ଓଡିଶା

odisha

ETV Bharat / bharat

Aparajita:ଏଣିକି ଦୁଷ୍କର୍ମକାରୀଙ୍କୁ ୧୦ ଦିନରେ ଫାଶୀଦଣ୍ଡ, ପଶ୍ଚିମବଙ୍ଗ ବିଧାନସଭାରେ ବିଲ୍ ପାସ୍ - Anti Rape Bill Passed - ANTI RAPE BILL PASSED

Anti Rape Bill Passed in West Bengal Assembly: କୋଲକାତା ଦୁଷ୍କର୍ମ ଓ ହତ୍ୟା ମାମଲା ପରେ ବଙ୍ଗ ସରକାରଙ୍କ ବଡ଼ ନିଷ୍ପତ୍ତି । ଆଜି ବିଧାନସଭାରେ ଅପରାଜିତା (Anti Rape Bill) ପାସ୍ ହୋଇଛି । ବିଜେପିର ସମର୍ଥନ ମିଳିବା ପରେ ପଶ୍ଚିମବଙ୍ଗରେ ଆସିବ ନୂଆ ଆଇନ । ଏଥର ଦୁଷ୍କର୍ମକାରୀଙ୍କୁ ମିଳିବ ମୃତ୍ୟୁଦଣ୍ଡ ।

Anti Rape Bill
Anti Rape Bill (ETV Bharat)

By ETV Bharat Odisha Team

Published : Sep 3, 2024, 7:26 AM IST

Updated : Sep 3, 2024, 2:37 PM IST

କୋଲକାତା:ଆଜି ପଶ୍ଚିମବଙ୍ଗ ବିଧାନସଭାରେ ନିଆଗଲା ବଡ଼ ନିଷ୍ପତ୍ତି । ବିଧାନସଭାରେ ପାରିତ ହେଲା ଆଣ୍ଟି-ରେପ୍ ବିଲ । କୋଲକାତା ମହିଳା ଡାକ୍ତର ଦୁଷ୍କର୍ମ ଓ ହତ୍ୟା ଘଟଣା ସାରା ଦେଶକୁ ଦୋହଲାଇ ଦେଇଥିବାବେଳେ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି । ଏଣୁ ମମତା ସରକାର ନେଇଛନ୍ତି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ୨୧ ଦିନରେ ପ୍ରାରମ୍ଭିକ ଯାଞ୍ଚ ସହ ୩୬ ଦିନରେ ମାମଲାର ଯାଞ୍ଚ ପ୍ରାବଧାନ ରହିଛି । ରିପୋର୍ଟ ଆସିଲେ ପୀଡାତାଙ୍କ ମୃତ୍ୟୁ କ୍ଷେତ୍ରରେ ୧୦ ଦିନରେ ନିଆଯିବ କାର୍ଯ୍ୟାନୁଷ୍ଠାନ । ତେବେ ଏହି Anti-Rape Bill(ଅପରାଜିତା ମହିଳା) କ'ଣ ଆସନ୍ତୁ ଜାଣିବା ।

Anti-Rape Bill କ'ଣ?

'ଅପରାଜିତା ମହିଳା' ନାମକ ଏହି Anti-Rape Bill ଯଦି ପାରିତ ହୋଇଛି । ଏହି ଆଇନ ଅନୁସାରେ ଦୁଷ୍କର୍ମକାରୀଙ୍କୁ ମିଳିବ ମୃତ୍ୟୁଦଣ୍ଡ । ଘଟଣାର ମାତ୍ର ୧୦ଦିନ ମଧ୍ୟରେ ଫାଶୀଦଣ୍ଡ ସୁନିଶ୍ଚିତ କରିବାକୁ ଦିଆଯାଇଥିଲା ପ୍ରସ୍ତାବ । ପଶ୍ଚିମବଙ୍ଗ ସରକାର ଅପରାଧିକ ଆଇନ ସଂଶୋଧନ ପାଇଁ ପ୍ରସ୍ତାବ ରଖିଥିବାବେଳେ ରାଜ୍ୟ ଆଇନ ମନ୍ତ୍ରୀ ମଳୟ ଘଟକ ବିଧାନସଭାରେ ଏହାକୁ ଉପସ୍ଥାପନ କରିଥିଲେ ।

Anti Rape Bill (X)

ଏହା ବି ପଢନ୍ତୁ...Kolkata Rape Murder: କୋଲକାତା ଦୁଷ୍କର୍ମ-ହତ୍ୟାକୁ ନେଇ ଦିଲ୍ଲୀ ଜନ୍ତ୍ରରମନ୍ତରରେ ଡାକ୍ତରଙ୍କ ଗର୍ଜନ, ମୋଦିଙ୍କୁ ଦ୍ବିତୀୟ ଚିଠି ଲେଖି ଅସନ୍ତୋଷ ଝାଡ଼ିଲେ ଦିଦି - Mamata Writes To PM Modi

ଏହା ବି ପଢନ୍ତୁ...Sandip Ghosh Arrest: ବନ୍ଧା ହେଲେ ଆରଜି କର ହସ୍ପିଟାଲ୍‌ର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷ - Sandip Ghosh Arrested

ସମର୍ଥନ କରିବ କି ବିଜେପି?

ଦୁଷ୍କର୍ମ ଭଳି ଜଘନ୍ୟ ଅପରାଧ ରୋକିବା ପାଇଁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ପଶ୍ଚିମବଙ୍ଗ ସରକାର । ଗତକାଲି (ସୋମବାର)ଠାରୁ ପଶ୍ଚିମବଙ୍ଗ ବିଧାନସଭାରେ ଦୁଇ ଦିନିଆ ସ୍ବତନ୍ତ୍ର ଅଧିବେଶନ ହୋଇଛି । ଏହି ଅଧିବେଶନ ସମୟରେ ଏକ୍ ବିଲ ଉପସ୍ଥାପନ ହେବ ବୋଲି କୁହାଯାଉଥିଲା । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ବିରୋଧୀ ବିଜେପି ମଧ୍ୟ ଏହାକୁ ସମର୍ଥନ କରିଛି । ପୂର୍ବରୁ ଆରଜି କର ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ରାଜ୍ୟବ୍ୟାପୀ ପ୍ରତିବାଦ କରିଥିଲା ବିଜେପି । ଏନେଇ ମମତା ସରକାରଙ୍କୁ ଘେରିଥିଲେ ବିରୋଧୀ । ତେବେ ଦୁଷ୍କର୍ମକାରୀଙ୍କୁ ସଜ୍ଜା ପାଇଁ ମମତା ସରକାର ଆଣିଥିବା Anti-Rape Billକୁ ବିଜେପି ମଧ୍ୟ ସମର୍ଥନ କରିଛି ।

ଏହା ବି ପଢନ୍ତୁ...କୋଲକାତା ଲଜ୍ଜା: ଅଭୟାଙ୍କୁ ନ୍ୟାୟ ଦାବିରେ ବିଜେପିର ବଙ୍ଗ ବନ୍ଦ ଡ଼ାକରା, ହେଲମେଟ୍ ପିନ୍ଧି ବସ ଚଳାଇଲେ ଡ୍ରାଇଭର - Bengal Bandh

ଦୁଷ୍କର୍ମକାରୀଙ୍କୁ ମୃତ୍ୟୁଦଣ୍ଡ!

ଗତ ବୁଧବାର ତୃଣମୂଳ କଂଗ୍ରେସ ଛାତ୍ର ପରିଷଦ ପ୍ରତିଷ୍ଠା ଦିବସ ଅବସରରେ ଦୁଷ୍କର୍ମକାରୀଙ୍କୁ ବିରୋଧରେ କଠୋର ଆଇନ ପ୍ରଣୟନ ହେବ ବୋଲି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏହି ବିଲ ପାରିତ ହେଲେ ଦୁଷ୍କର୍ମକାରୀଙ୍କୁ ଏଣିକି ତ୍ରାହି ନାହିଁ । ସେମାନଙ୍କୁ ମୃତ୍ୟୁଦଣ୍ଡ ଦିଆଯିବ ବୋଲି କହିଥିଲେ ମମତା । ଫଳରେ ରାଜ୍ୟରେ ଦୁଷ୍କର୍ମ ଭଳି ଅପରାଧ ହ୍ରାସ ପାଇବ ବୋଲି ଆଶା କରାଯାଉଛି ।

ଏହା ବି ପଢନ୍ତୁ...କୋଲକାତା ଦୁଷ୍କର୍ମ ଓ ହତ୍ୟା ମାମଲା: ପୀଡିତାଙ୍କ 4 ସହକର୍ମୀଙ୍କ ହେବ ଲାଏ-ଡିଟେକ୍ସନ ଟେଷ୍ଟ, ସାମ୍ନାକୁ ଆସିବାରେ ଲାଗିଛି ସେଦିନ ରାତିର କଥା - Kolkata Doctor rape murder case

ଏହା ବି ପଢନ୍ତୁ...କୋଲକାତା ଡାକ୍ତର ଦୁଷ୍କର୍ମ-ହତ୍ୟା ମାମଲା: ପୁଣି ଭତ୍ସନା କଲେ ସୁପ୍ରିମକୋର୍ଟ, ଆନ୍ଦୋଳନରତ ଡାକ୍ତରଙ୍କୁ କାମରେ ଯୋଗଦେବାକୁ କହିଲେ - Kolkata Doctor rape murder

Last Updated : Sep 3, 2024, 2:37 PM IST

ABOUT THE AUTHOR

...view details