ଓଡିଶା

odisha

ETV Bharat / bharat

ତେଲେଙ୍ଗାନାରେ BRS-BSP ମେଣ୍ଟ: କାର୍ 15 ଏବଂ ହାତୀକୁ 2 ସିଟ୍ - BRS BSP Alliance in Telangana

BRS-BSP Alliance in Telangana: ଏଥର ତେଲେଙ୍ଗାନାରେ ବିଆରଏସ ଓ ବିଏସପି ମେଣ୍ଟ ହୋଇ ଲଢ଼ିବେ ଲୋକସଭା ନିର୍ବାଚନ । ଏଥିପାଇଁ ଚୂଡ଼ାନ୍ତ ହୋଇଛି ସିଟ୍ ସେୟାରିଂ । କାରକୁ 15 ଏବଂ ହାତୀକୁ 2 ସିଟ୍ । ଅଧିକ ପଢନ୍ତୁ

BRS BSP Alliance
BRS BSP Alliance

By ETV Bharat Odisha Team

Published : Mar 15, 2024, 4:03 PM IST

Updated : Mar 15, 2024, 4:56 PM IST

ହାଇଦ୍ରାବାଦ:ଆଉ ମାତ୍ର କିଛି ଦିନ ପରେ ଲୋକସଭା ନିର୍ବାଚନ । ଏହାକୁ ନେଇ ସବୁଠି ପ୍ରସ୍ତୁତି ଜୋର ଧରିଛି । ପ୍ରତିଦିନ ବଦଳୁଥିବା ରାଜନୀତିର ରଙ୍ଗ ଭିତରେ ଆଉ ଏକ ନୂଆ ଖବର ସାମନାକୁ ଆସିଛି । ଏଥର ତେଲେଙ୍ଗାନାରେ ବିଆରଏସ ଓ ବିଏସପି ମେଣ୍ଟ ହୋଇ ଲଢିବେ ନିର୍ବାଚନ । ଗତ ୫ ତାରିଖରେ ମେଣ୍ଟ ଘୋଷଣା ସରିଥିବାବେଳେ ଏବେ ହୋଇଛି ସିଟ୍ ସେୟାରିଂ । ତେବେ ଭାରତ ରାଷ୍ଟ୍ର ସମିତି(BRS) 2ଟି ସାଂସଦ ସିଟ୍ ବହୁଜନ ସମାଜ ପାର୍ଟି (BSP)କୁ ଆବଣ୍ଟନ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡିଛି । ହାଇଦ୍ରାବାଦ ଏବଂ ନାଗରକୁର୍ଣ୍ଣୁଲ ସଂସଦୀୟ କ୍ଷେତ୍ର ସମ୍ଭାଳିବ BSP ।

BSP ର ପ୍ରଦେଶ ଅଧ୍ୟକ୍ଷ ଆର ଏସ ପ୍ରବୀଣ କୁମାର ଲଢିବେ ନିର୍ବାଚନ । ସେ ନାଗରକୁର୍ଣ୍ଣୁଲରୁ ପ୍ରାର୍ଥୀ ହେବେ ବୋଲି ଜଣାପଡ଼ିଛି । ଅପରପକ୍ଷେ, BRS ୧୫ଟି ସିଟ୍ ପାଇଁ ନିର୍ବାଚନ ମୈଦାନକୁ ଓହ୍ଲାଇବ । ଏନେଇ ଆଜି BRS ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି । ସୂଚନା ଅନୁସାରେ, ତେଲେଙ୍ଗାନାରେ BRS ଏବଂ BSP ମେଣ୍ଟ ନେଇ ଗତ ୫ ତାରିଖରେ ଘୋଷଣା କରାଯାଇଥିଲା । ୱାରଙ୍ଗଲ ଆସନରୁ ଲଢିବେ କାଦିୟମ କାବ୍ୟ, ଚେୱେଲ୍ଲାରୁ କାସନୀ ଜ୍ଞାନେଶ୍ବର, ଜହରିବାଦରୁ ଗଲି ଅନିଲକୁମାର ଏଭଂ ନିଜାମାବାଦରୁ ବାଜିରେଡ୍ଡୀ ଗୋବର୍ଦ୍ଧନ ପ୍ରାର୍ଥୀ ହେବେ ବୋଲି ଜଣାପଡ଼ିଛି ।

ମାଲୋତୁ କବିତା ମେହବୁବାବଦରୁ ପ୍ରାର୍ଥୀ ହେବେ । ମେହବୁବନଗରରୁ ମନ୍ନେ ଶ୍ରୀନିବାସ ରେଡ୍ଡୀ ନିର୍ବାଚନ ଲଢିବେ । ନାମା ନେଗେଶ୍ବର ରାଏ ଖମମରୁ ଏବଂ ଅତ୍ରମ ସକ୍କୁ ଆଦିଲାବାଦରୁ ସଂସଦ ପ୍ରାର୍ଥୀ ହେବେ । ସେହିପରି ରାଗିଡି ଲକ୍ଷ୍ମା ରେଡ୍ଡୀ ମଲକାଜଗିରିିରୁ ପ୍ରାର୍ଥୀ ହେବେ ବୋଲି ସ୍ଥିର ହୋଇଛି । କରିମନଗରରୁ ବିନୋଦକୁମାର, ପେଦାପଲ୍ଲୀରୁ କୋପୁଲ୍ଲା ଇଶ୍ବର ପ୍ରାର୍ଥୀ ହେବେ । ସବୁଠୁ ବଡ଼ କଥା ହେଉଛି ଲକ୍ଷ୍ମା ରେଡ୍ଡୀଙ୍କୁ ଗତ ବିଧାନସଭା ନିର୍ବାଚନ ନିର୍ବାଚନରେ ଉପ୍ପଲରୁ କଂଗ୍ରେସର ଆଶାୟୀ ପ୍ରାର୍ଥୀ ଥିବାବେଳେ ଟିକେଟ ପାଇବାରୁ ବଞ୍ଚିତ ହୋଇଥିଲେ । ଯେଉଁଥିରେ ସେ ଅସନ୍ତୋଷ ହୋଇ ଦଳ ଛାଡି ବିଆରଏସରେ ସାମିଲ ହୋଇଥିବାବେଳେ ବର୍ତ୍ତମାନ ସାଂସଦ ପ୍ରାର୍ଥୀ ହୋଇଛନ୍ତି ।

ଏହା ବି ପଢନ୍ତୁ...ବିଧାନସଭା ନିର୍ବାଚନ ପାଇଁ ଆଉ 34 ପ୍ରାର୍ଥୀ ଦେଲା TDP, ପିଠାପୁରମରୁ ଲଢିବେ ଜନସେନା ପାର୍ଟି ମୁଖ୍ୟ ପବନ କଲ୍ୟାଣ

ଉତ୍ତରପ୍ରଦେଶରେ BSPର ଦବଦବା ଏବେବି ରହିଥିବା ବେଳେ, ଆସନ୍ତା ଲୋକସଭା ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛି ମାୟାବତୀଙ୍କ ଦଳ । ହାତୀ ଏବେ ତେଲେଙ୍ଗାନା ଉପରେ ରଖିଛି ନଜର । କେ ଚନ୍ଦ୍ର ଶେଖର ରାଓଙ୍କ ଭାରତ ରାଷ୍ଟ୍ର ସମିତି (BRS)ସହ ମେଣ୍ଟ କରିଛି ବହୁଜନ ସମାଜ ପାର୍ଟି (BSP) । ଆଉ ଚଳିତ ଲୋକସଭା ନିର୍ବାଚନ ପାଇଁ ଗତ ୫ ତାରିଖରେ ନିଜେ ଏହି ମେଣ୍ଟ ଘୋଷଣା କରିଥିଲେ କେସିଆର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 15, 2024, 4:56 PM IST

ABOUT THE AUTHOR

...view details