ଓଡିଶା

odisha

By ETV Bharat Odisha Team

Published : Apr 2, 2024, 11:22 AM IST

ETV Bharat / bharat

ଆଜି ଉଡ଼ିବନି ଭିସ୍ତାରାର 70 ବିମାନ ! ଉତ୍ତର ମାଗିଲା ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ - Vistara Issue

Vistara Airlines Issue: ପାଇଲଟଙ୍କ ସଂଖ୍ୟା କମ୍ ହେବା କାରଣରୁ ଦିନକୁ ଦିନ ବାତିଲ ହେଉଛି ବିସ୍ତାରା ବିମାନ । ବେସାମରିକ ମନ୍ତ୍ରାଳୟ ଏହାର କାରଣ ମାଗିଛି । ଅଧିକ ପଢନ୍ତୁ

Vistara Issue
Vistara Issue

ନୂଆଦିଲ୍ଲୀ: ଅଡୁଆରେ ଭିସ୍ତାରା ଏୟାରଲାଇନ୍ସ । ଦିନକୁ ଦିନ ବଢୁଛି ବିମାନ ବାତିଲ ସଂଖ୍ୟା । ଆଜି ମଧ୍ୟ ଭିସ୍ତାରା ଏୟାରଲାଇନ୍ସର ଅନେକ ବିମାନ ବାତିଲ ହୋଇଛି । ନୂଆଦିଲ୍ଲୀ, ବେଙ୍ଗାଲୁରୁ ଏବଂ କୋଲକାତା ଯାତାୟତ ବିମାନ ବାତିଲ ହୋଇଛି । ପାଇଲଟଙ୍କ ସଂଖ୍ୟା କମ୍ ଥିବାରୁ ଏହି ସମସ୍ୟା ଭୋଗୁଛି କମ୍ପାନୀ । ମିଡିଆ ରିପୋର୍ଟ ଅନୁସାରେ, ଆଜି ପ୍ରାୟ 70ଟି ବିମାନ ବାତିଲ ହୋଇପାରେ । ଏଭଳି ପରିସ୍ଥିତିରେ ଯାତ୍ରୀମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଭିସ୍ତାରା ଏୟାରଲାଇନ୍ସ ବୟାନ ଜାରି କରି ଜଣାଇଲା କାରଣ: କମ୍ପାନୀ 1 ଏପ୍ରିଲଠାରୁ ବର୍ତ୍ତମାନ ସୁଦ୍ଧା ଅର୍ଥାତ 2 ଦିନ ମଧ୍ୟରେ 50ରୁ ଅଧିକ ବିମାନ ବାତିଲ କରିଛି । ଏହାସହ ପ୍ରାୟ 160 ବିମାନ ଉଡାଣ ବିଳମ୍ବ ହୋଇଛି । ପ୍ରକାଶଥାଉକି ଭିସ୍ତାରା ଏୟାରଲାଇନ୍ସ ଟାଟାଗ୍ରୁପର କମ୍ପାନୀ ଅଟେ । ଏହାର ମିଶ୍ରଣ ଟାଟା ଗ୍ରୁପର ଅନ୍ୟ ଏକ ଏୟାରଲାଇନ୍ସ ଏୟାର ଇଣ୍ଡିଆ ସହିତ ପ୍ରସ୍ତାବିତ ହୋଇଛି । ତେବେ ଭିସ୍ତାରା ଏୟାରଲାଇନ୍ସ ବାତିଲ ହେବାର ଏହା ମଧ୍ୟ ଏକ କାରଣ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ତେବେ ଭିସ୍ତାରା ଏୟାରଲାଇନ୍ସ ପକ୍ଷରୁ ଏକ ବିବୃତ୍ତି ଜାରି କରି କୁହାଯାଇଛି, ଆମେ ଗତ କିଛି ଦିନ ମଧ୍ୟରେ ବହୁ ସଂଖ୍ୟକ ବିମାନକୁ ବାତିଲ କରିଛୁ ଏବଂ ଅନେକ ବିମାନ ବିଳମ୍ବରେ ଚାଲୁଛି । ଏପରି ପରିସ୍ଥିତିରେ ଆମେ ସ୍ଥିର କରିଛୁ ଯେ, ଆମର ନେଟୱାର୍କରେ କନେକ୍ଟିଭିଟି ପାଇଁ ଆମେ ଆମର ବିମାନ ସଂଖ୍ୟା ହ୍ରାସ କରିବୁ ।

ଏହା ମଧ୍ୟ ପଢନ୍ତୁ:ବିମାନରେ ବସି ହାଇଜାକ ପ୍ଲାନ ବିଷୟରେ କଥା ହେଉଥିଲେ ଯାତ୍ରୀ, ତା' ପରେ...

ଏୟାର ଇଣ୍ଡିଆ ଏବଂ ଭିସ୍ତାରା ଏୟାରଲାଇନ୍ସର ମିଶ୍ରଣରେ ଉଭୟ କମ୍ପାନୀର କର୍ମଚାରୀଙ୍କୁ ଗୋଟିଏ ବେତନ ଢାଞ୍ଚାରେ ଆଣିବା ପାଇଁ ପ୍ରସ୍ତୁତି ଚାଲିଛି । ମିଡିଆ ରିପୋର୍ଟ ଅନୁଯାୟୀ, ନୂତନ ବ୍ୟବସ୍ଥା ଅନୁଯାୟୀ ଭିସ୍ତାରା ପାଇଲଟମାନେ 40 ଘଣ୍ଟା ଉଡ଼ାଣ ପାଇଁ ଏକ ନିର୍ଦ୍ଦିଷ୍ଟ ଦରମା ପାଇବେ । ସମୟରୁ ଅଧିକ ହେଲେ ଟଙ୍କା ମଧ୍ୟ ଅଧିକ ପ୍ରଦାନ କରାଯିବ । ଭିସ୍ତାରା ପାଇଲଟମାନଙ୍କୁ ପ୍ରତି ବିମାନରେ 70 ଘଣ୍ଟା ଦରମା ପ୍ରଦାନ କରାଯାଏ । ବହୁ ସଂଖ୍ୟକ ଭିସ୍ତାରା ବିମାନ ଉଡ଼ାଣ ବାତିଲ ଏବଂ ବିଳମ୍ବକୁ ନେଇ ଲୋକମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସୋସିଆଲ ମିଡିଆରେ ଉପଭୋକ୍ତାମାନେ କମ୍ପାନୀର ସେବା ଉପରେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି ।

ତେବେ ଏନେଇ ବେସାମରିକ ମନ୍ତ୍ରାଳୟ ପକ୍ଷରୁ ଭିସ୍ତାରାକୁ ରିପୋର୍ଟ ମଗାଯାଇଛି । ବିମାନ ଉଡ଼ାଣ ବାତିଲ ଏବଂ ପ୍ରମୁଖ ବିଳମ୍ବ ସମ୍ପର୍କରେ ଭିସ୍ତାରାଠାରୁ ବିସ୍ତୃତ ରିପୋର୍ଟ ମାଗିଛି । ଗତ ସପ୍ତାହ ମଧ୍ୟରେ 100 ବିମାନର ଉଡାଣ କିମ୍ବା ବିଳମ୍ବ କାହିଁକି ହୋଇଛି ସେ ନେଇ ଉତ୍ତର ଦେବା ପାଇଁ କୁହାଯାଇଛି । ଏମଓସିଏର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, "ବିମାନ ଉଡ଼ାଣ ବା ବିଳମ୍ବ ସମ୍ପର୍କରେ ଆମେ ଭିସ୍ତାରା ଠାରୁ ବିସ୍ତୃତ ରିପୋର୍ଟ ମାଗିଛୁ । ଏହା ଦ୍ବାରା ଅନେକ ଯାତ୍ରୀ ସମସ୍ୟାର ସମ୍ମଖୀନ ହେଉଛନ୍ତି । "ବିଭିନ୍ନ କାର୍ଯ୍ୟକ୍ଷମ କାରଣରୁ ଏହା ଘଟିଥିବାରୁ ସ୍ଥିତିରେ ସୁଦ୍ଧାର ଆଣିବା ପାଇଁ ଟିମ୍ କାର୍ଯ୍ୟ କରୁଛି ବୋଲି ଏୟାରଲାଇନ୍ସ କହିଛି ।

ABOUT THE AUTHOR

...view details