ହାଇଦ୍ରାବାଦ:ଚଳିତ ବର୍ଷ ଅନ୍ତର୍ଜାତୀୟ ମହିଳା ଦିବସରେ ଆକର୍ଷଣ ସାଜିଛନ୍ତି ରାଧା କପୁର । ସେ ହେଉଛନ୍ତି ଦବଙ୍ଗ ଦିଲ୍ଲୀ ଟିମର ମାଲିକ। ଯିଏକି ଏହି ଟିମରେ ଥିବା ପୁରୁଷଙ୍କ ମଧ୍ୟରେ ଏକମାତ୍ର ମହିଳା ରହିଛନ୍ତି । ତେବେ କବାଡି ଖେଳରେ ପୁରୁଷଙ୍କ ତୁଳନାରେ ମହିଳାମାନେ କମ୍ ସଂଖ୍ୟାରେ ନଜର ଆସିଥାନ୍ତି । କବାଡି ଖେଳ ମୁଖ୍ୟତଃ ପୁରୁଷଙ୍କ ପାଇଁ ପ୍ରଯୁର୍ଜ୍ୟ ବୋଲି କୁହାଯାଏ । କାରଣ ଏହି ଖେଳ ପାଇଁ ଆବଶ୍ୟକ ମଜବୁତ ମାଂସପେଶୀ ଓ ଅଧିକ ଶକ୍ତି ।
ରାଧା କପୁର କହିଛନ୍ତି, "ଏମିତି ନୁହେଁ ଯେ, ମହିଳାଙ୍କୁ କବାଡିରେ ପ୍ରାଧାନ୍ୟ ଦିଆଯାଉ ନାହିଁ ବରଂ ଆମକୁ ଲିଙ୍ଗଗତ ବିଭେଦତାକୁ ବାଦ୍ ଦେଇ ପ୍ରତିଭା ଉପରେ ପ୍ରାଧାନ୍ୟ ଦେବାକୁ ପଡ଼ିବ । ଆମ ପ୍ରକାର ବିଭିନ୍ନ ପୃଷ୍ଠଭୂମିରୁ ଆସୁଥିବା ପ୍ରତିଭାବାନ ଖେଳାଳି ଅଛନ୍ତି ।" ରାଧା କପୁର ନ୍ୟୁୟର୍କରୁ ନିଜର ଗ୍ରାଜୁଏସନ ପାଠ୍ୟକ୍ରମ ଶେଷ କରିଛନ୍ତି । କ୍ରୀଡ଼ା କ୍ଷେତ୍ରରେ ନିଜର ଚମକଦାର ପ୍ରଦର୍ଶନ ଯୋଗୁ ସେ ଏହାକୁ ନିଜ କ୍ୟାରିଅର ଭାବେ ବାଛିଲେ ଆଉ ନୂଆ ଯାତ୍ରା ଆରମ୍ଭ କଲେ । ରାଧା ବିଶେଷ ଭାବେ ମହିଳା ସଶକ୍ତିକରଣ ଓ ଶିଶୁଙ୍କ ବିକାଶ ଦିଗରେ ପ୍ରାଧାନ୍ୟ ଦେଇ ଆସିଛନ୍ତି । ପ୍ରତିଭାମାନଙ୍କୁ ବିକଶିତ କରିବା ଦିଗରେ ଯେମିତି ସେ ପ୍ରତିଶ୍ରୁତିବଦ୍ଧ । 2013ରେ ନୂଆ କରି କିଛି କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କୁ ସେ ଶିକ୍ଷା କ୍ଷେତ୍ରରେ ମଞ୍ଚ ପ୍ରଧାନ କରିଥିଲେ । ଯୁବ ଡିଜାଇନରଙ୍କୁ ଶିକ୍ଷାଦାନ ଭଳି ମିଶନରୁ ଆରମ୍ଭ କରି କବାଡ଼ି ଲିଗ୍ ଭଳି ସ୍ବଦେଶୀ କ୍ରୀଡ଼ା ପାଇଁ ଯୁବ କ୍ରୀଡ଼ାବିତଙ୍କୁ ପ୍ରେରଣା ଯୋଗାଇ ଆସିଛନ୍ତି ରାଧା ।"