ଓଡିଶା

odisha

କୋଲକାତା ଡାକ୍ତର ଦୁଷ୍କର୍ମ ହତ୍ୟା ଘଟଣା; ଡରାଇଦେବ ବ୍ୟବଚ୍ଛେଦ ରିପୋର୍ଟ - Kolkata Doctor Rape Murder Case

By ETV Bharat Odisha Team

Published : Aug 19, 2024, 9:13 PM IST

KOLKATA DOCTOR AUTOPSY REPORT: ବହୁଚର୍ଚ୍ଚିତ କୋଲାକାତା ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା । ପ୍ରକାଶ ପାଇଲା ବ୍ୟବଚ୍ଛେଦ ରିପୋର୍ଟ । ଏକାଧିକ ଜଣ ଦୁଷ୍କର୍ମ କରିଥିବା ମିଳିଲା ପ୍ରମାଣ । ଅଧିକ ପଢନ୍ତୁ

KOLKATA DOCTOR AUTOPSY REPORT
KOLKATA DOCTOR AUTOPSY REPORT (ETV Bharat Odisha)

ନୂଆଦିଲ୍ଲୀ:କୋଲକାତା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା । ଆଜି ଡାକ୍ତରଙ୍କ ବ୍ୟବଚ୍ଛେଦ ରିପୋର୍ଟ ପ୍ରକାଶ ପାଇଛି । ଯାହାକି ସାରା ଦେଶବାସୀଙ୍କୁ ଚକିତ କରିଛି । ପୀଡ଼ିତାଙ୍କ ଶରୀରରେ 14ରୁ ଅଧିକ କ୍ଷତଚିହ୍ନ ରହିଥିବା ବେଳେ ଗୁପ୍ତାଙ୍ଗ ସମେତ ଶରୀରର ଅନେକ ସ୍ଥାନରେ ଗମ୍ଭୀର ଆଘାତ ଲାଗିଛି ।

ଶରୀରରେ 14ରୁ ଅଧିକ କ୍ଷତଚିହ୍ନ:-

ବ୍ୟବଚ୍ଛେଦ ରିପୋର୍ଟ ଅନୁସାରେ, ପୀଡ଼ିତା ଦୁଷ୍କର୍ମର ଶିକାର ହୋଇଥିବା ସ୍ପଷ୍ଟ ପ୍ରମାଣ ମିଳିଛି । ତାଙ୍କ ମୁଣ୍ଡ, ମୁହଁ, ବେକ, ହାତ ଓ ଗୁପ୍ତାଙ୍ଗରେ 14ରୁ ଅଧିକ କ୍ଷତଚିହ୍ନ ରହିଛି । ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଜଣାପଡ଼ିଛି । ପୀଡ଼ିତାଙ୍କ ଗୁପ୍ତାଙ୍ଗରୁ ତରଳ ପଦାର୍ଥ ମିଳିଥିବା ବେଳେ ତାଙ୍କ ଫୁସଫୁସରୁ ରକ୍ତସ୍ରାବ ଓ ଶରୀରରେ ରକ୍ତ ଜମାଟ ବାନ୍ଧିଥିବା କୁହାଯାଇଛି । କିନ୍ତୁ ହାଡ଼ ଭାଙ୍ଗିବା ନେଇ ଉଲ୍ଲେଖ ରହିନାହିଁ । ଯାଞ୍ଚ ସମୟରେ ମିଳିଥିବା ରକ୍ତ ଓ ତରଳ ପଦାର୍ଥ ନମୁନାକୁ ଯାଞ୍ଚ ପାଇଁ ପଠାଯାଇଛି ।

ନୀଳ ରଙ୍ଗ ପଡ଼ିଯାଇଥିଲା ନଖ ତଳଭାଗ:-

ବ୍ୟବଚ୍ଛେଦ ରିପୋର୍ଟରେ ଏହା ମଧ୍ୟ ଦର୍ଶାୟାଇଛି ଯେ ତାଙ୍କ ଦୁଇ ଆଖିରେ ରକ୍ତଚିହ୍ନ ଲାଗିଥିଲା । ପୀଡ଼ିତାଙ୍କ ଆଙ୍ଗୁଠିର ଉପରି ଓ ନଖର ତଳ ଭାଗ ନୀଳ ପଡ଼ିଯାଇଥିଲା । ଯାହା ଦର୍ଶାଉଥିଲା ଯେ ସେ ଅତ୍ୟନ୍ତ ପୀଡ଼ା ଭୋଗିଥିଲେ । ଅତ୍ୟଧିକ କଷ୍ଟ ଯୋଗୁଁ ପରେ ତାଙ୍କର ମୃତ୍ୟୁ ଘଟିଥିଲା । ବ୍ୟବଚ୍ଛେଦ ରିପୋର୍ଟରେ ପୀଡ଼ିତାଙ୍କ ଅପ୍ରାକୃତିକ ମୃତ୍ୟୁ ବୋଲି ଦର୍ଶାଯାଇଛି । ତାଙ୍କୁ ଏକାଧିକ ଜଣ ଦୁଷ୍କର୍ମ କରିଥିବା ରିପୋର୍ଟରେ ଉଲ୍ଲେଖ ରହିଥିବା ନେଇ ଆରଜି କର ମେଡିକାଲ କଲେଜର ପୂର୍ବତନ ଛାତ୍ରୀ ଡକ୍ଟର ସୁବର୍ଣ୍ଣା ଗୋସ୍ବାମୀ କହିଛନ୍ତି ।

ଅଗଷ୍ଟ 9ରେ ମିଳିଥିଲା ମୃତଦେହ:-

ପୋଲିସର କହିବାନୁସାରେ, ଟ୍ରେନି ଡାକ୍ତରଙ୍କ ମୃତଦେହ ଅଗଷ୍ଟ 9 ତାରିଖରେ ହସ୍ପିଟାଲର ସେମିନାର ରୁମରୁ ଅର୍ଦ୍ଧନଗ୍ନ, କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଥିଲା । ଏହି ମାମଲାରେ ପୋଲିସ ସଞ୍ଜୟ ରାୟ ନାମକ ଅଭିଯୁକ୍ତକୁ ଗିରଫ କରିଛି । ଗତ ମଙ୍ଗଳବାର କୋଲକାତା ହାଇକୋର୍ଟ କୋଲକାତା ପୋଲିସଠାରୁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇକୁ ମାମଲାଟି ହସ୍ତାନ୍ତର କରିଥିଲେ । ଏବେ ସିବିଆଇ ଏହି ମାମଲାର ତଦନ୍ତ କରୁଛି ।

ସୁପ୍ରିମକୋର୍ଟରେ ମାମଲାର ଶୁଣାଣି:-

ଏହି ଘଟଣାକୁ ନେଇ ଦେଶବ୍ୟାପୀ ଆନ୍ଦୋଳନ ହେବା ପରେ ନିଜ ଆଡୁ ମାମଲାରେ ହସ୍ତକ୍ଷେପ କରିଥିଲେ ସୁପ୍ରିମକୋର୍ଟ । ଆସନ୍ତା ୨୦ ତାରିଖରେ CJI ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡଙ୍କ ନେତୃତ୍ବରେ ଗଠିତ ୩ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିବେ । ଜଷ୍ଟିସ ଜେବି ପାରଦିୱାଲା ଓ ଜଷ୍ଟିସ ମନୋଜ ମିଶ୍ରା ଏହି ଖଣ୍ଡପୀଠରେ ସାମିଲ ଅଛନ୍ତି ।

ଏହା ବି ପଢନ୍ତୁ- କୋଲକାତା ହରର: ହସ୍ତକ୍ଷେପ କଲେ ସର୍ବୋଚ୍ଚ ନ୍ୟାୟାଳୟ, ମଙ୍ଗଳବାର ଶୁଣାଣି

ABOUT THE AUTHOR

...view details