ଓଡିଶା

odisha

By ETV Bharat Odisha Team

Published : May 18, 2024, 9:22 PM IST

ETV Bharat / bharat

ଲୋକସଭା ନିର୍ବାଚନ 2024: 5ମ ପର୍ଯ୍ୟାୟ ମତଦାନ ପାଇଁ ପ୍ରଚାର ଶେଷ, ଦିନକ ପରେ ପଡିବ ଭୋଟ୍‌ - Phase 5 campaigning ends

Lok Sabha Election Phase 5 Voting: ଦେଶରେ ଦିନକ ପରେ 2024 ଲୋକସଭା ନିର୍ବାଚନର 5ମ ପର୍ଯ୍ୟାୟ ମତଦାନ । 48 ଘଣ୍ଟା ପୂର୍ବରୁ ଆଜି ସନ୍ଧ୍ୟା ସୁଦ୍ଧା ସରିଲା ପ୍ରଚାର । ସୋମବାର 49ଟି ଆସନରେ ପଡ଼ିବ ଭୋଟ । ଅଧିକ ପଢନ୍ତୁ

Lok Sabha Election Phase 5 Voting
Lok Sabha Election Phase 5 Voting (ETV Bharat Odisha)

ହାଇଦ୍ରାବାଦ:ସ୍ତବ୍ଦ ପ୍ରଚାର ମୈଦାନ । ଶେଷ ହୋଇଛି ପ୍ରଚାର । ଆଉ ଦିନକ ପରେ ମତଦାନ ସାବ୍ୟସ୍ତ କରି ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମତଦାତା । 2024 ଲୋକସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ମତଦାନ ଲାଗି ଆଜି ସନ୍ଧ୍ୟା ସୁଦ୍ଧା ସରିଛି ପ୍ରଚାର । ଏହି ପର୍ଯ୍ୟାୟରେ 6ଟି ରାଜ୍ୟ ଓ 2ଟି କେନ୍ଦ୍ର ଶାସିତ ଅଞ୍ଚଳର ମୋଟ 49ଟି ଆସନରେ ପଡ଼ିବ ଭୋଟ । ମୈଦାନରେ ଥିବା 695 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମତଦାତା । ପଞ୍ଚମ ପର୍ଯ୍ୟାୟରେ ଅନେକ ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ରହିଛନ୍ତି ରାୟବରେଲିରୁ ରାହୁଲ ଗାନ୍ଧୀ ଓ ଆମେଠିରୁ ବିଜେପି ପ୍ରାର୍ଥିନୀ ସ୍ମୃତି ଇରାନୀ ।

ଲୋକସଭା ନିର୍ବାଚନ 2024 (ETV Bharat)
ପଞ୍ଚମ ପର୍ଯ୍ୟାୟ ମତଦାନକୁ ଯାଉଥିବା ନିର୍ବାଚନ ମଣ୍ଡଳୀ
ରାଜ୍ୟ/କେନ୍ଦ୍ର ଶାସିତ ଅଞ୍ଚଳ ନିର୍ବାଚନ ମଣ୍ଡଳୀ
ମହାରାଷ୍ଟ୍ର ମୁମ୍ବାଇ ଉତ୍ତର, ମୁମ୍ବାଇ ଉତ୍ତର-ପଶ୍ଚିମ, ମୁମ୍ବାଇ ଉତ୍ତର-ପୂର୍ବ, ମୁମ୍ବାଇ ଉତ୍ତର-କେନ୍ଦ୍ର, ମୁମ୍ବାଇ ଦକ୍ଷିଣ-କେନ୍ଦ୍ର, ମୁମ୍ବାଇ ଦକ୍ଷିଣ, ଥାନେ, କଲ୍ୟାଣ, ପାଲଘଡ଼, ଧୁଲେ, ଦିଣ୍ଡୋରୀ, ନାଶିକ, ଭିୱାଣ୍ଡି
ଉତ୍ତର ପ୍ରଦେଶ ଲକ୍ଷ୍ନୌ, ଆମେଠି, ରାୟବରେଲି, ମୋହନଲାଲଗଞ୍ଜ, ଜଲୌନ, ଝାନ୍ସି, ହମିରପୁର, ବାନ୍ଦା, କୌଶମ୍ବି, ଫତେହପୁର, ଗୋଣ୍ଡା, ବାରବାଙ୍କୀ, ଫୈଜାବାଦ, କୈସରଗଞ୍ଜ
ପଶ୍ଚିମବଙ୍ଗ ହାୱଡା, ହୁଗୁଳି, ଆରମବାଘ, ବଗାଓଁ, ବାରାକପୁର, ଶ୍ରେରାମପୁର, ଉଲୁବେରିଆ
ବିହାର ମୁଜ୍ଜଫରନଗର, ମଧୁବାଣୀ, ହାଜିପୁର, ସିତାମରାହି, ସରନ
ଝାଡ଼ଖଣ୍ଡ ଛତ୍ରା, କୋଡାର୍ମା, ହାଜିରବାଗ
ଓଡ଼ିଶା ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ, ଆସିକା
ଜମ୍ମୁକାଶ୍ମୀର ବାରମୁଲ୍ଲା
ଲଦାଖ ଲଦାଖ

ଚର୍ଚ୍ଚିତ ଚେହେରା:- ପଞ୍ଚମ ପର୍ଯ୍ୟାୟ ମତଦାନରେ ପ୍ରମୁଖ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ରହିଛନ୍ତି ଉତ୍ତର ପ୍ରଦେଶ ରାୟବରେଲି ଆସନରୁ କଂଗ୍ରେସ ପ୍ରାର୍ଥୀ ରାହୁଲ ଗାନ୍ଧୀ, ଆମେଠିରୁ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ, ଲକ୍ଷ୍ନୌରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, କୈସରଗଞ୍ଜରୁ ବ୍ରିଜ ଭୂଷଣ ସଂଙ୍କ ପୁଅ କରନ ଭୂଷଣ ସିଂ, ବିହାର ସରନରୁ ଆରଜେଡି ନେତ୍ରୀ ତଥା ଲାଲୁ ପ୍ରସାଦ ଯାଦବଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ, ହାଜିପୁରରୁ ଚିରାଗ ପାସୱାନ, ମହାରାଷ୍ଟ୍ର ମୁମ୍ବାଇ ନର୍ଥରୁ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ, ଜମ୍ମୁକାଶ୍ମୀର ବରମୁଲ୍ଲାରୁ ଏନସି (ନ୍ୟାସନାଲ କନଫରେନ୍ସ) ନେତା ତଥା ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ।

ପ୍ରମୁଖ ପ୍ରାର୍ଥୀ (ETV Bharat)

ସୂଚନା ଥାଉ କି 2024 ଲୋକସଭା ନିର୍ବାଚନ 7ଟି ପର୍ଯ୍ୟାୟରେ ହେଉଛି । ଏପ୍ରିଲ 19, ଏପ୍ରିଲ 26, ମେ 7, ମେ 13ରେ 4ଟି ପର୍ଯ୍ୟାୟ ଶେଷ ହୋଇଥିବା ବେଳେ ଆସନ୍ତା ମେ 20 ତାରିଖରେ ପଞ୍ଚମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ । ଏହାପରେ ଷଷ୍ଠ ଓ ସପ୍ତମ ପର୍ଯ୍ୟାୟ ମତଦାନ ଯଥାକ୍ରମେ ମେ 25 ଓ ଜୁନ 1ରେ ଶେଷ ହେବ । ଏହାପରେ ଜୁନ 4ତାରିଖରେ ଭୋଟ ଗଣତି ରହିଛି । ଗତ 4ଟି ପର୍ଯ୍ୟାୟରେ ହାରାହାରି ମତଦାନ 60ରୁ 69% ମଧ୍ୟରେ ରହିଛି । ମେ 7 ଚତୁର୍ଥ ପର୍ଯ୍ୟାୟ ମତଦାନରେ 96ଟି ଲୋକସଭା ଆସନ ଲାଗି ପଡ଼ିଥିଲା ଭୋଟ ।

ପଢନ୍ତୁ ନିର୍ବାଚନ ସମ୍ବନ୍ଧୀୟ ଅନ୍ୟ କିଛି ଖବର:

ଲୋକସଭା ଲଢ଼େଇ: ଦ୍ବିତୀୟ ପର୍ଯ୍ୟାୟରେ ମୈଦାନରେ ଦିଗ୍ଗଜ ପ୍ରାର୍ଥୀ , 5 ଆସନରୁ କେଉଁ ଦଳକୁ କେତେ ?

ରାଜ୍ୟରେ ଦିନକ ପରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ, ଆଜି ସରିଲା ପ୍ରଚାର

ଓଡିଶା ନିର୍ବାଚନ 2024: ତୃତୀୟ ପର୍ଯ୍ୟାୟରେ କେତେ କୋଟିପତି ପ୍ରାର୍ଥୀ ? ସ୍କୁଲ ହତା ମାଡ଼ି ନାହାନ୍ତି 2 ପ୍ରାର୍ଥୀ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details