ହାଇଦ୍ରାବାଦ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାହୁଲ ଗାନ୍ଧୀଙ୍କ ଉପରେ କରିଛନ୍ତି ପାଲଟା ଆକ୍ରମଣ । ପୂର୍ବରୁ ରାହୁଲ ଗାନ୍ଧୀ ଅନେକ ଥର ଅମ୍ବାନି-ଆଦାନୀ ପ୍ରସଙ୍ଗରେ କେନ୍ଦ୍ରର ମୋଦି ସରକାରଙ୍କୁ ଟାର୍ଗେଟ୍ କରିଆସୁଥିଲେ । ହେଲେ ଆଜି ବିପରୀତ ଦୃଶ୍ୟ ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, "ଅମ୍ବାନି-ଆଦାନୀଙ୍କ ଠାରୁ କେତେ ମାଲ୍ ନେଇଛନ୍ତି ଯେ, ତାଙ୍କ ବିଷୟରେ କହିବା ବନ୍ଦ କରିଦେଇଛନ୍ତି ?"
ସୂଚନା ଅନୁସାରେ, ତେଲେଙ୍ଗାନାରେ ଅନୁଷ୍ଠିତ ରାଲିରେ ଏପରି କହି ରାହୁଲ ଗାନ୍ଧୀଙ୍କୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି ରାହୁଲ । ମୋଦି କହିଛନ୍ତି, "କଂଗ୍ରେସର ଶେହଜାଦା ଗତ ୫ ବର୍ଷ ହେଲାଣି ସକାଳୁ ଉଠିବା ମାତ୍ରେ ମାଳା ଜପିବା ଆରମ୍ଭ କରି ଦେଉଛନ୍ତି । ରାଫେଲ ମାମଲା ଯେତେବେଳେ ଗ୍ରାଉଣ୍ଡେଡ୍ ହୋଇଗଲା ସେତେବେଳେ ଏମାନେ ଗୋଟିଏ ମାଳା ଜପିବା ଆରମ୍ଭ କରିଦେଲେ । ୫ ଉଦ୍ୟୋଗପତି ମାଳା ଜପିଲେ । ପରେ ଧୀରେ ଧୀରେ ଅମ୍ବାନି, ଆଦାନୀ ମାଳା ଜପିଲେ । ହେଲେ ଏବେ ଅମ୍ମାନି, ଆଦାନୀଙ୍କୁ ଗାଳି ଦେବା ବନ୍ଦ କରିଦେଇଛନ୍ତି । ମୁଁ ଏହି ତେଲେଙ୍ଗାନା ମାଟିରୁ ପ୍ରଶ୍ନ କରୁଛି, ଶେହଜାଦା ଉତ୍ତର ଦିଅନ୍ତୁ ଯେ ଏହି ନିର୍ବାଚନରେ ସେମାନେ ଅମ୍ବାନି-ଆଦାନୀଙ୍କ ଠାରୁ କେତେ ମାଲ୍ ଉଠାଇଛନ୍ତି ? କେତେ କଳା ଧନ ରଖିଲେଣି ? ଟେମ୍ପୋରେ ଭରପୁର ନୋଟ୍ କଂଗ୍ରେସ ପାଖରେ ପହଞ୍ଚିଛି କି ? କେଉଁ ଡିଲ୍ ହୋଇଛି ? ଦାଲ୍ ମେ କୁଛ୍ କାଲା ହୈ ।"