ETV Bharat / bharat

ହରିୟାଣାରେ ହ୍ୟାଟ୍ରିକ୍‌ ମାରିବ ବିଜେପି, ନା କମବ୍ୟାକ୍‌ କରିବ କଂଗ୍ରେସ ! - HARYANA ASSEMBLY ELECTION - HARYANA ASSEMBLY ELECTION

ହରିୟାଣାରେ ଏକକାଳୀନ ସମସ୍ତ 90 ଆସନରେ ଭୋଟିଂ ଆରମ୍ଭ । ହ୍ୟାଟ୍ରିକ୍‌ ମାରିବା ଲକ୍ଷ୍ୟରେ ଗତ ଦଶନ୍ଧି ଧରି କ୍ଷମତାରେ ରହିଥିବା ‘ଭାରତୀୟ ଜନତା ପାର୍ଟି’ । ଅଧିକ ପଢନ୍ତୁ

ହରିୟାଣାରେ ହ୍ୟାଟ୍ରିକ୍‌ ମାରିବ ବିଜେପି, ନା କମବ୍ୟାକ୍‌ କରିବ କଂଗ୍ରେସ !
ହରିୟାଣାରେ ହ୍ୟାଟ୍ରିକ୍‌ ମାରିବ ବିଜେପି, ନା କମବ୍ୟାକ୍‌ କରିବ କଂଗ୍ରେସ ! (ETV Bharat Odisha)
author img

By ETV Bharat Odisha Team

Published : Oct 5, 2024, 7:42 AM IST

Updated : Oct 5, 2024, 8:47 AM IST

ଚଣ୍ଡିଗଡ: ବିଜେପି ଶାସିତ ଉତ୍ତର-ଭାରତୀୟ ରାଜ୍ୟ ହରିୟାଣାରେ ଆଜି ବିଧାନସଭା ନିର୍ବାଚନ ହେଉଛି । ଗୋଟିଏ ପର୍ଯ୍ୟାୟରେ ସମସ୍ତ 90 ଆସନରେ ଭୋଟିଂ ଆରମ୍ଭ ହୋଇଛି । ଶାସକ ବିଜେପି ସମେତ ବିଭିନ୍ନ ଦଳ ଓ ନିର୍ଦ୍ଦଳୀୟ ଭାବେ ମୋଟ 1,031 ଜଣ ପ୍ରାର୍ଥୀ ନିର୍ବାଚନୀ ମୈଦାନରେ ଅଛନ୍ତି । ସେମାନଙ୍କ ମଧ୍ୟରେ 101 ଜଣ ମହିଳା ଓ 464 ସ୍ବାଧୀନ ପ୍ରାର୍ଥୀ ମଧ୍ୟ ରହିଛନ୍ତି । ମୋଟ 2.03 କୋଟି ପଞ୍ଜୀକୃତ ମତାଦାତା ସେମାନଙ୍କର ସାମ୍ବିଧାନିକ ମତାଧିକାର ସାବ୍ୟସ୍ତ କରୁଛନ୍ତି । ସକାଳ 7ଟାରୁ ଭୋଟଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଓ ଅନ୍ୟ ବରିଷ୍ଠ ନେତାମାନେ ସକାଳୁ ମତଦାନ କେନ୍ଦ୍ରରେ ନଜର ଆସିଛନ୍ତି ।

  • 20 ହଜାର ବୁଥରେ ମତଦାନ:

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ପଙ୍କଜ ଅଗ୍ରଓ୍ବାଲ ଗଣମାଧ୍ୟମରେ ରଖିଥିବା ତଥ୍ୟ ଅନୁସାେରେ, ରାଜ୍ୟର ମୋଟ 2,03,54,350 ପଞ୍ଜୀକୃତ ଭୋଟର ଆଜି ମତାଧିକାର ସାବ୍ୟସ୍ତ କରିବେ । ମୋଟ 20,632 ବୁଥରେ ମତଦାନ ପାଇଁ ବ୍ୟବସ୍ଥା ହୋଇଛି । ଏହା ମଧ୍ୟରେ ପଞ୍ଚକୁଲା ଓ କଲକା ନିର୍ବାଚନ ମଣ୍ଡଳୀରେ ସର୍ବାଧିକ 455 ବୁଥ୍‌ ରହିଛି । ସମସ୍ତ ମତଦାନ କେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥାକୁ ନିଶ୍ଚିତ କରାଯାଇଛି ।

  • 8 ତାରିଖରେ ଜନାଦେଶ

ସଂଧ୍ୟା 6ଟାରେ ମତଦାନ ଶେଷ ହେବା ପରେ ‘ଇଭିଏମ’ ଓ ‘ଭିଭିପ୍ୟାଟ୍‌’ କୁ ପ୍ରୋଟୋକଲ ଅନୁସାରେ, ଷ୍ଟ୍ରଙ୍ଗରୁମରେ ରଖାଯିବ । 8 ତାରିଖ ସକାଳୁ ଭୋଟଗଣତି ଆରମ୍ଭ ହେବ । ଅପରାହ୍ନରେ ଫଳାଫଳ ଘୋଷଣା ହେବ । ଆଜି ଭୋଟିଂ ସରିବା ପରେ ସଂଧ୍ୟାରେ ଗଣମାଧ୍ୟମ ଓ ପୋଲ ଓ୍ବାଚ ସଂସ୍ଥାମାନେ ସେମାନଙ୍କ ‘ଏକଜିଟ ପୋଲ’ ବା ବୁଥବାହୁଡା ଜନମତ ପ୍ରକାଶ କରିପାରିବେ ।

  • ‘ବିଜେପି’କୁ ସତ୍ତା ବିରୋଧୀ ହାଓ୍ବା ଚିନ୍ତା

ଗେରୁଆ ଦଳ ଏଠାରେ ଗତ 10 ବର୍ଷ ଧରି କ୍ଷମତାରେ ରହିଛି । କଂଗ୍ରେସଠାରୁ କ୍ଷମତା ଛଡାଇ ବିଜେପି 2014 ନିର୍ବାଚନରେ ହରିୟାଣାରେ ସରକାର ଗଠନ କରିଥିଲା । 2019 ରେ ପୁଣି ଦଳ ଏଠାରେ କ୍ଷମତା ଦଖଲ କରିବାରେ ସଫଳ ହୋଇଥିଲା । ଉଭୟ ନିର୍ବାଚନ ପରେ ମନୋହରଲାଲ ଖଟ୍ଟର ମୁଖ୍ୟମନ୍ତ୍ରୀ ହୋଇଥିଲେ । ମାତ୍ର 2024 ସାଧାରଣ ନିର୍ବାଚନର ଠିକ୍‌ ପୂର୍ବରୁ ବିଜେପି ରାଜ୍ୟରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ କରିଥିଲା । ଦୁଇଥର ମୁଖ୍ୟମନ୍ତ୍ରୀ ହୋଇଥିବା ମନୋହର ଲାଲ ଖଟ୍ଟରଙ୍କୁ ଦଳ ମୁଖ୍ୟମନ୍ତ୍ରୀ ପଦରୁ ବିଶ୍ରାମ ଦେଇ ଲୋକସଭା ନିର୍ବାଚନ ଲଢାଇଲା । ତାଙ୍କ ସ୍ଥାନରେ ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିଛନ୍ତି ନାଏବ ସିଂହ ସୈନୀ । ଅନ୍ୟପଟେ ଲୋକସଭା ନିର୍ବାଚନରେ ବିଜୟୀ ହୋଇ ମନୋହର ଲାଲ ଖଟ୍ଟର କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ମଧ୍ୟ ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ଛତିଶଗଡରେ ବଡ଼ଧରଣର ମାଓ ଅପରେସନ, 36 ନକ୍ସଲ ନିପାତ - Naxal Killed
ଏହା ମଧ୍ୟ ପଢନ୍ତୁ :-ସୁଷମାଙ୍କ ପରେ ଜୟଶଙ୍କର, 9 ବର୍ଷ ପରେ ପାକିସ୍ତାନ ଗସ୍ତରେ ଯିବେ ବୈଦେଶିକ ମନ୍ତ୍ରୀ - Jaishankar To Visit Pakistan

ଏହା ମଧ୍ୟ ପଢନ୍ତୁ :-ଉପତ୍ୟକାରେ ଶେଷ ପର୍ଯ୍ୟାୟ ମତଦାନ, ୪୦ ଆସନରେ ଭୋଟ ଦେଉଛି ଜମ୍ମୁ କାଶ୍ମୀର - JK Assembly Polls Phase 3

  • ଚଳିତ ନିର୍ବାଚନରେ ପ୍ରମୁଖ ଦଳ

ପ୍ରମୁଖ ଦଳମାନଙ୍କ ମଧ୍ୟରେ ବିଜେପି, କଂଗ୍ରେସ, ଆମ ଆଦମୀ ପାର୍ଟି, ଇଣ୍ଡିଆନ ନ୍ୟାସନାଲ ଲୋକଦଳ, ଜନନାୟକ ଜନତା ପାର୍ଟି, ବହୁଜନ ସମାଜବାଦୀ ପାର୍ଟି, ଆଜାଦ ସମାଜ ପାର୍ଟି ପ୍ରମୁଖ ମୈଦାନରେ ରହିଛନ୍ତି । ବିଜେପି 89 ଟି ଆସନରେ ପ୍ରାର୍ଥୀ ଦେଇଛି । ଦଳ ପକ୍ଷରୁ ଶୀର୍ଷ ଚେହେରା ପ୍ରଧାନମନ୍ତ୍ରୀ ମୋଦି ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ 4ଟି ବିଶାଳ ରାଲି କରି ଦଳ ପାଇଁ ଭୋଟ ମାଗିଛନ୍ତି । ବିଜେପି ସରକାରର ବିକାଶର କଥା କହିବା ସହ ବିରୋଧୀ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ମୋଦି । କଂଗ୍ରେସ ପକ୍ଷରୁ ଚର୍ଚ୍ଚିତ ନେତା ରାହୁଲ ଗାନ୍ଧୀ ମଧ୍ୟ ହରିୟାଣାରେ ଏକାଧିକ ଜନସଭା କରି ବିଜେପିକୁ କଡା ଟାର୍ଗେଟ କରିବା ସହ କଂଗ୍ରେସକୁ କ୍ଷମତାକୁ ଆଣିବାକୁ ନିବେଦନ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 5, 2024, 8:47 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.