ETV Bharat / bharat

୨୦୨୫ ଏପ୍ରିଲରୁ ୟୁନିଫାଏଡ ପେନସନ ସ୍କିମ ! ଏମାସ ୧୫ ସୁଦ୍ଧା ଆସିପାରେ ବିଜ୍ଞପ୍ତି - UPS notification - UPS NOTIFICATION

ଅକ୍ଟୋବର ୧୫ରେ ୟୁନିଫାଏଡ ପେନସନ ସ୍କିମ-UPS ବିଜ୍ଞପ୍ତି ପ୍ରକାଶ ପାଇପାରେ । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଚାଲିଥିବା କୁହାଯାଉଛି ।

Unified Pension Scheme
Unified Pension Scheme (ETV BHARAT ODISHA)
author img

By ETV Bharat Odisha Team

Published : Oct 5, 2024, 2:48 PM IST

ହାଇଦ୍ରାବାଦ: ସରକାରୀ କର୍ମଚାରୀଙ୍କ ପାଇଁ ଗତ ଅଗଷ୍ଟ ମାସରେ ନୂଆ ପେନସନ ଯୋଜନା ୟୁନିଫାଏଡ ପେନସନ ସ୍କିମ (UPS) ଘୋଷଣା କରିଥିଲେ କେନ୍ଦ୍ର ସରକାର । ଏହାକୁ ଖୁବଶୀଘ୍ର ଲାଗୁ କରିବାକୁ ସରକାର ଯୋଜନା କରୁଛନ୍ତି । ଚଳିତ ମାସ 15 ତାରିଖରେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇପାରେ ବୋଲି କୁହାଯାଉଛି ।

ଏପ୍ରିଲରୁ UPS !

ଆସନ୍ତା ବର୍ଷ ଏପ୍ରିଲ 1, 2025ରେ କେନ୍ଦ୍ର ସରକାର ୟୁନିଫାଏଡ ପେନସନ ସ୍କିମ-UPS ଲାଗୁ କରିବାକୁ ଯାଉଛନ୍ତି । ଏକ ବିଶେଷ ସୁତ୍ରରୁ ଜଣାପଡିଛି ଯେ, କ୍ୟାବିନେଟ ସଚିବ ଟି.ଭି ସୋମନାଥନ ଗତ କିଛି ସପ୍ତାହ ମଧ୍ୟରେ ୟୁନିଫାଏଡ ପେନସନ ସ୍କିମ ସହ ସମ୍ପର୍କିତ ମନ୍ତ୍ରଣାଳୟ ଏବଂ ବିଭାଗଗୁଡ଼ିକ ସହିତ ସମୀକ୍ଷା ବୈଠକ କରି ଆସୁଛନ୍ତି । ଏହି ଯୋଜନାର ପରିଚାଳନା ଖର୍ଚ୍ଚ ବିଭାଗ ଦ୍ୱାରା ପରିଚାଳିତ ହେଉଥିବାବେଳେ ଏଥିରେ ଅନେକ ବିଭାଗ ମଧ୍ୟ ଜଡିତ ହେବେ ।

UPSକୁ ନେଇ ସରକାରଙ୍କ ଯୋଜନା କଣ ରହିଛି ?

ଗତବର୍ଷ ଜାତୀୟ ପେନ୍‌ସନ୍‌ ସ୍କିମ୍‌ ଯାଞ୍ଚ କରିବା ପାଇଁ କମିଟି ଗଠନ କରାଯାଇଥିବା ବେଳେ କେନ୍ଦ୍ର ଅର୍ଥ ସଚିବ ଥିବା ସମୟରେ ଏହାର ଅଧ୍ୟକ୍ଷତା କରିଥିଲେ ସୋମନାଥନ । ଯଦି ଏହି ଯୋଜନାର ପ୍ରଥମ ସୋପାନ ବିଜ୍ଞପ୍ତି ପ୍ରକାଶ ହୋଇଥାଏ, ଯାହା ସେପ୍ଟମ୍ବରରେ ପ୍ରକାଶ ପାଇବାର ଥିଲା । କିନ୍ତୁ ତାହା ଅକ୍ଟୋବର ଦ୍ବିତୀୟ ସପ୍ତାହକୁ ଘୁଞ୍ଚିଯାଇଥିଲା । ଏହାର ଦ୍ବିତୀୟ ସୋପାନରେ 23 ଲକ୍ଷରୁ ଅଧିକ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ସେମାନଙ୍କ ପେନସନ ସ୍କିମ ଚୟନ କରିବାକୁ କୁହାଯିବ । କର୍ମଚାରୀମାନେ ନିଜ ଇଚ୍ଛାରେ ଚାହିଁଲେ ନୂତନ ୟୁପିଏସ୍ ସ୍କିମ ଚୟନ କରିପାରିବେ ନଚେତ ଜାତୀୟ ପେନ୍ସନ୍ ସ୍କିମ୍ (NPS) ଜାରି ରଖିପାରିବେ । ମାର୍ଚ୍ଚ 31, 2025 ପରେ କିମ୍ବା ଏହା ପୂର୍ବରୁ ଅବସର ନେଇଥିବା ବା ଅବସର ନେବାକୁ ଥିବା ସମସ୍ତ କେନ୍ଦ୍ରୀୟ ସରକାରୀ କର୍ମଚାରୀ UPS ଅଧୀନରେ ଯୋଗ୍ୟ ହେବେ ।

ଏହା ମଧ୍ୟ ପଢନ୍ତୁ-ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ଆସିଲା ନୂଆ ପେନସନ ଯୋଜନା UPS - Unified Pension Scheme

ଏହା ମଧ୍ୟ ପଢନ୍ତୁ-ବେସରକାରୀ କର୍ମଚାରୀଙ୍କୁ ମିଳିବ ମାସିକ ୭ ହଜାର ୫୦୦ ପେନସନ୍ ? ୮ କୋଟି ଲୋକ ହେବେ ଉପକୃତ - EPS Pension
ଏହା ମଧ୍ୟ ପଢ଼ନ୍ତୁ...ସାମାଜିକ ସୁରକ୍ଷା ଭତ୍ତା ବଢାଇଲେ ମୋହନ ସରକାର; ବୃଦ୍ଧବୃଦ୍ଧାଙ୍କୁ ମିଳିବ ମାସିକ ୩୫୦୦, ଦିବ୍ୟାଙ୍ଗଙ୍କ ପାଇଁ ଏତିକି ଘୋଷଣା - Old age pension hike

ନୂଆ ସେବା ନିୟମ ପୁସ୍ତିକା:

ୟୁନିଫାଏଡ ପେନସନ ସ୍କିମ ପାଇଁ ଏକ ନୂତନ ସେବା ନିୟମ ପୁସ୍ତିକା ପ୍ରସ୍ତୁତି କରାଯାଉଛି । ଏଥିରେ କେନ୍ଦ୍ର ପ୍ରଶାସନିକ ସଂସ୍କାର ଓ ସାଧାରଣ ଅଭିଯୋଗ ବିଭାଗ (DARPG) କାର୍ଯ୍ୟ କରୁଛି । ପେନସନ ପାଣ୍ଠି ନିୟାମକ ଏବଂ ବିକାଶ ପ୍ରାଧିକରଣ (PFRDA) UPS ସହିତ ଜଡିତ ନିବେଶ ଅଂଶ ଉପରେ କାର୍ଯ୍ୟ କରୁଛି । କର୍ପସରେ ସରକାରଙ୍କ ଅଂଶୀଦାର ଠାରୁ ଆରମ୍ଭ କରି ସାମଗ୍ର କର୍ପସ ଆକାର ବୃଦ୍ଧି କରିବା ପର୍ଯ୍ୟନ୍ତ ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ ମଧ୍ୟ ଏକ ପ୍ରମୁଖ ଅଂଶୀଦାର ଅଟେ । ଉଚ୍ଚ ସ୍ତରୀୟ ବୈଠକର ଅଂଶୀଦାର ମଧ୍ୟ ଅଟେ । ନ୍ୟାସନାଲ ସିକ୍ୟୁରିଟି ଡିପୋଜିଟୋରୀ ଲିମିଟେଡ (NSDAL) ସିକ୍ୟୁରିଟିର ଇଲେକ୍ଟ୍ରୋନିକ୍ କାରବାର ପରିଚାଳନା କରୁଥିବା ଭାରତର ସେଣ୍ଟ୍ରାଲ୍ ସିକ୍ୟୁରିଟି ଡିପୋଜିଟୋରୀ ୟୁପିଏସ ପାଇଁ ପରିଚାଳନା ଆବଶ୍ୟକତା ପାଇଁ ଯାଞ୍ଚ କରୁଛି ।

UPS ଯୋଜନା କଣ ?

ନୂଆ ପେନସନ ସ୍କିମ ଅନୁଯାୟୀ, ଯଦି କର୍ମଚାରୀ 25 ବର୍ଷରୁ କମ୍ ସମୟ ଏବଂ 10 ବର୍ଷ କାମ କରିଥିବେ ତେବେ ତାଙ୍କୁ ମାସିକ 10 ହଜାର ଟଙ୍କା ପେନସନ ମିଳିବ । ବର୍ତ୍ତମାନ ଲାଗୁ ହୋଇଥିବା ପେନସନ ବ୍ୟବସ୍ଥାରେ କର୍ମଚାରୀଙ୍କ ଯୋଗଦାନ 10% ଓ ସରକାରଙ୍କ ଯୋଗଦାନ 14% ରହିଥିବାବେଳେ UPS ଯୋଜନାରେ 18.5% ରହିବ ସରକାରଙ୍କ ଯୋଗଦାନ । 2004 ମସିହାରୁ 2025 ମାର୍ଚ୍ଚ ମଧ୍ୟରେ ଅବସର ନେଇସାରିଥିବା ବା ନେବାକୁ ଥିବା କର୍ମଚାରୀଙ୍କୁ ଏହାର ଲାଭ ମିଳିବ। ଖାଲି ସେତିକି ନୁହେଁ, ସେମାନେ ସୁଧ ସହିତ ବକେୟା ରାଶି ମଧ୍ୟ ପାଇପାରିବେ । UPS ଯୋଜନା ଅଧୀନରେ ପାରିବାରିକ ସେବାର ବ୍ୟବସ୍ଥା ରହିଛି । ଅବସର ପରେ 50% ନିଶ୍ଚିତ ଅର୍ଥ ପେନସନ ଆକାରରେ ଦିଆଯିବ। ତେବେ କର୍ମଚାରୀମାନେ 25 ବର୍ଷ କାମ କରିବା ପରେ ହିଁ ଏହି ପେନସନ ପାଇପାରିବେ । ଯଦି କର୍ମଚାରୀଙ୍କ ଦେହାନ୍ତ ହୋଇଯାଏ ତେବେ ମୃତକଙ୍କ ସ୍ବାମୀ କିମ୍ବା ସ୍ତ୍ରୀ 60% ଅର୍ଥରାଶି ପେନସନ ଆକାରରେ ପାଇବେ। ଏହି ଯୋଜନା 2025 ଏପ୍ରିଲ 1 ତାରିଖରୁ ଲାଗୁ ହେବ । ଏହାଦ୍ବାରା ପାଖାପାଖି 23 ଲକ୍ଷ କର୍ମଚାରୀ ଉପକୃତ ହେବେ ।

  • ଜଣେ କର୍ମଚାରୀ ୨୫ ବର୍ଷରୁ କମ୍ ସମୟ ଏବଂ ୧୦ ବର୍ଷ କାମ କରିଥିବେ, ମାସିକ ୧୦ ହଜାର ଟଙ୍କା ପେନସନ
  • ବର୍ତ୍ତମାନ ପେନସନ ଯୋଜନାରେ ର୍ମଚାରୀଙ୍କ ଯୋଗଦାନ 10% ଏବଂ ସରକାରଙ୍କ ଯୋଗଦାନ 14% ରହିଛି
  • UPS ଯୋଜନାରେ 18.5% ରହିବ ସରକାରଙ୍କ ଯୋଗଦାନ
  • 2004 ମସିହାରୁ 2025 ମାର୍ଚ୍ଚ ମଧ୍ୟରେ ଅବସର ନେଇସାରିଥିବା ବା ନେବାକୁ ଥିବା କର୍ମଚାରୀଙ୍କୁ ଏହାର ଲାଭ ମିଳିବ
  • ସେମାନେ ସୁଧ ସହିତ ବକେୟା ରାଶି ମଧ୍ୟ ପାଇପାରିବେ
  • UPS ଯୋଜନା ଅଧୀନରେ ପାରିବାରିକ ସେବାର ବ୍ୟବସ୍ଥା ରହିଛି
  • ଅବସର ପରେ 50% ନିଶ୍ଚିତ ଅର୍ଥ ପେନସନ ଆକାରରେ ଦିଆଯିବ
  • କର୍ମଚାରୀମାନେ 25 ବର୍ଷ କାମ କରିବା ପରେ ହିଁ ଏହି ପେନସନ ପାଇପାରିବେ
  • ଯଦି କର୍ମଚାରୀଙ୍କ ଦେହାନ୍ତ ହୋଇଯାଏ ତେବେ ମୃତକଙ୍କ ସ୍ବାମୀ କିମ୍ବା ସ୍ତ୍ରୀ 60% ଅର୍ଥରାଶି ପେନସନ ଆକାରରେ ପାଇବେ
  • ଏହି ଯୋଜନା 2025 ମସିହା ଏପ୍ରିଲ 1 ତାରିଖରୁ ଲାଗୁ ହେବାର ସମ୍ଭାବନା ରହିଛି
  • ଏହାଦ୍ବାରା ପାଖାପାଖି 23 ଲକ୍ଷ କର୍ମଚାରୀ ଉପକୃତ ହେବେ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.