତେବେ ରାହୁଲ ଗାନ୍ଧୀ ଆପ୍ ପ୍ରାର୍ଥୀଙ୍କୁ ଭୋଟ ଦେଇଛନ୍ତି ।
09:25 May 25
ଭୋଟ ଦେଲେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ
ନୂଆଦିଲ୍ଲୀ:ସକାଳ 7ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଭୋଟ ଦେଇଛନ୍ତି । ନିଜ ସ୍ତ୍ରୀ ସହିତ ଦିଲ୍ଲୀର ଏକ ବୁଥକୁ ଆସି ନିଜର ମତ ସାବ୍ୟସ୍ତ କରିଛନ୍ତି ।
09:07 May 25
ମତ ସାବ୍ୟସ୍ତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ନୂଆଦିଲ୍ଲୀ: ଦେଶରେ ଷଷ୍ଠ ପର୍ଯ୍ୟାୟ ମତଦାନ ଜାରି ରହିଥିବା ବେଳେ ମତ ସାବ୍ୟସ୍ତ କଲେ ଦେଶର ପ୍ରଥମ ନାଗରିକ ତଥା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ନୂଆଦିଲ୍ଲୀ ସଂସଦୀୟ କ୍ଷେତ୍ରରୁ ମତାଧିକାର ସାବ୍ୟସ୍ତ କରିଛନ୍ତି । ରାଷ୍ଟ୍ରପତି ଭବନ ପରିସରରେ ଥିବା ଡ. ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ ବିଦ୍ୟାଳୟ ମତଦାନ କେନ୍ଦ୍ରରେ ଭୋଟ ଦେଇଛନ୍ତି ।
08:47 May 25
ଭୋଟ ଦେଲେ ଦିଲ୍ଲୀ ମନ୍ତ୍ରୀ ଆତିଶୀ
ନୂଆଦିଲ୍ଲୀ:ଦିଲ୍ଲୀ ମନ୍ତ୍ରୀ ତଥା ଆପ ନେତ୍ରୀ ଆତିଶୀ ଦିଲ୍ଲୀର ଏକ ବୁଥକୁ ଆସି ନିଜର ମତଦାନ ସାବ୍ୟସ୍ତ କରିଛନ୍ତି । ଭୋଟ ଦେବା ପରେ ସମସ୍ତଙ୍କୁ ମତଦାନ କରିବା ପାଇଁ ଅପିଲ କରିଛନ୍ତି ।
07:59 May 25
ମତ ସାବ୍ୟସ୍ତ କଲେ ଗୌତମ ଗମ୍ଭୀର
ନୂଆଦିଲ୍ଲୀ: ଷଷ୍ଠ ପର୍ଯ୍ୟାୟ ମତଦାନ ଜାରି ରହିଥିବା ବେଳେ ଭୋଟ ଦେଇଛନ୍ତି ବିଜେପି ସାଂସଦ ତଥା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର । ସେ କହିଛନ୍ତି, "ସମସ୍ତଙ୍କୁ ଭୋଟ ଦେବା ପାଇଁ ମୁଁ ଅପିଲ କରୁଛି । ଏହା ଆମର ଶକ୍ତି, ଏହା ଆମର ଗଣତନ୍ତ୍ର । ଗତ 10 ବର୍ଷ ମଧ୍ଯରେ ସରକାର ବିକାଶ ପାଇଁ କାର୍ଯ୍ୟ କରିଛନ୍ତି । "
07:57 May 25
ଭୋଟ ଦେଲେ ବିଜେପି ପ୍ରାର୍ଥୀ ବିଜେପି ପ୍ରାର୍ଥୀ ବାଂଶୁରୀ ସ୍ୱରାଜ
ନୂଆଦିଲ୍ଲୀ:ଲୋକସଭା ବିଜେପି ପ୍ରାର୍ଥୀ ବାଂଶୁରୀ ସ୍ୱରାଜ ସକାଳୁ ମତଦାନ କେନ୍ଦ୍ରକୁ ଆସି ନିଜର ମତ ସାବ୍ୟସ୍ତ କରିଛନ୍ତି । ଭୋଟ ଦେଇ ସେ ବେଶ୍ ଖୁସିଥିବା ନଜର ଆସିଛନ୍ତି । ବିକଶିତ ଭାରତ ପାଇଁ ସମସ୍ତଙ୍କୁ ଭୋଟ ଦେବା ପାଇଁ ଅପିଲ କରିଛନ୍ତି ବାଂଶୁରୀ ।
07:39 May 25
ଭୋଟ ଦେଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର
ନୂଆଦିଲ୍ଲୀ: ଦିଲ୍ଲୀରେ ମତ ସାବ୍ୟସ୍ତ କଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର । ଭୋଟ ଦେବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, "ମୁଁ ବର୍ତ୍ତମାନ ଭୋଟ ଦେଇ ସାରିଛି । ଏହି ବୁଥର ମୁଁ ପ୍ରଥମ ପୁରୁଷ ଭୋଟର ଥିଲି । ବର୍ତ୍ତମାନ ଦେଶ ପାଇଁ ଏକ ନିର୍ଣ୍ଣାୟକ ମୁହୁର୍ତ୍ତ । ମୁଁ ଚାହେଁ ଲୋକ ଆସି ଭୋଟ ଦିଅନ୍ତୁ ।"
07:22 May 25
ଭୋଟ ଦେଲେ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ
ନୂଆଦିଲ୍ଲୀ:ଷଷ୍ଠ ପର୍ଯ୍ୟାୟରେ ଦିଲ୍ଲୀର ମଧ୍ୟ 7 ଆସନରେ ଭୋଟିଂ ଆରମ୍ଭ ହୋଇଛି । ତେବେ ସକାଳୁ ମତଦାନ କେନ୍ଦ୍ରକୁ ଆସି ଭୋଟ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ । ପତ୍ନୀ ଲକ୍ଷ୍ମୀ ପୁରୀଙ୍କ ସହିତ ଆସି ମତ ସାବ୍ୟସ୍ତ କରିଛନ୍ତି ।
07:19 May 25
ମତ ସାବ୍ୟସ୍ତ କରିବା ପାଇଁ ଅପିଲ କଲେ ପ୍ରଧାନମନ୍ତ୍ରୀ
ହାଇଦ୍ରାବାଦ: ସକାଳ 7ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ଅଧିକ ମାତ୍ରାରେ ଭୋଟ ଦେବା ପାଇଁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ଟ୍ବିଟ କରି କହିଛନ୍ତି, "୨୦୨୪ ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟରେ ସମସ୍ତ ଭୋଟରଙ୍କୁ ଅଧିକ ସଂଖ୍ୟାରେ ଭୋଟ୍ ଦେବା ପାଇଁ ମୁଁ ଅନୁରୋଧ କରୁଛି। ପ୍ରତ୍ୟେକ ଭୋଟ୍ ଗୁରୁତ୍ୱପୂର୍ଣ୍ଣ, ଆପଣଙ୍କ ଭୋଟ୍ ମଧ୍ୟ ! ଗଣତନ୍ତ୍ର ସେତେବେଳେ ସୁଦୃଢ଼ ହୁଏ ଯେତେବେଳେ ଲୋକମାନେ ନିର୍ବାଚନ ପ୍ରକ୍ରିୟାରେ ସକ୍ରିୟ ଭାବରେ ସାମିଲ ହୁଅନ୍ତି । ମୁଁ ବିଶେଷ କରି ମହିଳା ଓ ଯୁବ ଭୋଟରଙ୍କୁ ଅଧିକ ସଂଖ୍ୟାରେ ଭୋଟ୍ ଦେବାକୁ ଅନୁରୋଧ କରୁଛି।"
07:09 May 25
ଭୋଟ ଦେଲେ ମନୋହର ଲାଲ ଖଟ୍ଟର
ଚଣ୍ଡିଗଡ:ହରିୟାଣାର ଆଜି 10 ଆସନରେ ଭୋଟିଂ ଆରମ୍ଭ ହୋଇଛି । ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କର୍ଣ୍ଣଲ ଲୋକସଭା ଆସନର ବିଜେପି ପ୍ରାର୍ଥୀ ମନୋହର ଲାଲ ଖଟ୍ଟର ମତଦାନ କେନ୍ଦ୍ରକୁ ଆସି ଭୋଟ ଦେଇଛନ୍ତି । ପ୍ରକାଶଥାଉକି, ତାଙ୍କ ବିପକ୍ଷରେ ମଇଦାନକୁ ଓହ୍ଲାଇଛନ୍ତି କଂଗ୍ରେସ ପ୍ରାର୍ଥୀ ଦିବ୍ୟାଶୁଂ ବୁଦ୍ଧିରାଜ ।
06:10 May 25
ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ମତଦାନ
ହାଇଦ୍ରାବାଦ: 2024 ଲୋକସଭା ନିର୍ବାଚନର 5ଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ ଆଜି ଷଷ୍ଠ ପର୍ଯ୍ୟାୟ ପାଇଁ ଆରମ୍ଭ ହୋଇଛି ଭୋଟିଂ । ଆଜିର ଏହି ପର୍ଯ୍ୟାୟରେ 6ଟି ରାଜ୍ୟ ଏବଂ 2ଟି କେନ୍ଦ୍ରଶାସିତ ଅଞ୍ଚଳର ମୋଟ 58ଟି ସଂସଦୀୟ କ୍ଷେତ୍ରରେ ମତଦାନ ଆରମ୍ଭ ହୋଇଛି । 7ଟାରୁ ଭୋଟ୍ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଚାଲିବ । ଷଷ୍ଠ ପର୍ଯ୍ୟାୟରେ ବିହାରର8, ହରିୟାଣାର 10, ଜମ୍ମୁ କାଶ୍ମୀରର 1, ଝାଡଖଣ୍ଡର 4, ଦିଲ୍ଲୀର 7, ଓଡିଶାର 6, ଉତ୍ତରପ୍ରଦେଶର 14 ଏବଂ ପଶ୍ଚିମବଙ୍ଗର 8 ଆସନରେ ଭୋଟ ଦେଉଛନ୍ତି ଜନତା । ଷଷ୍ଠ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ମୈଦାନରେ ଅଛନ୍ତି ମୋଟ 889 ପ୍ରାର୍ଥୀ । ସେଥି ମଧ୍ୟରୁ 791 ଜଣ ପୁରୁଷ ଓ 95 ଜଣ ମହିଳା ଓ ତୃତୀୟ ଲିଙ୍ଗୀ 3 ଜଣ ପ୍ରାର୍ଥୀ ଅଛନ୍ତି । ନିଜ ପସନ୍ଦର ନେତା ବାଛୁଛନ୍ତି ଭୋଟର ।