ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଉପରକୁ ଆକ୍ରମଣ । ପଦଯାତ୍ରା ବେଳେ ତରଳ ପଦାର୍ଥ ପକାଇଛି ଦୁର୍ବୃତ୍ତ । ଦିଲ୍ଲୀର ଗ୍ରେଟର କୈଳାଶ ଅଞ୍ଚଳରେ କେଜ୍ରିୱାଲ ପଦଯାତ୍ରା କରୁଥିବା ବେଳେ ଆକ୍ରମଣର ଶିକାର ହୋଇଛନ୍ତି । ତରଳ ପଦାର୍ଥ ଫିଙ୍ଗିଥିବା ଯୁବକକୁ ଧରି ପକାଇଥିଲେ ସୁରକ୍ଷାକର୍ମଚାରୀ । ଏହା ପ୍ରଥମ ନୁହେଁ ପୂର୍ବରୁ ବି ଆକ୍ରମଣର ଶିକାର ହୋଇଛନ୍ତି ଅରବିନ୍ଦ କେଜ୍ରିୱାଲ । ଏହାକୁ ନେଇ ବିଜେପିକୁ ଦୋଷ ଦେଇଛି ଆପ ।
ପଦଯାତ୍ରା ବେଳେ ଆକ୍ରମଣ:
ଆଗକୁ ଦିଲ୍ଲୀରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହାକୁ ଦୃଷ୍ଟିରେ ରଖି ଆମ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଗ୍ରେଟର କୈଳାଶ ଅଞ୍ଚଳରେ ପଦଯାତ୍ରା କରୁଥିଲେ । ପଦଯାତ୍ରା ବେଳେ ଭିଡ଼ରୁ ଜଣେ ବ୍ୟକ୍ତି ତାଙ୍କ ଉପରେ ତରଳ ପଦାର୍ଥ ଫୋପାଡି ଥିଲା । ଏହାପରେ ସଙ୍ଗେ ସଙ୍ଗେ ସୁରକ୍ଷାକର୍ମୀ ଉକ୍ତ ବ୍ୟକ୍ତିକୁ ଧରି ପକାଇଥିଲେ । ନିସ୍ତୁକ ମାଡ ମଧ୍ୟ ମାରିଥିଲେ ।
କେଜ୍ରିୱାଲଙ୍କ ଆକ୍ରମଣକୁ ନେଇ କଣ କହିଲେ ମୁଖ୍ୟମନ୍ତ୍ରୀ ଆତିଶୀ ?
କେଜ୍ରିୱାଲଙ୍କ ଉପରକୁ ଆକ୍ରମଣ ନେଇ ବିଜେପିକୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ଆତିଶୀ । ଆତିଶୀ କହିଛନ୍ତି, ‘ ବିଜେପିର କାର୍ଯ୍ୟକର୍ତ୍ତା ହିଁ କେଜ୍ରିୱାଲଙ୍କ ଉପରେ ଆକ୍ରମଣ କରିଛନ୍ତି । ଦିଲ୍ଲୀ ନିର୍ବାଚନରେ ତୃତୀୟ ଥର ପାଇଁ ବିଜେପି ହାରିବାକୁ ଯାଉଥିବାରୁ ବିଜେପି ବିଚଳିତ ଥିବା ଦେଖିବାକୁ ମିଳିଛି । ଦିଲ୍ଲୀର ଜନତା ବିଜେପି କାର୍ଯ୍ୟକର୍ତ୍ତାଙ୍କ ଏପରି କାର୍ଯ୍ୟର ପ୍ରତିଶୋଧ ନେବେ । ପୂର୍ବଥର ବିଜେପି 8ଟି ସିଟ୍ ପାଇଥିଲା ଏଥର ଜିରୋ ଆସନ ପାଇବ ।
ମନ୍ତ୍ରୀ ସୌରଭ ଭରଦ୍ବାଜ କହିଛନ୍ତି, ‘ବିଜେପି ନେତା ସବୁ ରାଜ୍ୟରେ ରାଲି କରୁଛନ୍ତି ତାଙ୍କ ଉପରେ ଆକ୍ରମଣ ହେଉନାହିଁ । କିନ୍ତୁ ଆମ ନେତା କେଜ୍ରିୱାଲଙ୍କ ଉପରେ ଲଗାତାର ଆକ୍ରମଣ ହେଉଛି । ଦିଲ୍ଲୀର ଆଇନ ଶୃଙ୍ଖଳା ପରିସ୍ଥିତି ଧ୍ବଂସ ହେଲାଣି କେନ୍ଦ୍ର ସରକାର ଓ ଗୃହମନ୍ତ୍ରୀ କିଛି କରିପାରୁନାହାନ୍ତି ।
ପୂର୍ବରୁ କେବେ ଆକ୍ରମଣର ଶିକାର ହୋଇଛନ୍ତି କେଜ୍ରିୱାଲ ?
ଅକ୍ଟୋବର 25:
ଆମ ଆଦମୀ ପାର୍ଟି ଦାବି କରିଛି କି, ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଉପରେ ରାଜଧାନୀ ଦିଲ୍ଲୀରେ ଆକ୍ରମଣ ହୋଇଥିଲା ଯେଉଁଥିରେ ବିଜେପି ଗୁଣ୍ଡାଙ୍କ ଜରିଆରେ କରିଥିଲା ବୋଲି ଆପ ଅଭିଯୋଗ କରିଥିଲା ।
5 ମେ’ 2019: