ହାଇଦ୍ରାବାଦ:'ବିନିଯୋଗ ସ୍କାମ' ଆଜିକାଲି ଏକ ବଡ଼ ସମସ୍ୟା ହୋଇଛି ଛିଡ଼ା ହୋଇଛି । ଅଧିକ ଲାଭର ଲୋଭ ଦେଖାଇ ଠକି ନେଉଛନ୍ତି ସାଇବର ଠକ । ଏପରିକି ୧ ଟଙ୍କାକୁ ୧ ଲକ୍ଷ ଟଙ୍କାରେ ପରିଣତ କରିବା ଭଳି ଲୋଭ ଦେଖାଉଛନ୍ତି । ଲୋଭରେ ବଶବର୍ତ୍ତୀ ହୋଇ ଟଙ୍କା ବିନିଯୋଗ କରୁଥିବା ଲୋକେ ଶେଷରେ ସର୍ବଶ୍ବାନ୍ତ ହୋଇପଡୁଛନ୍ତି । ବର୍ତ୍ତମାନ ସମୟରେ ବିଭିନ୍ନ ପ୍ରକାରର ସାଇବର ଅପରାଧ ଘଟୁଛି ।
୧. ୱେବସାଇଟ୍ ସ୍କାମ:
ସାଇବର ଠକମାନେ ଲୋକଙ୍କୁ ବଶୀଭୂତ କରିବାକୁ ୱେବସାଇଟ ତିଆରି କରୁଛନ୍ତି । ଯାହାଦ୍ବାରା ଫେକ୍ ଡିଲ କରି ସେମାନେ ଲୋକଙ୍କୁ ପ୍ରବର୍ତ୍ତାଉଛନ୍ତି । ଉଦାହରଣ ସ୍ବରୂପ, ଆପଣ ଇଣ୍ଟରନେଟ୍ ଦେଖିବାକୁ ପାଉଥିବେ ଯେ, କମ୍ ଦାମରେ ଦାମୀ ଫୋନ୍ କିଣିବାର ଅପର । ଫଟୋ, ଭିଡିଓ ଏପରିକି ଗ୍ରାହକଙ୍କ ନାଁରେ ଫେକ୍ ପ୍ରୋଫାଇଲ କରି ରିଭ୍ୟୁ ଦିଆଯାଇଥିବ । ଆଉ ଯଦି ଏସବୁ ଦେଖିବା ପରେ ଗ୍ରାହକ କିଣିବାକୁ ଇଚ୍ଛା ପ୍ରକାଶ କରନ୍ତି ଏବଂ ଟଙ୍କା ପେମେଣ୍ଟ କରନ୍ତି । ଯାହାର ଫାଏଦା ନେଇଥାନ୍ତି ସାଇବର ଠକ । ଫୋନ କିଣିବା ପରେ ଦିଆଯାଇଥିବା ଠିକଣାରେ ଫୋନ ପହଞ୍ଚିନଥାଏ । ଏହିପରିଭାବେ ଗୋଟିଏ ନାମୀ ସଫ୍ଟୱେର କମ୍ପାନୀର ଜଣେ ମହିଳା କର୍ମଚାରୀ ଏଭଳି ଠକାମୀର ଶିକାର ହୋଇଛନ୍ତି । ତାଙ୍କ ନିକଟରୁ ୨୦ଲକ୍ଷ ଟଙ୍କାର ଠକେଇ ହୋଇଛି ।
୨. ଫୋରେକ୍ସ:
ସାଇବର ଠକମାନେ ଭଏସ ଓଭର ଇଣ୍ଟରନେଟ୍ ପ୍ରୋଟୋକଲ (VOIP) ସାହାଯ୍ୟରେ ଲୋକଙ୍କୁ ଟାର୍ଗେଟ୍ କରିଥାନ୍ତି । କମ୍ପାନୀର କର୍ମଚାରୀର ପରିଚୟ ଦେଇ ଟ୍ରେଡିଂରେ ଅର୍ଥ ବିନିଯୋଗ କରିବାକୁ ସେମାନେ ଲୋକଙ୍କୁ ପ୍ରବର୍ତ୍ତାଇଥାନ୍ତି । ଫେକ୍ ୱେବସାଇଟ ଓ ବ୍ୟାଙ୍କ ଆକାଉଣ୍ଟ ତିଆରି କରିଥାନ୍ତି । ଏପରିକି ପ୍ରଥମେ ପ୍ରଥମେ ସେମାନେ ଟଙ୍କା ଦୁଇ ଗୁଣ କରି ଦେଇଥାନ୍ତି । ଗ୍ରାହକଙ୍କ ବିଶ୍ବାସ ଜିତିବା ପରେ ବଡ଼ ଆକାରର ଟଙ୍କା ନେଇ ଆଉ ଧରାଛୁଆଁ ଦିଅନ୍ତି ନାହିଁ । ଏହିପରି ଭାବେ ତେଲେଙ୍ଗାନା ଗଚ୍ଚିବଲିର ଜଣେ ସଫ୍ଟୱେର ଇଞ୍ଜିନିୟରଙ୍କ ଠାରୁ ୭୩ଲକ୍ଷ ଟଙ୍କା ଠକେଇ ହୋଇଛି ।
୩. ଫ୍ରାଞ୍ଚାଇଜ:
ଆଜିକାଲି ଅନେକ କମ୍ପାନୀ ଫ୍ରାଞ୍ଚାଇଜଅଫର କରୁଛନ୍ତି । ନୂଆ ବ୍ରାଞ୍ଚ ଖୋଲିବା କଥା କହି ବ୍ୟବସାୟ ବୃଦ୍ଧିର ପ୍ରଲୋଭନ ଦେଖାଉଛନ୍ତି ଠକ । ଏଥିପାଇଁ ଜଣାଶୁଣା କମ୍ପାନୀର ନାଁ କହି ସେହି କମ୍ପାନୀ କର୍ମଚାରୀ ଭାବେ ନିଜକୁ ପରିଚୟ ଦେଇ ଗ୍ରାହକଙ୍କ ବିଶ୍ବାସ ଜିତିବାକୁ କିଛି ଫେକ୍ ଡକୁମେଣ୍ଟ ମଧ୍ୟ ଦେଖାଉଛନ୍ତି । ଆଉ ପରେ ଏହାକୁ ବିଶ୍ବାସ କରିବା ପରେ ଫୋନ କଲ ପାଇଥିବା ବ୍ୟକ୍ତି ଠକାମୀର ଶିକାର ହୋଇଥାନ୍ତି । ନିକଟରେ ହାଇଦ୍ରାବାଦର ଜଣେ ବ୍ୟକ୍ତିଙ୍କଠାରୁ KFC ଫ୍ରାଞ୍ଚାଇଜ ନାଁରେ ୨୬.୨୭ଲକ୍ଷ ଟଙ୍କା ଠକେଇ ହୋଇଛି । ସେହିପରି ଗ୍ୟାସ ଡିଲରସିପ ନାଁରେ ଜଣେ ବ୍ୟକ୍ତିଙ୍କଠାରୁ ୪୫ ଲକ୍ଷ ଠକି ନେଇଛନ୍ତି ଠକ ।
୪.ପାର୍ଟ-ଟାଇମ ଚାକିରି: